Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ପାକିସ୍ତାନକୁ ଏଥର ପାନେ ଦେବାକୁ ବଡ଼ ପ୍ଲାନ୍‌ କରିସାରିଛି ଭାରତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ପାକିସ୍ତାନକୁ ଏଥର ପାନେ ଦେବାକୁ ବଡ଼ ପ୍ଲାନ୍‌ କରିସାରିଛି ଭାରତ

Key Points


ଯୁଦ୍ଧ ସିନା ବନ୍ଦ ହେଲା । ହେଲେ ଭାରତ କିନ୍ତୁ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ଅସ୍ତ୍ରବିରତି ଲାଗୁ ପୂର୍ବରୁ ଭାରତ କରିସାରିଛି ବଡ଼ ପ୍ଲାନ୍‌ । ଏଥର ଯଦି ପାକିସ୍ତାନ ଟିକେ ବି ଉଁ ଚୁଁ କରେ ତେବେ ଯୁଦ୍ଧ ନିଶ୍ଚିତ । ଆତଙ୍କବାଦ ବିରୋଧରେ ବଡ଼ ଆକ୍ସନ ପ୍ଲାନ ରେଡି ରଖିଛି ଭାରତ । ଆତଙ୍କୀସ୍ତାନର ଅଣ୍ଟା ଭାଙ୍ଗିବାକୁ ପିଏମ ମୋଦି କରିଛନ୍ତି ମାରାଥନ ବୈଠକ । ଶୁକ୍ରବାର ଅସ୍ତ୍ରବିରତି ଲାଗୁ ପୂର୍ବରୁ ଏନଏସଏ ଏବଂ ତିନି ସେନାମୁଖ୍ୟଙ୍କ ସହ ଆଲୋଚନା କରିସାରିଥିଲ ମୋଦି । ଦେଶରେ ଆତଙ୍କୀ ହାମଲାକୁ ଯୁଦ୍ଧ ଆହ୍ବାନ ଭାବେ ଗ୍ରହଣ କରିବ ଭାରତ ବୋଲି ସ୍ଥିର ହୋଇସାରିଛି । ଟିଜର, ଟ୍ରେଲର ପରେ ସୀମା ଲଂଘିଲେ ପୁରା ଫିଲ୍ମ ଦେଖିବ ପାକିସ୍ତାନ ବୋଲି କୁହାଯାଉଛି ।

କହିବାକୁ ଗଲେ ନାପାକ୍ ବିରୋଧରେ ଭାରତର ବଡ଼ ରଣନୀତି ପ୍ରସ୍ତୁତ କରି ରଖିଛି । ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ସରିଛି ଆକ୍ସନ ପ୍ଲାନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନମ ବୈଠକରୁ 'ଏଥର କିଛି ବଡ଼ ହେବ'ର ମିଳୁଛି ସ୍ପଷ୍ଟ ସଂକେତ । ଅପରେସନ ସିନ୍ଦୁରର ଦୁଇଟି ପର୍ଯ୍ୟାୟରେ ପାକିସ୍ତାନ ଦେଖିସାରିଛି ଟିଜର ଓ ଟ୍ରେଲର । ଏଣିକି ଦେଶର କୌଣସି ବି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଯୁଦ୍ଧ ଆହ୍ବାନ ଭାବେ ଗ୍ରହଣ କରି ଆତଙ୍କବାଦର ପେଣ୍ଠସ୍ଥଳରେ ତାଣ୍ଡବ ରଚିବ ନୂଆ ଭାରତ ।

LoCରେ ଲଗାତାର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଡ୍ରୋନ ଆକ୍ରମଣର ଧାରା ଜାରି ରହିଥିବା ବେଳେ ପୁଣି ବଡ଼ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସିଡିଏସ ଜେନେରାଲ ଅନୀଲ ଚୌହ୍ବାନଙ୍କ ସମେତ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ମୋଦି । ପହଲଗାମ ହମଲା ପରେ ବିଦେଶ ଗସ୍ତ କାଣ୍ଟଛାଟ କରି ଫେରିବା ପରଠାରୁ ଏକାଧିକ ଥର ଦେଶର ସୁରକ୍ଷା, ପ୍ରତିରକ୍ଷା ସହ ଜଡ଼ିତ ସମସ୍ତ ବିଭାଗର ମନ୍ତ୍ରୀ, ସଚିବ, ବରିଷ୍ଠ ଅଧିକାରୀ, ପୂର୍ବତନ ଅଧିକାରୀଙ୍କ ସହ ବିଚାରବିମର୍ଶ କରି ସାରିଛନ୍ତି ପିଏମ ମୋଦି ।

ଏଥର ଲଢେଇ ଏକ ଦେଶ ବିରୋଧରେ ନୁହେଁ ବରଂ ଆତଙ୍କବାଦ ବିରୋଧରେ ମହାଯୁଦ୍ଧ । ପହଲଗାମ ହମଲା ପରେ ଜବାବୀ କାର୍ୟ୍ୟାନୁଷ୍ଠାନ ଭାବେ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୁର । ଅପରେସନରେ ପାକିସ୍ତାନର କୌଣସି ସାମରିକ ଆଡ୍ଡା କିମ୍ବା ରାଷ୍ଟ୍ରୀୟ ସମ୍ପତ୍ତି ନଷ୍ଟ କରିନାହିଁ ଭାରତ । ଅପରେସନ ସିନ୍ଦୁର ପ୍ରଥମ ପର୍ଯ୍ୟାୟରେ LoC ଓ ପାକିସ୍ତାନର ୯ ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଟାର୍ଗେଟ୍ କରିଥିଲା ଭାରତୀୟ ସେନା । ଦ୍ବିତୀୟ ପର୍ଯ୍ୟାୟରେ ଆତଙ୍କୀ ଆଡ୍ଡା ରାଓଲପିଣ୍ଡ, ମୁରୀଦ୍ ଚକ୍ରବାଲ, ସୋରକୋଟ ଓ ନୁର୍‌ଖାନ ଏୟାରବେସ୍ ଧ୍ବସ୍ତ କରିଥିଲା ଭାରତ । କିନ୍ତୁ ଆତଙ୍କୀସ୍ଥାନ ଭାରତର ସାମରିକ କେନ୍ଦ୍ର, ବିମାନ ବନ୍ଦରକୁ ଡ୍ରୋନ, ମିସାଇଲରେ ଟାର୍ଗେଟ୍ କରିବା ସହ ସାଧାରଣ ନାଗରିକଙ୍କ ଉପରେ କରିଥିଲା ଗୁଳିମାଡ଼ । ପାକିସ୍ତାନର ହୀନ ଉଦ୍ୟମକୁ ପଣ୍ଡ କରିବା ସହ ମୋଦି ସରକାର ନେଇଛନ୍ତି ଚୁଡ଼ାନ୍ତ ନିଷ୍ପତ୍ତି ।

ଅସ୍ତ୍ରବିରତି ପାଇଁ ଉଭୟ ଦେଶର ସମ୍ମତି ପରେ ବଦଳିଛି ସ୍ଥିତି । କିନ୍ତୁ ଆତଙ୍କବାଦ ବିରୋଧରେ ବଡ଼ ଅପରେସନ ପ୍ରସ୍ତୁତିର ସମୀକ୍ଷା ସହ ପ୍ରସ୍ତୁତ ହୋଇଛି ପରବର୍ତ୍ତୀ ରଣନୀତି । ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପୂର୍ବରୁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥର ସୀମା ଲଙ୍ଘିଲେ ଡ୍ରୋନ, ମିସାଇଲ, ଏୟାର ଷ୍ଟ୍ରାଇକ କିମ୍ବା ସାଇବର ଆଟାକରେ ସୀମିତ ରହିବନି ଲଢେଇ। ଆତଙ୍କବାଦ ବିରୋଧରେ ହେବ ନିର୍ଣ୍ଣାୟକ ଯୁଦ୍ଧ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: India has made a big plan to give Pakistan a Lesson this time | Argus News