Videos
|
National

ସାମ୍ନାକୁ ଆସିଲ ଭାରତ- ପାକିସ୍ତାନ DGMO କଥାବାର୍ତ୍ତାର ନିଷ୍ପତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସାମ୍ନାକୁ ଆସିଲ ଭାରତ- ପାକିସ୍ତାନ DGMO କଥାବାର୍ତ୍ତାର ନିଷ୍ପତି

ସାମ୍ନାକୁ ଆସିଲ ଭାରତ- ପାକିସ୍ତାନ DGMO କଥାବାର୍ତ୍ତାର ନିଷ୍ପତି । ଉଭୟ ପକ୍ଷରୁ ଗୋଟିଏ ହେଲେ ବି ଗୁଳି ଫୁଟିବ ନାହିଁ ବୋଲି ଦୁଇ ପକ୍ଷ ସହମତ । ପରସ୍ପର ବିରୋଧରେ କୌଣସି ଉତ୍ତେଜନା ମୂଳକ ଆକ୍ସନ କେହି ନେବେ ନାହିଁ । ସୀମାରୁ ସୈନ୍ୟ ପ୍ରତ୍ୟାହାର ନେଇ ଦୁଇ ଦେଶ ତୁରନ୍ତ ନେବେ ପଦକ୍ଷେପ । ଗତକାଲି ଅପରାହ୍ନ ୫ ଟାରେ ଦୁଇ ଦେଶର DGMOଙ୍କ ମଧ୍ୟରେ ହୋଇଛି ଆଲୋଚନା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ବକୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି “ପାଣି ଓ ରକ୍ତ ଏକାଠି ବହିପାରିନି। ଏହା ସହିତ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ଘୋଷଣା କରିଛନ୍ତି।


ଏଥି ସହ ପିଏମ ଆହୁରୀ କହିଛନ୍ତି ପାକିସ୍ତାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ କେବଳ କରାଯାଇଛି ସ୍ଥଗିତ। ଅପରେସନ ସିନ୍ଦୂର ସ୍ପଷ୍ଟ କରିଛି ଭାରତର ଆତଙ୍କ ବିରୋଧୀ ନୀତି। ପ୍ରଧାନମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, କୌଣସି ପରମାଣୁ ବ୍ଲାକ୍ ମେଲକୁ ଡରିବ ନାହିଁ ଭାରତ। ଆଗକୁ ଆକ୍ରମଣ ହେଲେ ଦିଆଯିବ ମୁହଁତୋଡ଼ ଜବାବ। ଆତଙ୍କବାଦର ମୂଳ ଥିବା ସବୁ ସ୍ଥାନର କରାଯିବ ମୂଳୋତ୍ପାଟନ। ଏହାସହ ପାକିସ୍ତାନ ଓ ବିଶ୍ବ ସମୁଦାୟକୁ ପିଏମ୍ ମୋଦିଙ୍କ କଡ଼ା ସ୍ପଷ୍ଟ ବାର୍ତ୍ତା ଦେଇ କହିଚନ୍ତି କେବଳ ଆତଙ୍କବାଦ ଓ ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ହିଁ ହେବ ପାକିସ୍ତାନ ସହ ଆଲୋଚନା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
india-pakistan-dgmo-talks-resolution-emerges | Argus News