Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍

Smruti Parija
Browse all articles by Smruti Parija
·1 year ago·1 min read
ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍

ଅର୍ଗସ ବ୍ୟୁରୋ: ଭାରତୀୟ ରେଳବାଇର ବଡ ଉପଲବ୍ଧି । ପ୍ରସ୍ତୁତ ହେଉଛି ସ୍ବଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହାଇସ୍ପିଡ୍ ଟ୍ରେନ୍ । ରେଲୱେର ମେକ୍ ଇନ୍ ଇଣ୍ଡିଆ ଟେକନିକ୍ ରେ ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୨୮୦ କି.ମି ବେଗରେ ଚାଲିବ । ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଏହି ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍ । 

ଏହି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ଗୁଡିକ  BEML ସହଯୋଗରେ କୋଚ୍ ଫ୍ୟାକ୍ଟ୍ରି ଆଇସିଏଫ୍ ରେ ଡିଜାଇନ୍ ଏବଂ ଉତ୍ପାଦିତ ହେଉଛି । ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବିଳମ୍ବ ଏବଂ ଜାପାନ ସହିତ ଭାରତର ରାଜନୈତିକ ସମ୍ପର୍କ ପୂର୍ବ ଭଳି ନଥିବାରୁ ଭାରତୀୟ ରେଳ ନିଜେ ଏହି ଟ୍ରେନ୍ ନିର୍ମାଣର ଆରମ୍ଭ କରିଛି । ବନ୍ଦେ ଭାରତ ଟ୍ରେନର ସଫଳତା ପରେ ଭାରତୀୟ ରେଳବାଇ ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ଡିଜାଇନ୍ ଏବଂ ଉତ୍ପାଦନ ଆରମ୍ଭ କରିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-made bullet train to rival Japan's bullet train | Argus News