Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ୧୯୭୧ରେ ୯୦ ହଜାର ପାକ୍‌ ସୈନିକ କରିଥିଲେ ସରେଣ୍ଡର, ଏବେ ବି ଝୁଲୁଛି ପୋଷାକ ଓ ବନ୍ଧୁକ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ୧୯୭୧ରେ ୯୦ ହଜାର ପାକ୍‌ ସୈନିକ କରିଥିଲେ ସରେଣ୍ଡର, ଏବେ ବି ଝୁଲୁଛି ପୋଷାକ ଓ ବନ୍ଧୁକ !

ପହଲଗାମ ଆକ୍ରମଣକୁ ନେଇ ଗୋଟିଏ ପଟେ ଭାରତରେ ଚିନ୍ତା ବଢ଼ିଥିବା ବେଳେ ପାକିସ୍ତାନରେ ବି ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ଇସଲାମାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ୍ ମୁନୀର ବଲୁଚ ବିଦ୍ରୋହୀଙ୍କୁ ଧମକ ଦେବା ପରେ ତାଙ୍କୁ ସମାନ ଭାଷାରେ ମିଳିଛି କଡ଼ା ଜବାବ। କହିବାକୁ ଗଲେ ପାକିସ୍ତାନ ସେନା ବିରୋଧରେ ନିଜ ଦେଶରେ ବଢୁଛି ଅସନ୍ତୋଷ । ପାକ୍ ସେନା ମୁଖ୍ୟଙ୍କୁ ବଲୁଚିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଚରମସୀମାରେ ଉତ୍ତେଜନା । ଯୁଦ୍ଧ ନେଇ କରାଯାଉଛି ଆଶଙ୍କା। ୟା ଭିତରେ ପାକିସ୍ତାନରେ ନିଜ ଦେଶର ସେନା ବିରୋଧରେ ଜୋରରେ ଜଳିଲାଣି ଅସନ୍ତୋଷର ନିଆଁ। ଇସଲାମାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକ୍ ସେନା ମୁଖ୍ୟ ଜେନେରାଲ୍ ମୁନୀର, ବଲୁଚ ବିଦ୍ରୋହୀଙ୍କୁ ଧମକ ଦେଲେ। ଏହାପରେ ତାଙ୍କୁ ସମାନ ଭାଷାରେ ମିଳିଛି କଡ଼ା ଜବାବ।

ବଲୁଚିସ୍ତାନ ନ୍ୟାସନାଲ୍ ପାର୍ଟିର ନେତା ଓ ପୂର୍ବ ମୁଖ୍ୟମନ୍ତ୍ରୀ ଅଖତର ମେଙ୍ଗଲ କହିଛନ୍ତି, ପାକିସ୍ତାନୀ ସେନା ୧୯୭୧ର ଲଜ୍ଜାଜନକ ପରାଜୟ ଓ ୯୦ ହଜାର ସୈନିକଙ୍କ ଆତ୍ମସମର୍ପଣ କେବେ ବି ଭୁଲିବା ଉଚିତ ନୁହେଁ। କେବଳ ସେମାନଙ୍କ ଅସ୍ତ୍ରଶସ୍ତ୍ର ନୁହେଁ ସେମାନଙ୍କ ଲୁଗା ପଟା ବି ଆଜିଯାଏଁ ସେହିଠାରେ ହିଁ ଟଙ୍ଗା ହୋଇଛି। ପାକିସ୍ତାନୀ ସେନା କେତେ ପିଢ଼ି ଯାଏଁ ବେଙ୍ଗଲୀଙ୍କ ହାତରୁ ମିଳିଥିବା ସେହି ଐତିହାସିକ ପରାଜୟ ମନେ ରଖିବ ବୋଲି ପ୍ରଶ୍ନ କରିଛନ୍ତି ବଲୁଚ ନେତା ଅଖତର ମେଙ୍ଗଲ।

ସେପଟେ ଯୁଦ୍ଧ ହେଲେ ପାକିସ୍ତାନୀ ସେନା ନୁହେଁ ଭାରତୀୟ ସେନାକୁ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି ଖାଇବର ପାଖତୁନଖ୍ବାର ନେତା । କୋରାନ ଧରି ସାଧାରଣ ସଭାରେ ଲାଲ ମସଜିଦର ମୌଲାନା ପ୍ରଶ୍ନ କଲେ, ଯୁଦ୍ଧ ହେଲେ ପାକିସ୍ତାନ ସହ କିଏ ଅଛ ଜଣାଅ । ଉପସ୍ଥିତି ହଜାର ହଜାର ଲୋକ ଭିତରୁ କେହି ଜଣେ ବି ପାକିସ୍ତାନକୁ ସମର୍ଥନ କରିବାକୁ ଉଠାଇଲେ ନାହିଁ ହାତ।

ସବୁଠୁ ବଡ଼ ପ୍ରଶ୍ନ ଯୁଦ୍ଧ ହେଲେ କେତେ ଦିନ ଭାରତ ଆଗରେ ତିଷ୍ଠିବ ପାକିସ୍ତାନ। ରିପୋର୍ଟ କହୁଛି, ମାତ୍ର ୯୬ ଘଣ୍ଟା ଭିତରେ ପାଣି ପିଇବ ଆତଙ୍କୀସ୍ତାନ। କାଙ୍ଗାଳ ପାକିସ୍ତାନ ପାଖରେ ନାହିଁ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ। ଯୁଦ୍ଧରେ ମୁହଁମାଡ଼ି ପଡିବା ସହିତ ଧୂଳିସାତ ହୋଇଯିବ ପାକ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: 90,000 Pakistani soldiers surrendered in 1971, their uniforms and guns are still hanging! | Argus News