Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -   2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାକୁ ହେବ : ଅମିତ ଶାହ

National

  2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାକୁ ହେବ : ଅମିତ ଶାହ

Manini Pattanayak
Browse all articles by Manini Pattanayak
·2 years ago·1 min read
  2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାକୁ ହେବ : ଅମିତ ଶାହ

ନୂଆଦିଲ୍ଲୀ:  2047 ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାକୁ ହେବ। ଏଥିପାଇଁ ଭାରତର ଯୁବଶକ୍ତିଙ୍କୁ ବଡ଼ ଦାୟିତ୍ବ ନେବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦିଲ୍ଲୀରେ ଆରମ୍ଭ ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର 69 ତମ ରାଷ୍ଟ୍ରୀୟ ଅଧିବେଶନକୁ ଉଦଘାଟନ କରି ଅମିତ୍ ଶାହ କହିଛନ୍ତି ଯୁବଶକ୍ତି ଭାରତର ମେରୁଦଣ୍ଡ। ଭାରତର ଯୁବବର୍ଗଙ୍କୁ ନିଜ ଦେଶ ସହ ସାରା ବିଶ୍ବର ଆକାଂକ୍ଷାକୁ ପୂରଣ କରିବାକୁ ହେବ।  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପିର 69 ତମ ରାଷ୍ଟ୍ରୀୟ ଅଧିବେଶନର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ନୂଆ ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ସାମିଲ ହୋଇଛନ୍ତି ବିଦ୍ୟାର୍ଥୀ ପରିଷଦର ହଜାର ହଜାର କର୍ମକର୍ତ୍ତା। ଏମାନଙ୍କୁ ସମ୍ବୋଧନ କରି ଗୃହମନ୍ତ୍ରୀ କହିଛନ୍ତି ଏବେ ଭାରତର ସମୟ ଆସିଛି। ଆମ ଆଡକୁ ଆଶାପୂର୍ଣ୍ଣ ନୟନରେ ଚାହିଁଛି ସାରା ବିଶ୍ବ। 2047ରେ ଭାରତକୁ ବିଶ୍ବରେ ଏକ ନମ୍ବର ହେବାକୁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ଅମିତ୍ ଶାହ। 

ଯୁବଶକ୍ତି ଭାରତର ମେରୁଦଣ୍ଡ। ଏବିଭିପିର ରାସ୍ତା ଜ୍ଞାନ, ଶୀଳ, ସଂକଳ୍ପର ଏବଂ ତାରି ଉପରେ ଚାଲି ଦେଶ ଗଠନ କରିବାର ଦାୟିତ୍ବ ଆଜିର ଯୁବ ଶକ୍ତିଙ୍କ ଉପରେ। ସ୍ବର୍ଣ୍ଣିମ ଭବିଷ୍ୟତ ଯୁବଶକ୍ତିଙ୍କୁ ଅପେକ୍ଷା କରିଛି। ମୋଦିଙ୍କ କାର୍ଯ୍ୟକାଳର ପ୍ରଶଂସା କରି ଗୃହମନ୍ତ୍ରୀ କହିଲେ ପ୍ରଧାନମନ୍ତ୍ରୀ ଲଗାତାର ଦେଶର ବିକାଶକୁ ଗତି ଦେଉଛନ୍ତି। ଷ୍ଟାର୍ଟଅପକୁ ଅଗ୍ରାଧିକାର ଦେଉଛନ୍ତି। ଏହା ସହ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ଜଡ଼ିତ।   ରାମ ମନ୍ଦିର ନିର୍ମାଣକୁ ନେଇ ଅମିତ୍ ଶାହ କହିଲେ କେହି କଳ୍ପନା କରିପାରୁନଥିଲେ ଯେ ରାମ ମନ୍ଦିର ନିର୍ମାଣ ହେବ। ବସୁଧୈବ କୁଟୁମ୍ବକମ୍ ଭାରତର ବିଚାର ଏବଂ ଜି 20 ଆମ କୂଟନୀତିର ପତାକାକୁ ସାରା ବିଶ୍ବରେ ଉଡ଼ାଇଲା। ଜୟ ଶ୍ରୀରାମ ନାରା ଦେଇ ସେ ସମସ୍ତଙ୍କୁ ଆହ୍ବାନ କଲେ 22 ଜାନୁଆରୀରେ ସମସ୍ତେ ରାମ ଲାଲାଙ୍କ ଦର୍ଶନ ପାଇଁ ଆସନ୍ତୁ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India must become a developed nation by 2047: Amit Shah | Argus News