Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pahalgam Attack; ପ୍ରତିଶୋଧ ନେବାକୁ ରକ୍ତମୁଖା ଭାରତ

Smruti Parija
Browse all articles by Smruti Parija
·1 year ago·2 min read
Pahalgam Attack; ପ୍ରତିଶୋଧ ନେବାକୁ ରକ୍ତମୁଖା ଭାରତ

Key Points

ଶୁଖିଯିବ ପାକିସ୍ତାନର ଲାଇଫ୍ ଲାଇନ୍
ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେବେ ପାକିସ୍ତାନୀ

ରକ୍ତ ଓ ପାଣି ଏକାଠି ପ୍ରବାହିତ ହୋଇପାରିବନି । ଯେତେବେଳେ ଭାରତୀୟଙ୍କ ରକ୍ତ ଝରିଛି ଆଉ ସେତିକି ବେଳେ ପାକିସ୍ତାନକୁ ପାଣି ବନ୍ଦ ହୋଇଛି । ବିଧର୍ମୀ ଆତଙ୍କୀ ଧର୍ମକୁ ନେଇ ଯେତେବେଳେ ହୋଲି ଖେଳିଛନ୍ତି ସେତେବେଳେ ପ୍ରତିଶୋଧ ନେବାକୁ ରକ୍ତମୁଖା ହୋଇଛି ଭାରତ । ଆଖି ସାମନାରେ ଜଳ ବିନା କିଭଳି ଶତୃ କଲବଲ ହୋଇ ମରୁଛନ୍ତି ସେପର୍ଯ୍ୟନ୍ତ ଅପେକ୍ଷା କରିଛି ଭାରତ । ଦୁଇ ଦେଶ ମଧ୍ୟରେ ସହଯୋଗର ସବୁଠାରୁ ସଫଳ ଉଦାହରଣ ହେଉଛି ସିନ୍ଧୁ ଜଳ ଚୁକ୍ତି । ହେଲେ ପହଲଗାମ୍ ରେ ଆତଙ୍କୀ ଆକ୍ରମଣ ପରେ ସିନ୍ଧୁ ଜଳ ସନ୍ଧି ବାତିଲ୍ କରିବାକୁ ବାଧ୍ୟ ହୋଇଛନ୍ତି ଭାରତ ସରକାର ।


ତେବେ କ'ଣ ଏହି ସିନ୍ଧୁ ଚୁକ୍ତି

ଚୁକ୍ତି ବାତିଲ ହେଲେ ପାକିସ୍ତାନ ଉପରେ କ'ଣ ପଡିବ ପ୍ରଭାବ ?



ଏକଥା ଜାଣିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡିବ । 1960 ମସିହା ସେପ୍ଟେମ୍ବର 19 ତାରିଖ । ପାକିସ୍ତାନ ଓ ଭାରତ ମଧ୍ୟରେ ଏକ ବୁଝାମଣା ହୁଏ । ଦୁଇ ଦେଶ ମଧ୍ୟରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ଓ ଏହାର ସହାୟକ ନଦୀ ଗୁଡିକର ଜଳ ବଣ୍ଟନକୁ ନେଇ ଚୁକ୍ତିନାମା କରିବାକୁ ନିଷ୍ପତ୍ତି ନିଆଯାଏ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥାଆନ୍ତି ଜବାହାରଲାଲ ନେହେରୁ ଓ ପାକିସ୍ତାନର ରାଷ୍ଟ୍ରପତି ଥାଆନ୍ତି ଆୟୁବ ଖାନ୍ । କରାଚିରେ ଉଭୟଙ୍କ ଉପସ୍ଥିତିରେ ଚୁକ୍ତି ସ୍ୱାକ୍ଷର ହୁଏ । ଦୀର୍ଘ 9 ବର୍ଷର ଆଲୋଚନା ପରେ ଶେଷରେ ବିଶ୍ୱ ବ୍ୟାଙ୍କ୍ ମଧ୍ୟସ୍ଥତାରେ ତାହା ଚୂଡାନ୍ତ ରୂପ ନିଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଚୁକ୍ତି ଅନୁସାରେ ସିନ୍ଧୁ ଘାଟିର ନଦୀର ପାଣି ଦୁଇ ଦେଶ ବାଣ୍ଟି ନେବେ । ଏହି ସନ୍ଧିରେ ସିନ୍ଧୁ ନଦୀ ସମେତ ଅନ୍ୟ 5 ଉପନଦୀ ସାମିଲ ଅଛନ୍ତି । ସତଲେଜ, ବ୍ୟାସ, ରାବି, ଝେଲମ ଓ ଚିନାବ । ଚୁକ୍ତି ଅନୁସାରେ ଭାରତ ସିନ୍ଧୁ ନଦୀ ପ୍ରଣାଳୀର କେବଳ 20 ପ୍ରତିଶତ ପାଣି ହିଁ ବ୍ୟବହାର କରିପାରିବ । ବାକି 80 ପ୍ରତିଶତ ପାଣି ପାକିସ୍ତାନ ବ୍ୟବହାର କରିବ । ଆକଳନ ଅନୁଯାୟୀ 21 କୋଟି ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସିନ୍ଧୁ ଜଳ ଉପରେ ନିର୍ଭରଶୀଳ । ଚୁକ୍ତି ଅନୁସାରେ ପ୍ରତିବର୍ଷ ସିନ୍ଧୁ ଜଳ ଆୟୋଗ ବୈଠକ ହେବା ଜରୁରୀ । ଗତବର୍ଷ ଅଗଷ୍ଟ ରେ ଭାରତ ସିନ୍ଧୁ ଜଳ ସନ୍ଧି ସମୀକ୍ଷା ଲାଗି ପାକିସ୍ତାନକୁ ଏକ ନୋଟିସ୍ ଦେଇଥିଲା । ସେଥିରେ କିଛି ମୌଳିକ ପରିବର୍ତ୍ତନ କାରଣରୁ ବୁଝାମଣାର ପୁନଃ ସମୀକ୍ଷା ଜରୁରୀ ବୋଲି କୁହାଯାଇଥିଲା ।


ଚୁକ୍ତି ବାତିଲ ହେଲେ ପାକିସ୍ତାନ ଉପରେ କ'ଣ ପ୍ରଭାବ ପଡିବ ?


ସିନ୍ଧୁ ନଦୀ ପାକିସ୍ତାନର ଲାଇଫ୍ ଲାଇନ୍
କାରଣ ସିନ୍ଧୁ ନଦୀର 80 ପ୍ରତିଶତ ଜଳ ପାକିସ୍ତାନ ବ୍ୟବହାର କରେ
ଚୁକ୍ତି ବାତିଲ ହେବା ପରେ ପିଇବା ପାଣିର ଅଭାବ ହେବ
ପାନୀୟ ଜଳର ଗୁରୁତର ସଙ୍କଟ ସୃଷ୍ଟି ହେବ
ପାଣି ବିନା ଚାଷ ବାସ ବି ଠପ୍ ହୋଇଯିବ
ପାକିସ୍ତାନର ଜାତୀୟ ଆୟରେ କୃଷି କ୍ଷେତ୍ରର ଅବଦାନ ୨୩%
ସେହିପରି ସିନ୍ଧୁ ନଦୀ ଜଳ ଉପରେ ୬୮% ଗ୍ରାମାଞ୍ଚଳ ନିର୍ଭରଶୀଳ
ପାଣି ନଛାଡିଲେ ଚାଷବାସ ହୋଇପାରିବନି
ଖାଦ୍ୟଭାବ ସୃଷ୍ଟି ହେବ..ବିଶେଷ କରି ଚାଷ କ୍ଷେତ୍ର ବେଶୀ ପ୍ରଭାବିତ ହେବ


ଏହି ଚୁକ୍ତି ଦ୍ୱାରା ବେଶୀ ଲାଭବାନ ହୁଏ ପାକିସ୍ତାନର ପଞ୍ଜାବ ପ୍ରଦେଶ । ଏହା ଉପରେ ରୋକ ଲାଗିଲେ 17 ଲକ୍ଷ ଏକର ଜମି ପଡିଆ ପଡିବ । ଫଳରେ ପାକିସ୍ତାନରେ ଭୟଙ୍କର ମରୁଡି ସ୍ଥିତି ଉପୁଜିବ । ପୂର୍ବରୁ ପାଣି ପାଇଁ ଡହଳ ବିକଳ ହେଉଥିବା ପାକିସ୍ତାନ ଏବେ ଭାରତର ଏହି କଡା ଆଭିମୁଖ୍ୟ ପରେ ଥାଳ ଧରି ଭିକ୍ଷା ମାଗିବ ।

Sponsored
india-notifies-pakistan-about-indus-waters-treaty-suspension | Argus News