ଭାରତ ଲଞ୍ଚ୍ କରିଛି ବିଶ୍ବର ସବୁଠାରୁ ନିର୍ଭୁଲ ପାଣିପାଗ ମଡେଲ BFS

Key Points
ଏଣିକି ଆହୁରି ନିର୍ଭୁଲ ହେବ ପାଣିପାଗ ଆକଳନ । ଭାରତ ଲଞ୍ଚ୍ କରିଛି ବିଶ୍ବର ସବୁଠାରୁ ନିର୍ଭୁଲ ପାଣିପାଗ ମଡେଲ ।
ଏଣିକି ଆହୁରି ନିର୍ଭୁଲ ହେବ ପାଣିପାଗ ଆକଳନ । ଭାରତ ଲଞ୍ଚ୍ କରିଛି ବିଶ୍ବର ସବୁଠାରୁ ନିର୍ଭୁଲ ପାଣିପାଗ ମଡେଲ । ଯାହାର ନା ରହିଛି ଭାରତ ଫରକାଷ୍ଟିଂ ସିଷ୍ଟମ ବା BFS । ଏହା ବିଶ୍ୱର ସର୍ବୋଚ୍ଚ-ରିଜୋଲ୍ୟୁସନ୍ ପାଣିପାଗ ମଡେଲ୍ । ପାଖାପାଖି ୬ କିଲୋମିଟର ପରିଧି ମଧ୍ୟରେ ଏହି ମଡେଲ ନିର୍ଭୁଲ ଆକଳନ କରିବାର କ୍ଷମତା ରହିଛି । ଏହା ପ୍ରଥମ ଅତ୍ୟାଧୁନିକ ସ୍ୱଦେଶୀ ମଡେଲ । ଗବେଷକ ପାର୍ଥସାରଥି ମୁଖୋପାଧ୍ୟାୟଙ୍କ ଦ୍ବାରା ଏହି ମଡେଲ ତିଆରି ହୋଇଛି । ପାଣିପାଗ ସମ୍ବନ୍ଧୀୟ ନିର୍ଭୁଲ ଆକଳନ କରିବା ଏହାର ମୂଳ ଲକ୍ଷ୍ୟ । କେବଳ ଏତିକି ନୁହେଁ ପ୍ରାକୃତିକ ବିପର୍ଯ୍ୟୟ କମାଇବା ସହ କୃଷି ଏବଂ ଲୋକଙ୍କ ସୁରକ୍ଷାରେ ବେଶ ସହାୟକ ହେବ ଏହି ମଡେଲ ।
ଯାହା ବିପର୍ଯ୍ୟୟ ବିପଦ ହ୍ରାସ, କୃଷି, ଜଳସମ୍ପଦ ପରିଚାଳନା ଏବଂ ସାଧାରଣ ସୁରକ୍ଷା ପାଇଁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଅଧିକ ସଠିକ୍ ଓ ନିର୍ଭୁଲ ତଥ୍ୟ ପ୍ରଦାନ କରିବ। ସେପଟେ ଡପଲର୍ ରାଡାର ସଂଖ୍ୟା ୧୦୦କୁ ବୃଦ୍ଧି ପାଇବାର ଆଶା କରାଯାଉଛି । ଯାହା ଫଳରେ ପାଣିପାଗ କାର୍ଯ୍ୟାଳୟ ସମଗ୍ର ଦେଶ ପାଇଁ ଆଗାମୀ ଦୁଇ ଘଣ୍ଟା ପାଇଁ କ୍ଷଣସ୍ଥାୟୀ ପୂର୍ବାନୁମାନ ଜାରି କରିପାରିବ।ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଭାରତ ପାଣିପାଗ ବିଜ୍ଞାନରେ ଆତ୍ମନିର୍ଭରଶୀଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ।
