India Pak War Live Update; ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା

ପାକିସ୍ତାନର ଆକ୍ରମଣରୁ ସୁରକ୍ଷା ଦେବାକୁ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୂର୍ବାଞ୍ଚଳ ରେଞ୍ଜ୍ ଡିଆଇଜି ସତ୍ୟଜିତ ନାୟକ ଘାଟିର ସୁରକ୍ଷା ପାଇଁ ଆଜି ସୁରକ୍ଷା ବୈଠକ ଡକାଇଛନ୍ତି । ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ କାର୍ଯ୍ୟାଳୟରେ ମଧ୍ୟ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦେଶରେ ବର୍ତ୍ତମାନର ଯୁଦ୍ଧ ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଧ୍ୟାନରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କଠୋର ପଦକ୍ଷେପ ନିଆଯାଉଛି। ବାଲେଶ୍ୱରର ଏସପି ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ବୈଠକର ପ୍ରସ୍ତୁତି ସମାପ୍ତ କରିବା ଏବଂ ସମନ୍ୱୟକୁ ଅତ୍ୟନ୍ତ ପ୍ରଭାବଶାଳୀ କରିବା ପାଇଁ ଏକାଠି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ୪ ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
📱 Get Argus News App
✨ପାକିସ୍ତାନର 2ଟି JF-17 ଓ F-16 ବିମାନ ଖସାଇଛି ଭାରତ
କ୍ବେଟାରେ ପାକିସ୍ତାନୀ ସେନା ଉପରେ 4ଟି ଆକ୍ରମଣ
ବଲୁଚିସ୍ତାନରେ FC ହେଡକ୍ବାର୍ଟର ଉପରେ ଆକ୍ରମଣ
ଲାହୋର ସମେତ ପାକିସ୍ତାନର ବହୁ ସହରରେ ବିସ୍ଫୋରଣ
ପୋଖରାଣରେ ଖସାଗଲା ପାକିସ୍ତାନର ଫାଇଟର ଜେଟ୍
ଭାରତୀୟ ସେନାର ଆକ୍ରମଣରେ ଦୋହଲିଲା କରାଚୀ
ବଡ଼ ବିସ୍ଫୋରଣରେ ଦୋହଲିଲା ପାକିସ୍ତାନର ପେଶାୱର ସହର
ଭାରତର 12 ସହରକୁ ଟାର୍ଗେଟ୍, ପାକିସ୍ତାନର ଆକ୍ରମଣ ଫେଲ୍
ପାକିସ୍ତାନକୁ ମୁହଁତୋଡ଼ ଜବାବ, ଭାରତର ସବୁ ସାମରିକ ଠିକଣା ସୁରକ୍ଷିତ
ପାକିସ୍ତାନର କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ କଲା ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ
ଅଖନୁର ଓ ଉଧମପୁରରେ ପାକିସ୍ତାନର ଡ୍ରୋନ୍ ଆକ୍ରମଣ ଫେଲ୍
ଜମ୍ମୁ-କାଶ୍ମୀରରେ ପ୍ରାୟ 35 ମିନିଟ୍ ଯାଏଁ ଡ୍ରୋନ୍ ଆକ୍ରମଣ କରିଥିଲା ପାକିସ୍ତାନ
ଜଳନ୍ଧରରେ ପାକିସ୍ତାନର ସବୁ ଡ୍ରୋନ୍ ଆକ୍ରମଣ ବିଫଳ
ନୌସେରାରେ ଖସାଗଲା ପାକିସ୍ତାନର 2ଟି ଡ୍ରୋନ୍
ପଠାଣକୋଟ ସେକ୍ଟରରେ ଖସାଗଲା ପାକିସ୍ତାନର ଫାଇଟର ଜେଟ୍
ଜୈସଲମେରରେ ପାକିସ୍ତାନର SWARM ଆକ୍ରମଣ ଫେଲ୍
ଜୈସଲମେରରେ ପଶି ପାରିଲେନି ପାକିସ୍ତାନୀ ଡ୍ରୋନ୍
ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ AWACS ଧ୍ବସ୍ତ