India-Pakistan War: ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କଲା ଭାରତ, ବଡ଼ ବଡ଼ ସହର ଧ୍ୱଂସ

ଭାରତ ଦେଖାଇଲା ରୌଦ୍ର ରୂପ । ପାକିସ୍ତାନ ଉପରେ ଭାରତ କଲା ପ୍ରଚଣ୍ଡ ଆକ୍ରମଣ । ଭାରତର ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ଆଟାକ୍ କରିବା ପରେ ଭାରତ କାଉଣ୍ଟର ଆଟାକ୍ ଆରମ୍ଭ କରିଛି । ଏହାସହିତ ପାକିସ୍ତାନର ବଡ଼ ବଡ଼ ସହର ଉପରେ ମଧ୍ୟ ମୃତ୍ୟୁର ତାଣ୍ଡବ କରୁଛି ଭାରତ । ଲାହୋର ଉପରେ ଭାରତ କରିଛି ଡ୍ରୋନ୍ ଆକ୍ରମଣ । ଲାହୋର ସହ ସିଆଲକୋଟରେ ବି ଭାରତ କରିଛି ଅଗ୍ନି ବର୍ଷା।
ପାକିସ୍ତାନ ଉପରେ ଭାରତ ନିକ୍ଷେପ କଲା ଅନେକ କ୍ଷେପଣାସ୍ତ୍ର । ଲାହୋର, କରାଚୀ, ଜଳନ୍ଧରରେ ବାଜୁଛି ଯୁଦ୍ଧ ସାଇରନ୍ । ଇସ୍ଲାମାବାଦ୍ ଉପରେ ମଧ୍ୟ ଘନ ଘନ ମିସାଇଲ ମାଡ଼ କରିଛି ଭାରତ । ପୁରା ପାକିସ୍ତାନରେ ବ୍ଲାକ୍ ଆଉଟ ।
📱 Get Argus News App
✨ଗୋଟିଏ ପଟେ ପାକିସ୍ତାନ ଉପରେ ଭାରତ ଆଖିବୁଜା ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି NSA ଅଜିତ ଡୋଭାଲ୍ । ସାଂପ୍ରତିକ ସ୍ଥିତି ଉପରେ ମୋଦିଙ୍କୁ ଅବଗତ କଲେ ଡୋଭାଲ୍ । ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସିଡିଏସ୍ଙ୍କ ମଧ୍ୟରେ ବୈଠକ ମଧ୍ୟ ହୋଇସାରିଛି । ସିଡିଏସ୍ ଓ ୩ ସେନା ମୁଖ୍ୟଙ୍କୁ ନେଇ ବୈଠକ ସରିଛି । ସାଂପ୍ରତିକ ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରାଯାଇଛି ।
ସେହିଭଳି ପାକିସ୍ତାନର ମିସାଇଲ ଓ ଡ୍ରୋନ ଆଟାକ୍କୁ ଆକାଶରେ ପାଉଁଶ କରିବାକୁ ୪ଟି ଏୟାର ଡିଫେନ୍ସ ବ୍ୟବସ୍ଥା ସକ୍ରିୟ କରିଛି ଭାରତ । ଜାମୁ କାଶ୍ମୀର ଠାରୁ ପଞ୍ଜାବ, ରାଜସ୍ଥାନ ଯାଏଁ ୪ ଏୟାର ଡିଫେନ୍ସ ସିଷ୍ଟମ S-400, L-70, JSU-23 ଓ ସିଲ୍କାକୁ ଆକ୍ଟିଭ କଲା ଭାରତ ।
ତେବେ ଆକ୍ରମଣ ଜାରି ରଖିଛି ପାକିସ୍ତାନ । ଆଜି ସନ୍ଧ୍ୟାରୁ ଜାମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନ କରୁଛି ଆକ୍ରମଣ । ଜମ୍ମୁ ଏୟାରପୋର୍ଟରେ ବି ହମଲା ହୋଇଥିବା ସୂଚନା । ରକେଟ୍ ଦ୍ୱାରା ଆକ୍ରମଣ କରିଛି ପାକିସ୍ତାନ। ଏହାପରେ ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରାଯାଇଛି, S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରିଛି।
ଏହାସହ ପଞ୍ଜାବ ଓ ରାଜସ୍ଥାନରେ ବି ମିସାଇଲ ଓ ଡ୍ରୋନ ମାଡ଼ କରିଛି ପାକିସ୍ତାନ । ଏଭଳି ଆକ୍ରମଣ ପରେ ସାଇରନ୍ ବଜାଇ ସତର୍କ କରିଛି ଭାରତୀୟ ସେନା । ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳ ସମେତ କ୍ଷିତୱାରରେ ଜାରି ହୋଇଛି ସମ୍ପୂର୍ଣ୍ଣ ବ୍ଲାକଆଉଟ। ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଛି ପାକିସ୍ତାନ ସେନା । ସେହିପରି ଗୁରୁଦାସପୁରରେ ମଧ୍ୟ ହୋଇଛି ବ୍ଲାକଆଉଟ । ଅପରେସନ ସିନ୍ଦୂର ପରେ ବିଚଳିତ ପାକିସ୍ତାନ ।
ଅନ୍ୟପଟେ ଭାରତୀୟ ବାୟୁସେନା ମଧ୍ୟ ଉଡ଼ାଣ ଆରମ୍ଭ କରିଛି। ପାକିସ୍ତାନର ଫାଇଟର ପ୍ଲେନକୁ ଭାରତ ଖସାଇ ଦେଇଛି। ଡ୍ରୋନ୍ ଓ ଆର୍ଟିଲାରୀ ଜରିଆରେ ଆକ୍ରମଣ କରୁଛି ପାକିସ୍ତାନ। ପାକିସ୍ତାନର ଲଢୁଆ ବିମାନ ଏଫ୍ ୧୬ କୁ ଖସାଇ ଦେଇଛି ଭାରତ। କେବଳ ଜମ୍ମୁ କାଶ୍ମୀର ନୁହେଁ ରାଜସ୍ଥାନରେ ମଧ୍ୟ ଆକ୍ରମଣ କରିଛି। ପାକିସ୍ତାନ ଭାରତର ସାଧାରଣ ଲୋକ ଓ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରୁଛି। ଭାରତର ବିମାନ ବନ୍ଦରଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଛି।
ଅପରେସନ୍ ସିନ୍ଦୂରରେ ନିହତ ହୋଇଛନ୍ତି ପ୍ରାୟ ୨୦୦ ଆତଙ୍କବାଦୀ। କୋଟଲିରେ ସର୍ବାଧିକ ଶହେ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ବହାୱାଲପୁରରେ ୪୦, ମୁଜାଫରାବାଦ ମରିଛନ୍ତି ୨୮। ସେହିପରି ମୁରିଦକେରେ ୧୯ ଓ ଲିପାରେ ୧୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି କହିଥିଲେ ଅପରେସନ୍ ସିନ୍ଦୂରରେ ଶହେ ହାର୍ଡକୋର ଆତଙ୍କବାଦୀ ଓ ସେମାନଙ୍କର ସହଯୋଗୀ ନିହତ ହୋଇଛନ୍ତି।