Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମେ ୧୨ରେ ହୋଇଥିବା ସହମତି ଆଗକୁ ଜାରି ରହିବ, ଭାରତ- ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମେ ୧୨ରେ ହୋଇଥିବା ସହମତି ଆଗକୁ ଜାରି ରହିବ, ଭାରତ- ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି

Key Points

ଭାରତ- ପାକିସ୍ତାନ ମଧ୍ୟରେ ଜାରି ରହିବ ଅସ୍ତ୍ରବିରତି

ମେ ୧୨ରେ ହୋଇଥିବା ସହମତି ଆଗକୁ ମଧ୍ୟ ଜାରି ରହିବ

ଭାରତ- ପାକିସ୍ତାନ ମଧ୍ୟରେ ଜାରି ରହିବ ଅସ୍ତ୍ରବିରତି । ମେ ୧୨ରେ ହୋଇଥିବା ସହମତି ଆଗକୁ ମଧ୍ୟ ଜାରି ରହିବ। ଭାରତୀୟ ସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପ୍ରସଙ୍ଗରେ ରବିବାର ଡିଜିଏମଓ ସ୍ତରୀୟ ଆଲୋଚନା ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ରବିବାର ଏହି ଆଲୋଚନା ହେବାର ଦିନ ଧାର୍ଯ୍ୟ ହୋଇନାହିଁ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ପାକିସ୍ତାନ ସହ ଅସ୍ତ୍ରବିରତି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିଛି ଭାରତୀୟ ସେନା ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଅସ୍ତ୍ରବିରତି ଶେଷ ହେବାର ଖବର ସମ୍ପୂର୍ଣ୍ଣ ଭୁଲ ବୋଲି କୁହାଯାଇଛି।


ସୀମାରେ ଗୁଳିକାଣ୍ଡ କିମ୍ବା କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବନାହିଁ। ଏହା ସହ ଦୁଇ ଦେଶ ସୀମାରେ ସୈନିକଙ୍କ ସଂଖ୍ୟା କମାଇବା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-pakistan-ceasefire-to-continue-army-says-no-expiry-date | Argus News