Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ପାକିସ୍ତାନ ସହିଛି ଅନେକ କ୍ଷତି, ନୂଆ ତଥ୍ୟ ପ୍ରମାଣ ଦେଲେ DGMO

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ପାକିସ୍ତାନ ସହିଛି ଅନେକ କ୍ଷତି, ନୂଆ ତଥ୍ୟ ପ୍ରମାଣ ଦେଲେ DGMO

ପୁଣି ସାମ୍ନାକୁ ଆସିଲେ ୩ ସେନାର DGMO । ଭାରତ-ପାକିସ୍ତାନ ଆକ୍ରମଣ ସମୟର ଆଉ କିଛି ଅଜଣା ତଥ୍ୟ ସାମ୍ନାକୁ ଆଣି ଲୋକଙ୍କ ମନରୁ ଦୂର କଲେ ଦ୍ୱନ୍ଦ୍ୱ । ଦ୍ୱିତୀୟ ଥର ପାଇଁ ଏହି ପ୍ରେସ୍‌ ବ୍ରିଫିଂ କରିଛନ୍ତି ତିନି ସେନାର DGMO । ଆଜି ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା ପୂର୍ବରୁ ଅପରେସନ ସିନ୍ଦୂର ନେଇ ଏହି ପ୍ରେସ ବ୍ରିଫିଂ କରାଯାଇଛି ।

ଏହି ପ୍ରେସ୍‌ ବ୍ରିଫିଂରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଆକ୍ରମଣ ପ୍ରତିଆକ୍ରମଣର ଅନେକ ତଥ୍ୟ ପ୍ରମାଣ ରଖାଯାଇଛି । ଯେଉଁଥିରୁ ଆହୁରି ସ୍ପଷ୍ଟ ହୋଇଯାଇଛି ଯେ ଭାରତ ମାଡ଼ରେ ପାକିସ୍ତାନ ସମ୍ପୂର୍ଣ୍ଣ ଘାଇଲା ହୋଇଛି । ଏମିତିକି ପାକିସ୍ତାନ ମନରେ ଡର ପଶିଯାଇଛି । ଏହାସହ ଭାରତକୁ ବିଶେଷ କ୍ଷତି ହୋଇନଥିବା ମଧ୍ୟ ଜଣାପଡ଼ିଛି । ଖାଲି ସେତିକି ନୁହେଁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଖୁବ୍‌ ଶକ୍ତିଶାଳି ବୋଲି ମଧ୍ୟ ପ୍ରମାଣିତ ହୋଇସାରିଛି । ପାକିସ୍ତାନ କେବେ ବି ଏହାକୁ ଭେଦ କରିପାରିବନି ।

DGMO ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ପାକିସ୍ତାନ କେବେ ବି ଭେଦ କରିପାରିବନାହିଁ । ଏନେଇ ସେ ଦମ୍ଭୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି । ଆମର ଚାରି ଲେୟର ସୁରକ୍ଷା କବଚ ରହିଛି । ପାକିସ୍ତାନ ପାଖରେ ବିଲକୁଲ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ଆମ ପାଖାପାଖି ବି ପହଞ୍ଚି ପାରିନାହାନ୍ତି । ପରନ୍ତୁ ପାକିସ୍ତାନର ଅନେକ କ୍ଷତି ଘଟିଛି । ଯାହାର ପ୍ରମାଣ ମଧ୍ୟ ଦିଆଯାଇଛି ।

ଅନ୍ୟପଟେ ପୁରୁଣା କଥାକୁ ପୁଣି ଦୋହରାଇଛନତି ୩ ସେନା DGMO । ସେ କହିଛନ୍ତି, ଆମର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା । ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା । ପାକିସ୍ତାନ ବ୍ୟବହାର କରିଥିବା ଚାଇନିଜ୍‌ ମିଜାଇଲ ବ୍ୟବହାର କଲା। ଯାହାକୁ ଆମେ ମାରି ଖସାଇଦେଇଛୁ ଏବଂ ତାର ଭଗ୍ନାବଶେଷ ମଧ୍ୟ ଦେଖାଇଛୁ । ଭାରତୀୟ ବାୟୁସେନା କିପରି ପାକିସ୍ତାନ ଏୟାର ବେସ୍‌କୁ ଟାର୍ଗେଟ୍‌ କଲା ତାହା ମଧ୍ୟ ଆମେ ଦେଖାଇଛୁ ।

ଏହାସହ ଶେଷରେ କହିଛନ୍ତି ଭାରତ ସବୁବେଳେ ସମସ୍ତ ପ୍ରକାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏନେଇ ଏୟାର ମାର୍ଶଲ ଏକେ ଭାରତୀ ଦେଇଛନ୍ତି ବଡ଼ ସୂଚନା । ୩ ସେନା ପୂରା ପ୍ରସ୍ତୁତ ହୋଇ ରହିଛି । ଯଦି ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ମୁକାବିଲା କରିବୁ । ଯଦି ଆଗକୁ କେବେ ଲଢ଼େଇ ହେବ ତାହା ପୂରା ଅଲଗା ଧରଣର ହେବ । ଏଥିପାଇଁ ଆମେ ସମସ୍ତ ପ୍ରକାର କୌଶଳକୁ ଆପଣାଉଛୁ । ଭଗବାନ କରନ୍ତୁ ଲଢ଼େଇ ନହେଉ, ଯଦି ହୁଏ ପୂରା ଅଲଗା ହେବ ।

ଅନ୍ୟପଟେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ତଥ୍ୟରୁ ସ୍ପଷ୍ଟ ଜଣାପଡ଼ିଛି ଯେ ଭାରତ ପକ୍ଷରୁ କରାଚୀ ଉପରେ ଆକ୍ରମଣ କରାଯାଇଛି । କରାଚୀର ମାଲିର କାଣ୍ଟ ଏୟାର ଡିଫେନ୍ସ ସାଇଟ୍‌କୁ ଟାର୍ଗେଟ୍‌ ହିଟ୍‌ କରିଥିଲା ଭାରତ । ସରକାରଙ୍କ ପକ୍ଷରୁ ଜାରି ତଥ୍ୟରୁ କରାଚୀ ଆଟାକ୍‌ ସ୍ପଷ୍ଟ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: Pakistan has suffered a lot of losses, DGMO gives new evidence | Argus News