କୂଅ ଖୋଳା ଚାଲିଛି, ବାହାରିବ ପ୍ରଚୁର ତେଲ; ୫ ଗୁଣା ବଢ଼ିବ ମୁଣ୍ଡପିଛା ଆୟ...

Key Points
ପେଟ୍ରୋଲିୟମ ଭଣ୍ଡାର ଗୁଏନାରେ ମିଳିଥିବା ୧୧.୬ ବିଲିୟନ ବ୍ୟାରେଲ ଭଣ୍ଡାର ସହ ସମାନ ହୋଇପାରେ।
ଅନୁମାନ ଠିକ୍ ହେଲେ ଜିଡିପି ୩.୭ ଟ୍ରିଲିୟନ ଡଲାରରୁ ୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ହୋଇପାରେ ।
ନୂଆ ଭଣ୍ଡାର ଲାଗି ଅଏଲ ଇଣ୍ଡିଆ ଏବଂ ଓଏନ୍ସି ଡ୍ରିଲିଂ ଏବଂ ଅନୁସନ୍ଧାନ କାମ ଜାରି ରଖିଛନ୍ତି ।
ଦେଶର ଆଣ୍ଡାମାନ ନିକୋବର ଦ୍ଵୀପ ପୁଞ୍ଜରେ ମିଳିଲା ବଡ଼ ଅଶୋଧିତ ତେଲ ଭଣ୍ଡାର । ଏହାର କ୍ଷମତା ୨ ଲକ୍ଷ କୋଟି ଲିଟର ରହିପାରେ ବୋଲି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ଶ୍ରୀ ପୁରୀ କହିଛନ୍ତି, ଏହି ଅନୁମାନ ଠିକ୍ ହେଲେ ଦେଶର ଜିଡିପି ୫ ଗୁଣ ବୃଦ୍ଧି ହେବାର ଢେର ସମ୍ଭାବନା ରହିଛି।
ଅଣ୍ଡାମାନ ତୈଳ ଭଣ୍ଡାରରୁ ଉତ୍ପାଦନ କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକ୍ଷମ ହେଲେ ଦେଶର ଶକ୍ତି ବୃଦ୍ଧି ପାଇବ । ଏହି ପେଟ୍ରୋଲିୟମ ଭଣ୍ଡାର ଗୁଏନାରେ ମିଳିଥିବା ୧୧.୬ ବିଲିୟନ ବ୍ୟାରେଲ ଭଣ୍ଡାର ସହ ସମାନ ହୋଇପାରେ। ଏହି ଅନୁମାନ ଠିକ୍ ହେଲେ ଜିଡିପି ୩.୭ ଟ୍ରିଲିୟନ ଡଲାରରୁ ୨୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ହୋଇପାରେ । ନୂଆ ଭଣ୍ଡାର ଲାଗି ଅଏଲ ଇଣ୍ଡିଆ ଏବଂ ଓଏନ୍ସି ଡ୍ରିଲିଂ ଏବଂ ଅନୁସନ୍ଧାନ କାମ ଜାରି ରଖିଛନ୍ତି।
ଶ୍ରୀ ପୁରୀ କହିଛନ୍ତି, ଅଏଲ ଡ୍ରିଲ୍ ଖୋଜିବାରେ ବୃହତ ନିବେଶ ହୋଇଥାଏ। ଗୁଏନାରେ ୪୩ରୁ ୪୬ ତେଲ କୂପ ଖୋଳାଯାଇଥିଲା। ପ୍ରତ୍ୟେକଟିରେ ହାରାହାରି ୧୦୦ ନିୟୁତ ଡଲାର ଖର୍ଚ୍ଚ ହୋଇଥିଲା। ୪୭ତମ କୂପରେ ତେଲ ଭଣ୍ଡାର ମିଳିଥିଲା। ଓଏନ୍ଜିସି ଏ ବର୍ଷ ଖୋଳିଥୁବା ତେଲ କୂପ ୩୭ ବର୍ଷରେ ସର୍ବାଧିକ । ଆର୍ଥିକ ବର୍ଷ ୨୦୨୪-୨୫ରେ ଏଭଳି ୫୪୧ କୂପ ଖନନ କରାଯାଇଥିଲା। ଯାହାର ମୂଲ୍ୟ ପ୍ରାୟ ୩୭ ହଜାର କୋଟି। ଏହା କମ୍ପାନି ଇତିହାସରେ ସର୍ବାଧିକ।
ଅଣ୍ଡାମାନ ତୈଳ କୂପ ସଫଳ ଭାବେ କାର୍ଯ୍ୟକ୍ଷମ ହେଲେ ତେଲ ଆମଦାନି ବହୁ ମାତ୍ରାରେ ହ୍ରାସ ହେବ। ଦେଶର ଆର୍ଥିକ ସ୍ଥିତି ମଜବୁତ ହେବ। ଦେଶ ଏହାର ୮୫% ତେଲ ଅମଦାନୀରୁ ପୂରଣ କରୁଛି। ଏକ୍ଷେତ୍ରରେ ଦେଶ ଆମେରିକା, ଚୀନ ପରେ ତୃତୀୟ ସ୍ଥାନରେ ରହିଛି। ଘରୋଇ ବଜାରରେ ଏବେ ଆସାମ, ଗୁଜରାଟ, ରାଜସ୍ଥାନ, ମୁମ୍ବାଇ ଏବଂ ଗୋଦାବରୀ ବେସିନରେ ଅଶୋଧତ ତୈଳ ଉତ୍ପାଦନ ହେଉଛି। ଅଶୋଧିତ ତେଲ ସହ ବିଶୋଧିତ ତେଲ ଭଣ୍ଡାର କ୍ଷେତ୍ରରେ ଭାରତରେ ବିଶାଳ ଭଣ୍ଡାର ରହିଛି। ଏହି ଭଣ୍ଡାର ଗୁଡ଼ିକ ବିଶାଖାପାଟଣା, ପୁଦୁର ଏବଂ ମାଙ୍ଗାଲୋର ଭଳି ସ୍ଥାନ ଗୁଡ଼ିକରେ ଅବସ୍ଥିତ। ଏହାବାଦ ଓଡ଼ିଶା ଏବଂ ରାଜସ୍ଥାନରେ ମଧ୍ୟ ଅଏଲ ରିଜର୍ଭ ସ୍ଥାପନ ହେଉଛି ।