Videos
|
National

ଦ୍ୱିତୀୟ ଥର ହଂକଂ ଶେଆର ବଜାରକୁ ପଛରେ ପକାଇ ଆଗରେ ଭାରତୀୟ ଶେଆର ବଜାର

Banajyotshna Ray
Browse all articles by Banajyotshna Ray
·2 years ago
ଦ୍ୱିତୀୟ ଥର ହଂକଂ ଶେଆର ବଜାରକୁ ପଛରେ ପକାଇ ଆଗରେ ଭାରତୀୟ ଶେଆର ବଜାର

ଅର୍ଗସ ବ୍ୟୁରୋ:  ପୁଣି ଥରେ ହଂକଂକୁ ଟପିଲା ଭାରତୀୟ ଶେଆର ବଜାର। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ହଂକଂ ଶେଆର ବଜାରକୁ ପଛରେ ପକାଇ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଶ୍ୱର ଚତୁର୍ଥ ବୃହତ୍ତମ ଶେଆର ବଜାର ହୋଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, BSE ଅଧୀନରେ ଆସୁଥିବା କମ୍ପାନୀଗୁଡ଼ିକର ଶେଆର ମୂଲ୍ୟ ହଂକଂ ବଜାରକୁ ଟପି ଯାଇଛି। ଭାରତୀୟ ଶେଆର ମାର୍କେଟର ମୂଲ୍ୟ ୫.୧୮ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ହଂକଂର ୫.୧୭ ଟ୍ରିଲିୟନ ଡଲାର ରହିଛି।

ସେପଟେ ଆମେରିକାର ମିଡ୍ କ୍ୟାପ ଶେଆର ମାର୍କେଟର ବଜାର ମୂଲ୍ୟ ଉଚ୍ଚରେ ରହିଛି। ଆମେରିକାର ମୋଟ୍ ବଜାର ମୂଲ୍ୟ ୫୬.୪୯ ରେ ଥିବା ବେଳେ ପଛରେ ରହିଛି ଚୀନ୍। ଚୀନର ବଜାର ମୂଲ୍ୟ ୮.୮୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଜାପାନ ୬.୩୦ ଟ୍ରିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: