Videos
|
National

India-Pakistan War: ପାକିସ୍ତାନର ଅନେକ ସହରକୁ ମାତ୍ର ୪ ମିନିଟ୍‌ରେ ମଶାଣୀ କରିଦେବ ଭାରତର ମିସାଇଲ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ପାକିସ୍ତାନର ଅନେକ ସହରକୁ ମାତ୍ର ୪ ମିନିଟ୍‌ରେ ମଶାଣୀ କରିଦେବ ଭାରତର ମିସାଇଲ

ଯଦି ଯୁଦ୍ଧ ହୁଏ କିଏ ଜିତିବ ? କାହାର କେତେ କ୍ଷମତା ରହିଛି ? ଯୁଦ୍ଧ ହେଲେ ପାକିସ୍ତାନ କାଳେ ଭାରତ ଉପରେ ଭାରି ପଡ଼ିବ କି ? ଏମିତି ନାନା ପ୍ରଶ୍ନ ଏବେ ପ୍ରତ୍ୟେକ ଭାରତୀୟଙ୍କ ମନରେ । ହେଲେ ଆଜି ଆମେ ଯେଉଁ ତଥ୍ୟ ଆପଣଙ୍କୁ ଦେବାକୁ ଯାଉଛୁ ତାହା ଜାଣିଲେ ଆପଣଙ୍କ ମନୋବଳ ଖୁବ୍‌ ବଢ଼ିଯିବ । ଭାରତ ପାଖରେ ଯେଉଁ ସବୁ ମିସାଇଲ ରହିଛି, ସେଥିରେ ପାକିସ୍ତାନର ଅନେକ ସହର ମାତ୍ର ୨ ରୁ ୪ ମିନିଟ୍‌ ମଧ୍ୟରେ ମଶାଣୀ ପାଲଟିବ । ତେବେ ଆସନ୍ତୁ ଜାଣିବା ସେହି ମିସାଇଲ ବିଷୟରେ...


ଗତ ଦଶ ବର୍ଷ ମଧ୍ୟରେ ଭାରତ ନିଜର ସାମରିକ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିଛି। ଭାରତୀୟ ସେନା ପାଖରେ ଅନେକ ଘାତକ କ୍ଷେପଣାସ୍ତ୍ର ଅଛି ଯାହା ଭୂମିରୁ ଭୂମି, ଭୂମିରୁ ଆକାଶ ଏବଂ ଆକାଶରୁ ଆକାଶରେ ଯୁଦ୍ଧ କରିବାର କ୍ଷମତା ରଖୁଛି । ଭାରତର ନୌସେନା, ସ୍ଥଳସେନା ଏବଂ ବାୟୁସେନା ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଅଡ୍‌ଭାନ୍ସଡ୍‌ ଟେକ୍ନୋଲୋଜିର ଅନେକ ଯୁଦ୍ଧାସ୍ତ୍ର ରହିଛି ।

ଆଉ ଭାରତର ଏହି ବିଶାଳ ସାମରିକ କ୍ଷମତା ବିଷୟରେ ପାକିସ୍ତାନ ଭଲ ଭାବରେ ଅବଗତ ରହିଛି । ତେଣୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ କେତେବେଳେ ଜାତିସଂଘର ସାହାଯ୍ୟ ଲୋଡ଼ୁଛି ତ କେତେବଳେ ଅନ୍ୟ କୌଣସି ଅନ୍ତର୍ଜାତୀୟ ମଞ୍ଚରେ ହାତ ଯୋଡ଼ି ସୁରକ୍ଷା ପାଇଁ ନିବେଦନ କରୁଥିବା ଦେଖାଯାଉଛି। ଭାରତୀୟ ସେନା ପାଖରେ ଥିବା ଆଧୁନିକ ଘାତକ ଏବଂ ସଠିକ୍ ଲକ୍ଷ୍ୟଭେଦକାରୀ କ୍ଷେପଣାସ୍ତ୍ର କିଛି ମିନିଟ୍ ମଧ୍ୟରେ ଲାହୋରଠୁ କରାଚୀ, ପେଶାୱାରଠୁ ନେଇ ଏବଟାବାଦ ଭଳି ସହରକୁ ନିମିଷେକେ ଧ୍ୱଂସ କରିବାର କ୍ଷମତା ରଖୁଛି ।

ଭାରତର କ୍ଷେପଣାସ୍ତ୍ର ମାଡ଼କୁ ସହି ପାରିବନି ପାକିସ୍ତାନ


ଭାରତୀୟ ସେନା ପାଖରେ ଏବେ ଅନେକ ଶକ୍ତିଶାଳୀ ଏବଂ ଘାତକ କ୍ଷେପଣାସ୍ତ୍ର ରହିଛି। ଭାରତର ବ୍ରହ୍ମୋସ, ସୌର୍ଯ୍ୟ, ପ୍ରଳୟ ଏବଂ ଅଗ୍ନି-୫ ଭଳି କ୍ଷେପଣାସ୍ତ୍ରରେ ଅଡ୍‌ଭାନ୍ସଡ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । MIRV ଟେକ୍‌ନିକ୍‌ ଏବଂ ହାଇପରସୋନିକ୍ ଗତି ପାକିସ୍ତାନର ଲାହୋର, ଇସଲାମାବାଦ ଏବଂ କରାଚୀ ଭଳି ସହରରେ ଏକକାଳୀନ ଧ୍ୱଂସର ତାଣ୍ଡବ ଲୀଳା ରଚିବା ପାଇଁ ଯଥେଷ୍ଟ ।

ଯଦି ଆମେ ଦେଖିବା ଭାରତର ଏହି ପାଓ୍ୱାରଫୁଲ୍ ମିସାଇଲ୍ ତୁଳନାରେ ପାକିସ୍ତାନ ପାଖରେ ଘୌରୀ, ଶାହିନ, ଫତେହ ଏବଂ ଆବାବିଲ ଭଳି କ୍ଷେପଣାସ୍ତ୍ର ରହିଛି । ଯେଉଁଥିରେ MIRV ଟେକ୍ନୋଲୋଜି ଯଥେଷ୍ଟ ବ୍ୟବହାର କରାଯାଇ ନାହିଁ। ଏହି ମିସାଇଲ୍‌ ଗୁଡ଼ିକର ରେଞ୍ଜ ମଧ୍ୟ ୧୨୦ କିଲୋମିଟର ଭିତରେ ସୀମିତ ।

ପାକିସ୍ତାନର ଅନେକ ସହର ଭାରତ ନିଶାନାରେ


ଭାରତର ଅଗ୍ନି-5 ଏବଂ ସୌର୍ଯ୍ୟ ଭଳି କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବା ପାଇଁ ମଧ୍ୟ ସକ୍ଷମ। ବ୍ରହ୍ମୋସ, ସୌର୍ଯ୍ୟ ଏବଂ ପ୍ରଳୟ ଭଳି କ୍ଷେପଣାସ୍ତ୍ର ନିଜର ଦ୍ରୁତ ଗତି ଓ ମୋବାଇଲ୍ ଲଞ୍ଚର୍ ଟେକ୍ନୋଲୋଜି ଯୋଗୁଁ ଆଖି ପିଛୁଳାକେ ଶତ୍ରୁର ଧଜ୍ଜିଆ ଉଡ଼ାଇବା ପାଇଁ ସକ୍ଷମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ ଉଭୟ ଦେଶ ପରମାଣୁ ଶକ୍ତିଶାଳୀ, କିନ୍ତୁ ଭାରତର ମିସାଇଲ ଏବଂ ସାମରିକ କ୍ଷମତା ଆଗରେ ପାକିସ୍ତାନ ସମକକ୍ଷ ହୋଇପାରିବ ନାହିଁ। ଭାରତର ହାଇପରସୋନିକ୍ ମିସାଇଲ ଗୁଡ଼ିକ ମାତ୍ର ୨୦ ରୁ ୩୦ ସେକେଣ୍ଡ ମଧ୍ୟରେ ଲାହୋରକୁ ଟାର୍ଗେଟ କରି ଧ୍ୱସ କରିପାରିବ । ଇସଲାମାବାଦକୁ ଟାର୍ଗେଟ କରିବାକୁ ୨ ରୁ ୩ ମିନିଟ୍ ଏବଂ କରାଚୀକୁ ଟାର୍ଗେଟ କରିବାକୁ ୩ ରୁ ୪ ମିନିଟ୍ ସମୟ ଲାଗିପାରେ ଭାରତକୁ।