India-Pakistan War: ପାକିସ୍ତାନର ୪୦୦ରୁ ୫୦୦ ଡ୍ରୋନ୍କୁ ମାରି ଖାସାଇଲା ଭାରତ, ଆଗକୁ ଆହୁରି ଅଛି...

ହତାଶ ପାକିସ୍ତାନ । ମୋଦି ଘୋଷଣା କଲେ, ଭାରତର ସୀମାରୁ 9 ଆତଙ୍କୀ ଆଡ୍ଡା ହେଲା ଧ୍ବସଂ । ଧରି ପାରିଲାନି ପାକିସ୍ତାନ ଏୟାର ଡିଫେନସ ସିଷ୍ଟମ । କ୍ରୋଧରେ ଅପମାନିତ ଓ ଜର୍ଜରିତ ପାକିସ୍ତାନ କଲା ମିଶାଇଲ ବର୍ଷା ।
ଗୁରୁବାର ରାତିରେ ୩୬ ସ୍ଥାନକୁ ଟାର୍ଗେଟ କରି ପାକିସ୍ତାନ ମାରିଥିଲା ୩୦୦ରୁ ୪୦୦ ଡ୍ରୋନ । ପାକିସ୍ତାନର ଏହି ନପାକ୍ ଆଟାକକୁ ପୁଣି ବିଫଳ କରିଦେଲା ଭାରତର ସୁଦର୍ଶନ ଚକ୍ର । S-400 ସହିତ ସ୍ବଦେଶୀ ମିସାଇଲ ଆକାଶରେ ଦେଖାଇଲା ଦମ୍ । ପାକିସ୍ତାନର ମିସାଇଲ ଓ ଡ୍ରୋନ୍ ଆଟାକକୁ କରିଦେଲା ବିଧ୍ବସ୍ତ । ମାରି ଖସାଇଲା ୪୦୦ରୁ ଅଧିକ ପାକିସ୍ତାନ ଡ୍ରୋନ୍ । ଭାରତର ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସର ଦମ ଦେଖି ହତାଶ ପାକିସ୍ତାନ ।
ପାକିସ୍ତାନ ଡଙ୍କ ମୋଡ଼ି ତଳେ ପକାଇଥିବା ଭାରତର ହତିଆର୍ ଗୁଡ଼ିକ ହେଲା...
L-70
-40 ଏମଏମ୍ ଆଣ୍ଟି ଏୟାରକ୍ରାଫଟ ଗନ୍
-ଗୋଟିଏ ମିନିଟରେ ୨୪୦ରୁ ୩୦୦ ରାଉଣ୍ଡ ଫାୟାର କରିବାର କ୍ଷମତା
- L-70ର ରେଞ୍ଜ 4 ହଜାର ମିଟର
-ପାକିସ୍ତାନର ଡ୍ରୋନକୁ ଉଡାଇବାରେ ବଡ ଭୂମିକା L-70ର
-ଉଦମପୁର, ସାମ୍ବା, ଜମ୍ମୁ, ଅଖନୁର, ନଗରୋଟା, ପଠାନକୋଟ୍ରେ ମୁହଁତୋଡ଼ ଜବାବ ଦେଇଛି L-70
S-400 ସୁଦର୍ଶନ ଚକ୍ର
📱 Get Argus News App
✨
-ପାକିସ୍ତାନ ଡ୍ରୋନ ଓ ମିସାଇଲକୁ ମାଟିରେ ମିଶାଇଛି ସୁଦର୍ଶନ ଚକ୍ର
-ଏକା ସାଙ୍ଗରେ ୭୨ ମିଶାଇଲ ଛାଡ଼ି ପାରିବ ସୁଦର୍ଶନ
-୬୦୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ୩୦୦ ଟାର୍ଗେଟ ଟ୍ରାକ କରିପାରିବ ସୁଦର୍ଶନ
-ପାକିସ୍ତାନ ମାନିଲା ୨ଟି JF-17 ଜେଟ୍କୁ ଆକାଶରେ ହିଁ ଧ୍ବସଂ କଲା ଭାରତ
-ପାକିସ୍ତାନର ୮ ମିସାଇଲକୁ ୮ ତାରିଖ ରାତିରେ ଆକାଶରେ ହିଁ ନଷ୍ଟ କରିଦେଲା ସୁଦର୍ଶନ ଚକ୍ର
ZSU-23-4 ଶିଲ୍କା (shilka)
-ଏହା ଏକ ଅଟୋମେଟିକ୍ ଆଣ୍ଟି ଏୟାରକ୍ରାଫଟ୍ ଗନ୍
- ZSU-23-4 ଶିଲକାରେ ୨୩ ଏମଏମର ଲାଗିଛି ୪ଟି ତୋପ
- ZSU-23-4 ଶିଲକାର ରେଞ୍ଜ ୨.୫ କିଲୋମିଟର
-ପ୍ରତି ମିନିଟରେ ୪ ହଜାର ରାଉଣ୍ଡ ଫାୟାର କରିବାର କ୍ଷମତା
ଆକାଶ ମିସାଇଲ
-ସ୍ୱଦେଶୀ ମିସାଇଲ ବି ଧ୍ବସଂ କରିଛି ପାକିସ୍ତାନ ଡ୍ରୋନକୁ
-ଡିଆରଡିଓ ଦ୍ବାରା ନିର୍ମିତ ଆକାଶ ମିସାଇଲ ୭୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କ୍ଷମତା ରଖିଛି
ବାରାକ-୮
-ଇସ୍ରାଏଲରୁ ୨୦୧୭ରେ ଆସିଛି ବାରାକ ୮ ମିସାଇଲ
-ଭୁଜ, ପଠାନକୋଟରେ ପାକିସ୍ତାନ ଡ୍ରୋନକୁ ଧ୍ବସଂ କରିଛି ବାରାକ-୮
ସେନା ପାଖରେ ରହିଛି ୩ ପ୍ରକାର ଏୟାର ଡିଫେନସ ସିଷ୍ଟମ । ଲଙ୍ଗ ରେଂଜରେ ୪୦ରୁ ୪୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦର କ୍ଷମତା ଥିବା ବେଳେ ମିଡିୟମ ରେଞ୍ଜରେ ୩୦ରୁ ୭୦ କିଲୋମିଟର ରେଞ୍ଜରେ ଲକ୍ଷ୍ୟ ଭେଦର କ୍ଷମତା ରହିଛି ।