Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

LPG Supply Alert / LPG ସଂକଟ ରୋକିବାକୁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ

Sushanta Sahoo
Browse all articles by Sushanta Sahoo
·4 months ago·2 min read
LPG ସଂକଟ ରୋକିବାକୁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ
LPG Crisis Alert in India

Key Points

ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସ୍ଥିତି ଭିତରେ ଭାରତକୁ ବାଧାପ୍ରାପ୍ତ ହେଉଛି ତୈଳ ଓ ଗ୍ୟାସ୍ ଆମଦାନୀ । ଭାରତରେ ଗ୍ୟାସର ସଂକଟ ସୃଷ୍ଟି ହୋଇଛି ।
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସ୍ଥିତି ଭିତରେ ଭାରତକୁ ବାଧାପ୍ରାପ୍ତ ହେଉଛି ତୈଳ ଓ ଗ୍ୟାସ୍ ଆମଦାନୀ । ଭାରତରେ ଗ୍ୟାସର ସଂକଟ ସୃଷ୍ଟି ହୋଇଛି । ଫଳରେ ସରକାର ଦେଶବ୍ୟାପୀ ଜରୁରୀକାଳୀନ ନିୟମ ଲାଗୁ କରିଛନ୍ତି ।

ଏବେ ଘରୋଇ ବ୍ୟବହୃତ ଗ୍ୟାସ୍ ମିଳୁଥିବା ବେଳେ ବାଣିଜ୍ୟିକ ବା କମର୍ସିଆଲ୍ ଗ୍ୟାସ୍‌ର ଅଭାବ ପରିଲକ୍ଷିତ ହେଉଛି । ଲୋକ ଯେଭଳି ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ନ ରଖିବେ ଏବଂ ଗ୍ୟାସ୍ ଆମଦାନୀ ପ୍ରଭାବିତ ନ ହେବ ସେଥିପାଇଁ କେନ୍ଦ୍ର ସରକାର ESMA ଲାଗୁ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଯୁଦ୍ଧ ସମୟରେ କମିତି ବୁକିଂ କରିବେ ଗ୍ୟାସ ଜାଣନ୍ତୁ...

ଖାଦ୍ୟ ପ୍ରସ୍ତୁତିରେ ଯେଭଳି କୌଣସି ବାଧା ନ ଉପୁଜିବ ତାହା ସୁନିଶ୍ଚିତ କରିବାକୁ ସରକାର ଅତ୍ୟାବଶ୍ୟକୀୟ ସେବା ରକ୍ଷଣାବେକ୍ଷଣ ଆଇନ୍ (ESMA) ଲାଗୁ କରିଛନ୍ତି । ଏବେ ସରକାର ରିଫାଇନାରି ଏବଂ ପେଟ୍ରୋଲିୟମ୍ ସଂସ୍ଥାକୁ ଏଲପିଜି ଉତ୍ପାଦନ ବଢ଼ାଇବା ଏବଂ ପ୍ରମୁଖ ହାଇଡ୍ରୋକାର୍ବନ ଉତ୍ସରୁ ଏଲପିଜି ପୁଲ୍‌ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ESMA କ'ଣ ?

ଅତ୍ୟାବଶ୍ୟକୀୟ ସେବା ରକ୍ଷଣାବେକ୍ଷଣ ଆଇନ୍ ହେଉଛି- ESMA । ଯାହାଦ୍ଵାରା କିଛି ଅତ୍ୟାବଶ୍ୟକୀୟ ସେବାର ବିତରଣ ସୁନିଶ୍ଚିତ କରାଯାଏ । ଏହି ସେବା ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ହୋଇଥାଏ । ଏହା ପ୍ରଭାବିତ ହେଲେ ତାର ପ୍ରଭାବ ସିଧା ଜନତାଙ୍କ ଉପରେ ପଡ଼ିଥାଏ । ଯେଉଁଥିରେ ସାର୍ବଜନୀନ ପରିବହନ (ବସ୍ ସେବା), ସ୍ଵାସ୍ଥ୍ୟ ସବା (ଡାକ୍ତର ଓ ହସ୍ପିଟାଲ୍) ଆଦି ସାମିଲ୍ ।

ସରକାର ତୈଳ ରିଫାଇନାରିଗୁଡ଼ିକୁ ଏଲପିଜି ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶନାମା ଦେଇଛନ୍ତି । ESMA ଆଇନ୍ ବଳରେ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିଛନ୍ତି ସରକାର । ଏହାଦ୍ଵାରା ପଶ୍ଚିମ ଏସିଆରେ ବଢ଼ୁଥିବା ସଂଘର୍ଷ ପାଇଁ ପ୍ରଭାବିତ ରୋଷେଇ ଗ୍ୟାସ୍ ସଂକଟରୁ ମୁକୁଳି ହେବ ।

ଏଥିସହ ପଢ଼ନ୍ତୁ:
 ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ: ବନ୍ଦ ହେବ ସବୁ ରେଷ୍ଟୁରାଣ୍ଟ

୨୦୨୪-୨୫ ଆର୍ଥିକ ବର୍ଷରେ ଭାରତରେ ୪.୧୩ କୋଟି ଟନ୍ ଏଲପିଜି ବ୍ୟବହାର ହୋଇଥିଲା । ଯେଉଁଥିରୁ କେବଳ ୧.୨୮ କୋଟି ଟନ୍ ଏଲପିଜି ଘରୋଇ ସ୍ତରରେ ଉତ୍ପାଦନ କରାଯାଇଥିବା ବେଳେ ଅବଶିଷ୍ଟ ଆମଦାନୀ ହୋଇଥିଲା ।

ଭାରତ ୮୫ରୁ ୯୦ ପ୍ରତିଶତ ଗ୍ୟାସ୍ ସାଉଦି ଆରବରୁ କରିଥାଏ । ଏଥିପାଇଁ ହର୍ମୁଜ ଷ୍ଟ୍ରେଟ ଉପରେ ନିର୍ଭର କରିବାକୁ ପଡ଼େ । କିନ୍ତୁ ୧୧ ଦିନ ହେଲା ଚାଲିଥିବା ଇସ୍ରାଏଲ୍‍, ଆମେରିକା ଓ ଇରାନ ଯୁଦ୍ଧ ଯୋଗୁଁ ସମୁଦ୍ର ମାର୍ଗରେ ଜାହାଜ ଯାତାୟାତ ଠପ୍ ହୋଇ ଯାଇଛି । ଭାରତରେ ପର୍ଯ୍ୟାପ୍ତ ତୈଳ ବିଶୋଧନ କ୍ଷମତା ଥିବାରୁ ସରକାର ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Centre Invokes ESMA to Prevent LPG Crisis in India | Argus News | Argus News