Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ଆନ୍ଧାର ଆସୁ ଆସୁ ପାକିସ୍ତାନ ଆରମ୍ଭ କଲାଣି ଡ୍ରୋନ ଆଟାକ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
India-Pakistan War: ଆନ୍ଧାର ଆସୁ ଆସୁ ପାକିସ୍ତାନ ଆରମ୍ଭ କଲାଣି ଡ୍ରୋନ ଆଟାକ୍

ପୁଣି ପାକିସ୍ତାନ ଆରମ୍ଭ କଲା ଆକ୍ରମଣ । ଡ୍ରୋନ ପରେ ଡ୍ରୋନ ଆଟାକ୍‌ କରୁଛି ପାକିସ୍ତାନ । ଫଳରେ ଜମ୍ମୁ କାଶ୍ମୀର, ପଠାନକୋଟରେ, ଉରି, ପୁଞ୍ଚ, ସାମ୍ବାରେ ବ୍ଲାକ୍‌ ଆଉଟ୍ । ପଠାନକୋଟ ଏୟାରବେସ୍‌ ପାଖରେ ବି ବାଜିଲା ସାଇରନ୍ ।

ଗୁରୁବାର ଭଳି ଶୁକ୍ରବାର ମଧ୍ୟ ସଞ୍ଜ ନଉଁ ନଉଁ ସୀମାରେ ସକ୍ରିୟ ହେଲା ପାକିସ୍ତାନ । ଅନ୍ଧାର ଆସୁ ଆସୁ ହିଁ ଆରମ୍ଭ କରିଦେଲା ଗୁଳିମାଡ଼ । ଜମ୍ମୁ କାଶ୍ମୀର ଉରିରେ ପାକିସ୍ତାନ ପଟୁ ଆଖିବୁଜା ଗୁଳିମାଡ଼ କରାଯାଇଛି । ପୁଞ୍ଚରେ ବି ପାକିସ୍ତାନ ସେନା ପକ୍ଷରୁ ଜୋରଦାର ଗୁଳିମାଡ଼ ଆରମ୍ଭ ହୋଇଛି । ତେବେ ଗତକାଲି ରାତିରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା ।

ରାତି ୮ଟାରୁ ୧୧ଟା ୩୦ ଯାଏଁ ପାକିସ୍ତାନ ଲଗାତାର ଭାବେ ଡ୍ରୋନ ଆକ୍ରମଣ କରିଥିଲା । ଅନ୍ଧାର ହେଉ ହେଉ ଆକାଶରୁ ଆକ୍ରମଣ କରିଥିଲା ପାକିସ୍ତାନ । ଭାରତର ୩୬ଟି ସ୍ଥାନକୁ ଟାର୍ଗେଟ୍ କରି ଡ୍ରୋନ ହମଲା କରିଥିଲା। ଯାହାର ଜବାବ ଏସ-୪୦୦ ଏବଂ ଅନ୍ୟାନ୍ୟ ଆଣ୍ଟି ମିସାଇଲ ସିଷ୍ଟମ୍ ଦେଇଥିଲା । ତୁର୍କୀ ଡ୍ରୋନରେ ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିଥିବା ବେଳେ ସମସ୍ତ ୪୦୦ ଡ୍ରୋନ୍ ଫୁସକି ଯାଇଛି ।

ଅନ୍ୟପଟେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ତୁର୍କୀ ଅସ୍ତ୍ରର ସାହାଯ୍ୟ ନେଇଛି ପାକିସ୍ତାନ ଆକ୍ରମଣ କରିଥିଲା । ଗୁରୁବାର ରାତିରେ ପାକିସ୍ତାନ ଭାରତ ଉପରେ ଯେଉଁ ଡ୍ରୋନ ଆକ୍ରମଣ କରିଥିଲା ସେଥିରେ ତୁର୍କୀର ଡ୍ରୋନ ବ୍ୟବହାର ହୋଇଥିଲା ବୋଲି ଏମଇଏ ପ୍ରେସମିଟରେ ଖୁଲାସା ହୋଇଛି ।

ତେବେ ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଗୁରୁବାର ରାତିରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ପାକିସ୍ତାନ ଭାରତର ୩୬ଟି ସ୍ଥାନରେ ଡ୍ରୋନ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା । ପ୍ରାୟ ୩୦୦ରୁ ୪୦୦ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: As darkness falls, Pakistan begins drone attacks | Argus News