Videos
|
National

ଆରମ୍ଭ ହେଲା ଭାରତର ସର୍ବବୃହତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ସୋ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆରମ୍ଭ ହେଲା ଭାରତର ସର୍ବବୃହତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ସୋ

Key Points

ଚତୁର୍ଥ ସେମିକନ ଇଣ୍ଡିଆ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଭାରତର ସର୍ବବୃହତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ସୋ
ନୂଆଦିଲ୍ଲୀ ଯଶୋଭୂମିରେ ୨ରୁ୪ ସେପ୍ଟେମ୍ବର ଯାଏଁ ହେବ ସେମିକନ ଇଣ୍ଡିଆ ସମ୍ମିଳନୀ

ନୂଆଦିଲ୍ଲୀ ଯଶୋଭୂମିରେ ଆରମ୍ଭ ହୋଇଛି 'ସେମିକନ୍ ଇଣ୍ଡିଆ-୨୦୨୫'ସମ୍ମିଳନୀ। ଉଦଘାଟନ କରିଛନ୍ତି ପିଏମ ନରେନ୍ଦ୍ର ମୋଦି । ୩୩ ରୁ ଅଧିକ ଦେଶର ଅଢ଼େଇ ହଜାରରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଏହା ଦ୍ବାରା ଭାରତରେ ଉନ୍ନତ ଓ ସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମିଳିବ ପ୍ରେତ୍ସାହନ। ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ IT ମନ୍ତ୍ରୀ ମୁକେଶ ମହାଲିଙ୍ଗ ।


ଆହୁରି ପଢନ୍ତୁ: Vice President Election: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିର ବଡ଼ ପ୍ରସ୍ତୁତି, NDAର ଶତ ପ୍ରତିଶତ ମତଦାନ ପାଇଁ ରଣନୀତି


୨ରୁ ୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଯଶୋଭୂମିରେ ଚାଲିବ ଭାରତର ସର୍ବବୃହତ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଶୋ। ସେମିକନ୍ ଇଣ୍ଡିଆ ୨୦୨୫ରେ ୩୩ ରାଷ୍ଟ୍ର, ୫୦ରୁ ଅଧିକ ବିଶ୍ୱସ୍ତରୀୟ ସିଏକ୍ସଓ, ୩୫୦ପ୍ରଦର୍ଶକ ଏବଂ ୫୦ରୁ ଅଧିକ ଦୂରଦ୍ରଷ୍ଟା ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ଦୃଢ଼ ସ୍ଥାନୀୟ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିସ୍ତାର ଏବଂ ଶିଳ୍ପ ଧାରା ଉପରେ ଆଲୋକପାତ କରାଯିବ । ସେମିକନ୍ ଇଣ୍ଡିଆ ଆତ୍ମନିର୍ଭର ଭାରତ ପାଇଁ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ସହଯୋଗକୁ ପ୍ରୋତ୍ସାହିତ କରି ଭବିଷ୍ୟତର ଜଟିଳ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India Launches Largest Semiconductor & Electronics Show | Argus News | Argus News