India With Newzeland / ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବଡ଼ ଡିଲ୍, ଶସ୍ତାରେ ମିଳିବ ଅନେକ ସାମଗ୍ରୀ

Key Points
୫ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଦୁଇ ଗୁଣା ବୃଦ୍ଧି ପାଇବା ସମ୍ଭାବନା ରହିଛି ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଚୁକ୍ତି ସ୍ବାକ୍ଷରିତ । ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଛି ମୁକ୍ତ ବାଣିଜ୍ୟିକ ରାଜିନାମା । ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିଛି ଭାରତ। ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଛି । କ୍ରୀଡ଼ା, ଶିକ୍ଷା ପରି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ସହ ଭାରତ-ନ୍ୟୁଜିଲ୍ୟାଣ୍ଡ ସହଭାଗିତାକୁ ଅଧିକ ମଜବୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଭୟ ରାଷ୍ଟ୍ରନେତା ।
FTA ଫଳରେ ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡକୁ ମିଳିଛି ବଡ଼ ସୁଯୋଗ । ଏହି ଚୁକ୍ତିନାମା ନ୍ୟୁଜିଲ୍ୟାଣ୍ଡ ରପ୍ତାନିକାରୀଙ୍କୁ ଭାରତରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାରେ ଯଥେଷ୍ଟ ସୁବିଧା ପ୍ରଦାନ କରିବ। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। କୋଇଲା, ଫଳ, ପନିପରିବା ଉତ୍ପାଦ ଉପରେ ଟିକସ ତୁରନ୍ତ ହ୍ରାସ ପାଇବ । ଆସନ୍ତା ୭ ବର୍ଷ ମଧ୍ୟରେ ମାଛ ଭଳି ସାମୁଦ୍ରିକ ଉତ୍ପାଦ ଉପରେ ଟିକସ ଉଚ୍ଛେଦ ପ୍ରସ୍ତାବ ରହିଛି । ୫ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଦୁଇ ଗୁଣା ବୃଦ୍ଧି ପାଇବା ସମ୍ଭାବନା ରହିଛି ।
ଏହି ଚୁକ୍ତିନାମା ଅନୁଯାୟୀ, ନ୍ୟୁଜିଲାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ୨୦ ନିୟୁତ ଡଲାର ନିବେଶ କରିବ। ଏହି ନିବେଶ କୃଷି, ଦୁଗ୍ଧ, ଖାଦ୍ୟ ପ୍ରକ୍ରିୟାକରଣ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ଭଳି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ। ନ୍ୟୁଜିଲାଣ୍ଡ ସହ ଏହି ଚୁକ୍ତି ଗତକିଛି ବର୍ଷରେ ଭାରତ ଓମାନ, ୟୁଏଇ, ୟୁକେ, ଅଷ୍ଟ୍ରେଲିଆ, ମରିସସ୍ ଓ EFTA (ୟୁରୋପୀୟ ଫ୍ରି ଟ୍ରେଣ୍ଡ ବ୍ଲକ୍) ଏଭଳି ଚୁକ୍ତି କରିସାରିଛି। ଭାରତ ଦ୍ରୁତ ଗତିରେ ଭରସାଯୋଗ୍ୟ ବିଶ୍ବ ବ୍ୟାପାର କେନ୍ଦ୍ର ରୂପରେ ଆଗକୁ ବଢୁଛି।
ଏହା ବ୍ୟତୀତ, ଚୁକ୍ତିନାମାର ପ୍ରଥମ ଦିନରୁ ଅଧାରୁ ଅଧିକ ଉତ୍ପାଦ ଶୁଳ୍କମୁକ୍ତ ହେବ। ଏହା ବଜାର ପ୍ରତିଯୋଗିତା ବୃଦ୍ଧି କରିବ ଏବଂ ଗୁଣାତ୍ମକ ସାମଗ୍ରୀ ସହଜରେ ଉପଲବ୍ଧ କରିବ। ଭାରତର ଦୃଷ୍ଟିକୋଣରୁ, ଏହା ରପ୍ତାନିକାରୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି। ଏହି ଚୁକ୍ତିନାମା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରଖିଛି। ଏହା ସହିତ, ନ୍ୟୁଜିଲାଣ୍ଡ ଆଗାମୀ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨୦ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ ବିଶ୍ୱାସ ପ୍ରକାଶ କରିଛି। ଏହି ନିବେଶ କେବଳ ଅର୍ଥନୀତିକୁ ସୁଦୃଢ଼ କରିବ ନାହିଁ ବରଂ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ନ୍ୟୁଜିଲାଣ୍ଡ ବଜାର ଏବେ ଏମଏସ୍ଏମଇ, ଚାଷୀ ଏବଂ ନୂତନ ଉଦ୍ୟୋଗୀମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବା ଅପେକ୍ଷାରେ ରହିଛି।
📱 Get Argus News App
✨Related Topics
Explore more stories