India Pak War Live Update; ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ୍ ଉଡ଼ାଇଲା ଭାରତ

ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ୍ ଉଡ଼ାଇଲା ଭାରତ । LOC ଏବଂ IBରେ ଡ୍ରୋନ୍ ହମଲାକୁ ଜବାବ ଦେଲା ଭାରତ । L-70 ଗନ୍ସ, ZU-23MM ଏବଂ ସିଲକାର ବ୍ୟବହାର କଲା ଭାରତ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାରରେ ପାକିସ୍ତାନ ଡ୍ରୋନ୍ ଧ୍ବଂସ ହୋଇଯାଇଛି ।
ପାକିସ୍ତାନର ବଡ଼ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା BSF । ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳେ ବିଏସ୍ଏଫ୍ର ଗୁଳିମାଡ଼ ହୋଇଛି ।
📱 Get Argus News App
✨ଅପରେସନ ସିନ୍ଦୂର ପରେ ବିଚଳିତ ପାକିସ୍ତାନ । ଜାମ୍ମୁ କାଶ୍ମୀରର ଏକାଧିକ ସ୍ଥାନକୁ ପାକିସ୍ତାନ ଟାର୍ଗେଟ କରିବା ପରେ ବାଜିଲା ସାଇରନ । ଗତକାଲି ପୂରା ଅଞ୍ଚଳକୁ କରାଯାଇଥିଲା ବ୍ଲାକ୍ ଆଉଟ୍ । ପାକିସ୍ତାନ ଆକ୍ରମଣ ଆଶଙ୍କାରେ କରାଯାଇଥିଲା ବ୍ଲାକ୍ ଆଉଟ୍ । ପଠାନକୋଟ ଏୟାରବେସ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା। ସେହିପରି ଗୁରୁଦାସପୁରରେ ମଧ୍ୟ ବ୍ଲାକଆଉଟ୍ କରାଯାଇଥିଲା ।
ଜମ୍ମୁରେ କରାଗଲା ବ୍ଲାକ୍ ଆଉଟ୍
ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କାରେ କରାଯାଇଥିଲା ବ୍ଲାକ୍ ଆଉଟ୍
ଜମ୍ମୁ ଏୟାରପୋର୍ଟରେ ରକେଟ୍ ଆକ୍ରମଣ
ସତବାରୀ କେଣ୍ଟ୍ ଉପରେ ଆକ୍ରମଣ
ଜମ୍ମୁରେ ମୋବାଇଲ୍ ସେବାରେ ବାଧା
ଆର୍ଏସ୍ପୁରା ସେକ୍ଟର ରେ ବାଜିଲା ସାଇରନ୍
ପାକିସ୍ତାନ ମାଡ କଲା ୮ ମିଜାଇଲ୍
ସବୁ ତକ ମିଜାଇଲ୍କୁ ନଷ୍ଟ କଲା ଭାରତୀୟ ସେନା
ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ଖସିଲା ୨ଟି ଡ୍ରୋନ୍
ପାକିସ୍ତାନର ୨ଟି ଡ୍ରୋନକୁ ନଷ୍ଟ କଲା ଭାରତୀୟ ସେନା
ଜମ୍ମୁର ଏକାଧିକ ସ୍ଥାନରେ ଶୁଣିବାକୁ ମିଳୁଛି ବିସ୍ଫୋରଣର ଶବ୍ଦ
ଜମ୍ମୁ-କଶ୍ମୀରର କୁପାୱାଡାରେ ପ୍ରବଳ ଗୁଳିମାଡ଼
ପଞ୍ଜାବର ଗୁରୁଦାସପୁରରେ ବି ହେଲା ବ୍ଲାକ୍ ଆଉଟ
ପଞ୍ଜାବ ଓ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ହାଇଆଲର୍ଟ
ପାକିସ୍ତାନର ୩ଟି ଡ୍ରୋନ ଖସାଇଲା S-400 ଡିଫେନ୍ସ ସିଷ୍ଟମ୍ ସୁଦର୍ଶନ ଚକ୍ର
୩ ସେନା ମୁଖ୍ୟଙ୍କ ସହ ଆଲୋଚନା କଲା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
CDSଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରାଜନାଥ ସିଂହ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ NSA ଅଜିତ ଡୋଭାଲ
ରାଜସ୍ଥାନରେ ପୋଖରଣରେ ପାକିସ୍ତାନର ଆକାଟ ବିଫଳ
ଉତ୍ତର ଓ ପଶ୍ଚିମ ଭାରତର ପ୍ରମୁଖ ଏୟାରପୋର୍ଟ ବନ୍ଦ
ଶ୍ରୀନଗର, ସିମଲା , ଯୋଧପୁର, ଜୈସଲମେର ଏୟାରପୋର୍ଟ ବନ୍ଦ
କୁଲୁ, ଚଣ୍ଡୀଗଡ଼ ଓ ଜମ୍ମୁ ଏୟାରପୋର୍ଟ ବନ୍ଦ
ଜାମନଗର ଓ ଲୁଧିଆନା ଏୟାରପୋର୍ଟ ବି ବନ୍ଦ
ସମସ୍ତ ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ
ଦେଶର ସମସ୍ତ ବିମାନବନ୍ଦରରେ ହାଇଆଲର୍ଟ