Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ଏତେ ମାଡ଼ ପରେ ବି ସୁଧୁରୁନି ପାକିସ୍ତାନ, ଭାରତର ଜନବସତୀକୁ କରୁଛି ଟାର୍ଗେଟ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ଏତେ ମାଡ଼ ପରେ ବି ସୁଧୁରୁନି ପାକିସ୍ତାନ, ଭାରତର ଜନବସତୀକୁ କରୁଛି ଟାର୍ଗେଟ !

Key Points


ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ଉପରେ ଡ୍ରୋନ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତର ୪ ସୀମାବର୍ତ୍ତୀ ରାଜ୍ୟର ପ୍ରାୟ ୨୬ଟି ସ୍ଥାନକୁ ଟାର୍ଗେଟ କରିଛି ପାକିସ୍ତାନ । ହେଲେ ପ୍ରାୟ ସବୁ ଡ୍ରୋନକୁ ମାରି ଖସାଇଦେଇଛି ଭାରତ । ପଞ୍ଜାବ ଫିରୋଜପୁର ଜନବସତିରେ ପାକିସ୍ତାନ କରିଛି ଡ୍ରୋନ୍‌ ମାଡ଼ । ଡ୍ରୋନ୍‌ ହମଲାରେ ଏକ ପରିବାର ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେହିଭଳି ଜମ୍ମୁ ଓ କଶ୍ମୀରରେ ପୁଣି ବଡ଼ ଡ୍ରୋନ ଆଟାକ୍‌ କରିଛି ପାକିସ୍ତାନ। ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଶ୍ରୀନଗରରେ ବଡ଼ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଅବନ୍ତୀପୁରାରେ ୧୫ରୁ୨୦ଟି ବିସ୍ଫୋରଣ ଶବ୍ଦ ଶୁଭିଛି ।


ପାକିସ୍ତାନ ସୈନ୍ୟ ଶୁକ୍ରବାର ରାତିରେ ଜମ୍ମୁର ସାତୱାରୀ, ସାମ୍ବା, ଆରଏସ ପୁରା ଓ ଅର୍ନିଆ ଅଞ୍ଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣର ଚେଷ୍ଟା କରିଛନ୍ତି। ଏହି ଆକ୍ରମଣ ମୁଖ୍ୟତଃ ଜମ୍ମୁ ବିମାନବନ୍ଦର ଓ ଅନ୍ୟାନ୍ୟ ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇଛି। ତେବେ, ଭାରତୀୟ ବାୟୁ ପ୍ରତିରକ୍ଷା ବାହିନୀ ଏହାକୁ ସଫଳତାର ସହ ବିଫଳ କରିଛି। ଏହି ଘଟଣା ପରେ ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି ଏବଂ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଯାଇଛି।

ଅନ୍ୟପଟେ ଗୁଜରାଟ କଚ୍ଛ ଜିଲ୍ଲାରେ ବ୍ଲାକ୍ ଆଉଟ୍ କରାଯାଇଛି । ସମ୍ପୂର୍ଣ୍ଣ କଚ୍ଛ ଜିଲ୍ଲାକୁ ଅନ୍ଧାର କରାଗଲା । ରାଜସ୍ଥାନ ବାଡ଼ମେରରେ ବି ବ୍ଲାକ୍ ଆଉଟ୍ । ପଠାନକୋଟରେ ବ୍ଲାକଆଉଟ ସମୟରେ ବିସ୍ଫୋରଣ ଶବ୍ଦ ଶୁଭିଛି । ରାଜସ୍ଥାନ, ପଞ୍ଜାବର କିଛି ଜିଲ୍ଲାରେ ବ୍ଲାକ୍ ଆଉଟ୍ କରାଯାଇଛି ।

ସେପଟେ ଅବନ୍ତୀପୁରା ଓ ନୌସେରାରେ ଭାରତ ଖସାଇଛି ପାକିସ୍ତାନ ଡ୍ରୋନ୍ । ଅବନ୍ତୀପୁରା ଏୟାରବେସରେ ପାକିସ୍ତାନର ଆକ୍ରମଣ ଉଦ୍ୟମ ଫେଲ୍ । ରାଜସ୍ଥାନ ଜୈସଲମେରରେ ୨ଟି ଡ୍ରୋନ୍ ଖସାଗଲା। ଶ୍ରୀଗଙ୍ଗାନଗରରେ ରେଡ୍ ଆଲର୍ଟ ଘୋଷିତ । ଶ୍ରୀଗଙ୍ଗାନଗରକୁ ଅନ୍ଧାର କରାଗଲା । ଯିଏ ଯେଉଁଠି ଅଛନ୍ତି, ସେହିଠାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ଥାନ ବାଡ଼ମେରରେ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି । ବାଡ଼ମେରରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଉରି ଓ ପୁଞ୍ଚରେ ପାକିସ୍ତାନ ପଟୁ ପୁଣି ଗୁଳିମାଡ଼ ମଧ୍ୟ ଚାଲିଛି । କୁଲୱାଡ଼ାରେ LoCରେ ପାକିସ୍ତାନ ପଟୁ ଗୁଳିବର୍ଷା କରାଯାଉଛି । ଶ୍ରୀନଗର ହେଲା ବ୍ଲାକ ଆଉଟ । ରାଜସ୍ଥାନର ପୋଖରଣରେ ଶୁଭିଲା ବିସ୍ଫୋରଣ ଶବ୍ଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: Even after so much beating, Pakistan is still targeting the population of India! | Argus News