ପୁଣି ହେବ ଡିଜିଏମଓ ସ୍ତରୀୟ ଆଲୋଚନା, ଅସ୍ତ୍ରବିରତି ଅବଧିକୁ ୧୮ ପର୍ଯ୍ୟନ୍ତ ବୃଦ୍ଧି

Key Points
ଅସ୍ତ୍ରବିରତି ଅବଧି ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି
ପୁଣି ହେବ ଡିଜିଏମଓ ସ୍ତରୀୟ ବୈଠକ
ଅପରେସନ ସିନ୍ଦୂରର ସଫଳତାକୁ ନେଇ ଚାରିଆଡେ ତ୍ରିରଙ୍ଗା ରାଲି ଚାଲିଛି । ଭାରତୀୟ ସେନାର ବୀରତ୍ବକୁ ବିଭିନ୍ନ ମହଲରେ ସାଲ୍ୟୁଟ୍ କରାଯାଉଛି । ଏହାରି ଭିତରେ ଆସିଛି ବଡ ଖବର । ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଅବଧିକୁ ବଢାଯାଇଛି । ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଅବଧିକୁ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଉତ୍ତେଜନା ହ୍ରାସ କରିବାକୁ ଖୁବଶୀଘ୍ର ଉଭୟ ଦେଶ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ହେବ ।
ଅପରେସନ ସିନ୍ଦୂର ପରେ ମେ ୧୦ ତାରିଖରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ । ଯାହାର ଅବଧି ଗୁରୁବାର ପର୍ଯ୍ୟନ୍ତ ରହିଥିଲା । ଏବେ ସେହି ଅବଧିକୁ ବୃଦ୍ଧି କରାଯାଇ ମେ ୧୮ ତାରିଖ ପର୍ଯ୍ୟନ୍ତ କରାଯାଇଛି ।
📱 Get Argus News App
✨ପହଲଗାମ୍ ଆକ୍ରମଣ ପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଅନକେ ଆତଙ୍କୀ ଆଡ୍ଡା ଧ୍ୱଂସ କରିଛି ଭାରତ ।
ଭାରତୀୟ ବାୟୁସେନା ବିମାନ ଆକ୍ରମଣ ପୂର୍ବରୁ ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଜାମ୍ କରିଦେଇଥିଲା । ପଡ଼ୋଶୀ ଦେଶର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୨୩ ମିନିଟ୍ ପର୍ଯ୍ୟନ୍ତ ଜାମ୍ ହୋଇ ରହିଥିଲା । ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଚୀନ୍। ପିଆଇବି ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ବାୟୁସେନା ଅପରେସନ ସିନ୍ଦୂର ପାଇଁ ଚୀନ ଦ୍ବାରା ନିର୍ମିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଜାମ୍ କରିବାରେ ସଫଳ ହୋଇଥିଲା।
ପାଖାପାଖି ୨୩ ମିନିଟ୍ ପର୍ଯ୍ୟନ୍ତ ଭାରତ ଏହାକୁ ଜାମ୍ କରି ରଖିଥିଲା । ଏହି ସମୟ ମଧ୍ୟରେ ପାକିସ୍ତାନ ଭିତରେ ପଶି ଆତଙ୍କୀ ଆଡ୍ଡାକୁ ଉଡାଇ ଦେଇଥିଲା ଭାରତ । ପାକିସ୍ତାନରେ ଥିବା ବିଦେଶୀ ପ୍ରଯୁକ୍ତିବିଦ୍ୟାକୁ ନିରପେକ୍ଷ କରାଯାଇଥିଲା । ଯେଉଁଥିରେ ଚୀନ୍ ନିର୍ମିତ PL-15 କ୍ଷେପଣାସ୍ତ୍ରର ଖଣ୍ଡ, ତୁର୍କୀ ନିର୍ମିତ UAV (ୟିହା କିମ୍ବା ୟିହାଭ ନାମିତ) ଏବଂ ଦୂରଗାମୀ ରକେଟ୍, କ୍ୱାଡକପ୍ଟର ଏବଂ ବାଣିଜ୍ୟିକ ଡ୍ରୋନ୍ ରହିଥିଲା ।