Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନମୋହନ ସିଂହଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

National

ମନମୋହନ ସିଂହଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Smruti Parija
Browse all articles by Smruti Parija
·1 year ago·2 min read
ମନମୋହନ ସିଂହଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଅର୍ଗସ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ । ତାଙ୍କ ନିଧନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରି କହିଛନ୍ତି, ମନମୋହନ ସିଂହ ଦେଶର ବିରଳ ରାଜନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ଉଭୟ ଶିକ୍ଷା ଓ ପ୍ରଶାସନିକ ଦୁନିଆକୁ ମଧ୍ୟ ସହଜରେ ବାନ୍ଧି ରଖିଥିଲେ । ଅତ୍ୟନ୍ତ ବିନମ୍ର ସ୍ବଭାବ ଲାଗି ସେ ଦେଶବାସୀଙ୍କର ସଦା ସ୍ମରଣୀୟ । ତାଙ୍କର ପରଲୋକ ଆମ ସମସ୍ତଙ୍କ ପାଇଁ ଏକ ବଡ କ୍ଷତି ।



ସେହପରୀ ମନମୋହନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ କହିଛନ୍ତି, ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ରାଷ୍ଟ୍ର ଦୁଃଖିତ । ଅର୍ଥନୀତିରେ ଏକ ମଜବୁତ ଛାପ ଛାଡ଼ିଯାଇଛନ୍ତି ମନମୋହନ ସିଂହ । ଦେଶର ସବୁଠାରୁ ପ୍ରତିଷ୍ଠିତ ନେତାଙ୍କ ମଧ୍ୟରେ ଜଣେ ଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ ପ୍ରକାଶ କରି କହିଛନ୍ତି, ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନିତ । ଭଦ୍ରତା, ସାଧୁତା ଓ ଅମାୟିକ ସ୍ଵଭାବ ପାଇଁ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରଳତା, ନମ୍ରତାର ପ୍ରତୀକ ଥିଲେ । ଦେଶର ବିରଳ ରାଜନେତାମାନଙ୍କ ମଧ୍ୟରେ ମନମୋହନ ସିଂହ ଜଣେ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରି କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ବଳରେ ସେ ଦେଶର ସେବା କରିଛନ୍ତି । ସେ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଭାବେ ସେ ଦେଶବାସୀଙ୍କର ସଦା ସ୍ମରଣ ରହିବେ ।


ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ 92 ବର୍ଷ ବୟସରେ ଦିଲ୍ଲୀ AIIMSରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଡକ୍ଟର ମନମୋହନ ସିଂହଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବର୍ଷିଆନ ରାଜନେତା ଭାବେ ଜଣାଥିଲେ ମନମୋହନ ସିଂହ । 1932 ମସିହା ସେପ୍ଟେମ୍ବର 26ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ । 2004ରୁ 2014 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ । ଏହା ସହ ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ବ ସୁଚାରୁରୂପେ ତୁଲାଇଥିଲେ ମନମୋହନ ସିଂହ ।


Argus Whatsapp Channel Mobile Top
Sponsored
India mourns the loss of one of its most distinguished leaders, Dr. Manmohan Singh Ji | Argus News