Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: POK ଦଖଲ ଟାର୍ଗେଟ୍‌ରେ ଭାରତ ? ଜାଣନ୍ତୁ କେମିତି ରହିଛି ସେଠାକାର ସ୍ଥିତି...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: POK ଦଖଲ ଟାର୍ଗେଟ୍‌ରେ ଭାରତ ? ଜାଣନ୍ତୁ କେମିତି ରହିଛି ସେଠାକାର ସ୍ଥିତି...

ପହଲଗାମରେ ଆଟାକ୍‌ କରିଦେଲା ସିନା, ହେଲେ ଏବେ ପାକିସ୍ତାନକୁ ରାତିରେ ଆଉ ନିଦ ହେଉନି । କେତେବେଳେ ଭାରତ କ'ଣ କରିବ, ସେଇ ଭୟରେ ଡରି ଡରି ଦିନ କାଟୁଛି ପାକିସ୍ତାନ ଓ ତାର ସେନା ଅଧିକାରୀ। ଏମିତି ନେତା ମନ୍ତ୍ରୀଙ୍କ ମନରେ ବି ଛନକା ପଶିଛି । ଅନେକ ନେତା ମନ୍ତ୍ରୀ ଓ ସେନା ଅଧିକାରୀ ନିଜ ପରିବାର ଲୋକଙ୍କୁ ଭାରତର ଆକ୍ରମଣ ଭୟରେ ବିଦେଶରେ ଛାଡ଼ି ସାରିଲେଣି । ଆଉ କେହି କେହି ନିଜେ ବି ଲୁଚିଲେଣି ।

ଆଶା କାରାଯାଉଛି ଏଥର ଭାରତ ଯେଉଁ ପ୍ରତିଶୋଧ ନେବ, ତାହା ପାକିସ୍ତାନ କେବେ ଭୁଲି ପାରିବ ନାହିଁ । କାରଣ ଏବେ ସ୍ପଷ୍ଟ ହୋଇସାରିଛି ଯେ ପିଓକେରେ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ହିଁ ପହଲଗାମ ଆକ୍ରମଣ କରିଥିଲେ। ତେଣୁ ଏଥର ଭାରତୀୟ ସେନା କେବଳ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାକୁ ଟାର୍ଗେଟ କରିବ। ଆଶା କରାଯାଉଛି ଏଥର ପାକିସ୍ତାନ ପାଇଁ ଏକ ସ୍ଥାୟୀ ସମାଧାନ କରାଯିବ। ଆଉ ସେଇ ଅଜଣା ଭୟରେ ହିଁ କମ୍ପୁଛି ପାକିସ୍ତାନ ।

ପାକିସ୍ତାନ ମନରେ ଏବେ POK ଭୟ ବେଶି ଘାରିଛି । କାରଣ ଏଥର ପିଓକେରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ସହିତ, ସେଠାରେ ଭାରତୀୟ ସେନାକୁ ମୁତୟନ କରିବାର ପ୍ଲାନ୍‌ କରୁଛି ଭାରତ ବୋଲି ଚର୍ଚ୍ଚା ହେଉଛି । ତେଣୁ, ପିଓକେରେ ଯୁଦ୍ଧ ପାଇଁ ପ୍ରସ୍ତୁତି ନିରନ୍ତର ଚାଲିଛି। ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅସ୍ତ୍ର ବ୍ୟବହାର ପାଇଁ ତାଲିମ ଦିଆଯାଉଛି। ପାକିସ୍ତାନରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ସରକାର ପର୍ଯ୍ୟଟକମାନଙ୍କୁ ପିଓକେ ଯିବାକୁ ନିଷେଧ କରିଛନ୍ତି। ଏହି ନିଷ୍ପତ୍ତି ପଛରେ ଭାରତର କାର୍ଯ୍ୟାନୁଷ୍ଠାନ ମଧ୍ୟ କାରଣ ବୋଲି କୁହାଯାଉଛି। ଏହି କାରଣରୁ ପାକିସ୍ତାନ ଏବେଠାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଛି।

ସବୁଠାରୁ ବଡ଼ କଥା ହେଲା, କାଳେ ଭାରତ ପିଓକେ ଉପରେ ଆଟାକ୍ କରିବ । ଆଉ ପାକିସ୍ତାନ ଦଖଲରେ ଥିବା କାଶ୍ମୀରକୁ ଛଡ଼େଇ ଆଣିବା ପାଇଁ ଚେଷ୍ଟା କରିବ । ସେଇ ଭୟ ଏବେ ପାକିସ୍ତାନକୁ ବେଶି ଘାରିଛି । ସେଥିପାଇଁ POKରେ ଏବେଠାରୁ ପାକିସ୍ତାନ ସୁରକ୍ଷା ବଢ଼ାଇବା ସହ ଲାଉଡସ୍ପିକରରୁ ଆଜାନ ମଧ୍ୟ ବନ୍ଦ କରିଦେଇଛି। ଏହା ବ୍ୟତୀତ, ସମସ୍ତ ହୋଟେଲ ଖାଲି ପଡ଼ିଛି ଏବଂ ବନ୍ଦ କରିଦିଆଯାଇଛି। ବିବାହ ଉତ୍ସବ ପାଇଁ ହଲ୍ ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଆତସବାଜି ଉପରେ ମଧ୍ୟ ପ୍ରତିବନ୍ଧକ ଅଛି ।

ଏଥର ଭାରତର ଟାର୍ଗେଟରେ ଆତଙ୍କବାଦର ସବୁଠାରୁ ବଡ଼ ଆଡ୍ଡାସ୍ଥଳ ବୋଲି ବିଶ୍ୱାସ କରାଯାଉଛି। ଯଦି ପାକିସ୍ତାନ ପିଓକେ ହରାଏ, ତେବେ ସେ ବହୁତ ପଶ୍ଚାତାପ କରିବ। ଏହି ଭୟ ଯୋଗୁ ଲୋକମାନେ ପିଓକେରେ ରାସନ ସଂଗ୍ରହ କରିବା ମଧ୍ୟ ଆରମ୍ଭ କରିସାରିଛନ୍ତି। ଏପରିକି ସେଠାରେ ହୋଟେଲ ଏବଂ ମଦ୍ରାସାଗୁଡ଼ିକୁ ବନ୍ଦ କରିଦିଆଯାଇଛି। ପିଓକେରେ ଅନେକ କଟକଣା ଲାଗୁ କରାଯାଇଛି ଏବଂ ସମଗ୍ର ଅଞ୍ଚଳ ଏକ ବଡ଼ ଯୁଦ୍ଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି।

ପାକିସ୍ତାନ ପିଓକେକୁ ଅବରୋଧ କରିଛି। ଏଠାରେ ଅତ୍ୟାବଶ୍ୟକୀୟ ଔଷଧ, ରାସନ ସାମଗ୍ରୀ ଏବଂ ଗ୍ୟାସ ସିଲିଣ୍ଡର ପହଞ୍ଚାଯାଇଛି। ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ଲୋକମାନେ ରାସନ ଏବଂ ଜରୁରୀ ଔଷଧ ମହଜୁଦ କରୁଛନ୍ତି। ପ୍ରଶାସନ ସମଗ୍ର ଅଞ୍ଚଳରେ ଅନେକ କଟକଣା ଜାରି କରିଛି। ପ୍ରଶାସନ ପ୍ରାୟ ୧୦୦୦ ମଦ୍ରାସାକୁ ବନ୍ଦ କରିଦେଇଛି।

ପାକିସ୍ତାନ ଦ୍ୱାରା ବଳପୂର୍ବକ ପିଓକେ ଦଖଲ କରାଯାଇଥିଲା। ଏବେ ସେହି ପାକିସ୍ତାନ ଅଧିକୃତ କଶ୍ମୀରରେ ତ୍ରିରଙ୍ଗା ଉଡିବାକୁ ଯାଉଛି। କାରଣ ଏଥର ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିବା ସହିତ, ଏହାକୁ ସବୁଦିନ ପାଇଁ ପୋଛି ଦେବା ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: Is India the target of POK occupation? Find out how the situation is there... | Argus News