Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - India-Pakistan War: କେଇ ଘଣ୍ଟାରେ ନାକେଦମ ପାକିସ୍ତାନ ! ସେନା ମୁଖ୍ୟ ଗିରଫ, ଦେଶ ଛାଡ଼ି ପଳାଇଲେ ପ୍ରଧାନମନ୍ତ୍ରୀ

National

India-Pakistan War: କେଇ ଘଣ୍ଟାରେ ନାକେଦମ ପାକିସ୍ତାନ ! ସେନା ମୁଖ୍ୟ ଗିରଫ, ଦେଶ ଛାଡ଼ି ପଳାଇଲେ ପ୍ରଧାନମନ୍ତ୍ରୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: କେଇ ଘଣ୍ଟାରେ ନାକେଦମ ପାକିସ୍ତାନ ! ସେନା ମୁଖ୍ୟ ଗିରଫ, ଦେଶ ଛାଡ଼ି ପଳାଇଲେ ପ୍ରଧାନମନ୍ତ୍ରୀ

ମାତ୍ର କେଇ ଘଣ୍ଟା ମଧ୍ୟରେ ନାକେଦମ ହେଲାଣି ପାକିସ୍ତାନ । ବାହାରୁ ଭାରତ ଆଟାକ୍ କରୁଥିବା ବେଳେ ଭିତରୁ ବଲୁଚୀ ଆର୍ମି କଲାଣି ରକେଟ ମାଡ଼ । ତେଣୁ ଏବେ ପାକିସ୍ତାନର ବୁଦ୍ଧି ବଙ୍କା ହୋଇଯାଇଛି । ଭାରତର ପ୍ରଚଣ୍ଡ ଆକ୍ରମଣକୁ ପକିସ୍ତାନ ସହି ପାରୁନଥିବା ବେଳେ ବଲୁଚି ଆକ୍ରମଣ ବୋଝ ଉପରେ ନଳିତା ବିଡ଼ା ସାଜିଛି । କାରଣ ବଲୁଚିସ୍ତାନ ହେଉଛି ପାକିସ୍ତାନର ଏକ ଅଂଶ ।

ଅନ୍ୟପଟେ କୁହାଯାଉଛି ପାକିସ୍ତାନରେ ଏବେ ଗୃହ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ଭାରତ ସହ ଯୁଦ୍ଧକୁ ସାଧାରଣ ଲୋକ ବିରୋଧ କରିଛନ୍ତି । ଇମ୍ରାନ ଖାନ୍‌ଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ପାକ୍‌ ସରକାରଙ୍କ ବିରୋଧରେ ବିକ୍ଷୋଭ କଲେଣି । ଆଉ ଭାରତର ପ୍ରଚଣ୍ଡ ଆକ୍ରମଣ ଭୟରେ ପାକିସ୍ତାନ ଛାଡ଼ୁଛନ୍ତି ସେଠାକାର ନେତା ଓ ଅଫିସର । ଆଉ ଏହି ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ଭାରତ ଆକ୍ରମଣ କରିଥିବା ଦେଖି ପ୍ରଥମେ ସେ ବଙ୍କର ଭିତରେ ଲୁଚିଥିଲେ । ତାପରେ ସେ ଏକ ଏୟାରପୋର୍ଟରେ ନଜର ଆସିଥିଲେ । ସେ ସ୍ୱତନ୍ତ୍ର ବିମାନ ଯୋଗେ ଦେଶ ଛାଡ଼ି ଚାଲିଯାଇଛନ୍ତି । ସେହିଭଳି ବ୍ୟକ୍ତିଗତ ଏଜେଣ୍ଡରେ କାମ କରୁଥିବା ଦର୍ଶାଇ ପାକ୍‌ ସେନା ଅଧ୍ୟକ୍ଷ ଅସୀମ ମୁନିରଙ୍କୁ ସେଠାକର ସରକାର ଅଟକ ରଖିଛନ୍ତି ।



ରାତି ଗୋଟାଏ ସୁଦ୍ଧା ପାକିସ୍ତାନର ୧୦୦ ମିସାଇଲକୁ ବରବାଦ କରିସାରିଛି ଭାରତ । ରାଜସ୍ଥାନରୁ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ଏହାସହ ପାକିସ୍ତାନର ୪ ବିମାନ ଓ ୫୬ ଡ୍ରୋନ ଖସାଇ ସାରିଲାଣି ଭାରତ । ଅନ୍ୟପଟେ ୨୦୧୯ର ଏୟାର ଷ୍ଟ୍ରାଇକ୍ ସମୟରେ ପାକିସ୍ତାନ ହାତରେ ଧରାପଡ଼ିଥିଲେ ଭାରତର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ଏବେ ଠିକ୍ ସେମିତି ଭାରତ ହାତରେ ଧରାପଡ଼ିଛନ୍ତି ପାକିସ୍ତାନର ଜଣେ ପାଇଲଟ । ଭାରତ ସେନା ହାତରେ ପାଇଲଟ ଧରାପଡ଼ିଥିବା ନେଇ ପାକିସ୍ତାନ ସ୍ୱୀକାର ମଧ୍ୟ କରିସାରିଛି । ପାକ୍‌ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ସେନା ମୁଖ୍ୟ ଅସୀମ ମୁନିରଙ୍କ ଘର ପାଖରେ ବିସ୍ଫୋରଣ ମଧ୍ୟ କରିଛି ଭାରତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ସେପଟେ କରାଚୀ ବିମାନବନ୍ଦରରେ ଭାରାତୀୟ ନୌସେନା ପକ୍ଷରୁ ମଧ୍ୟ ଭୟଙ୍କର ଆକ୍ରମଣ କରାଯାଇଛି । ବିମାନବନ୍ଦରରେ ୧୨ଟି ବସ୍ଫୋରଣ ହୋଇଛି । JF-17 ଓ F-16 ଭଳି ମୋଟ ୪ଟି ପାକିସ୍ତାନୀ ଲଢ଼ୁଆ ପାଇଲଟକୁ ମାରି ଭାରତ ଖସାଇ ଦେଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ମୌକାର ଫାଇଦା ଉଠାଇଛନ୍ତି ବଲୁଚି ବିଦ୍ରୋହୀ । ସେମାନେ ପାକ୍‌ ରେଞ୍ଜରଙ୍କ ଉପରେ ରକେଟ୍‌ ଆକ୍ରମଣ କରିଛନ୍ତି ।

Argus Whatsapp Channel Mobile Top
Sponsored
India-Pakistan War: Pakistan defeated in a few hours! Army Chief arrested, Prime Minister flees the country | Argus News