Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - India-Pakistan War: ଘନ ଘନ ମିସାଇଲ ମାଡ଼ କରୁଛି ପାକିସ୍ତାନ, ଆକଶରେ ପାଉଁଶ କରୁଛି ଭାରତ

National

India-Pakistan War: ଘନ ଘନ ମିସାଇଲ ମାଡ଼ କରୁଛି ପାକିସ୍ତାନ, ଆକଶରେ ପାଉଁଶ କରୁଛି ଭାରତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ଘନ ଘନ ମିସାଇଲ ମାଡ଼ କରୁଛି ପାକିସ୍ତାନ, ଆକଶରେ ପାଉଁଶ କରୁଛି ଭାରତ

୪ଟି ଏୟାର ଡିଫେନ୍ସ ବ୍ୟବସ୍ଥା ସକ୍ରିୟ କଲା ଭାରତ । ଜାମୁ କାଶ୍ମୀର ଠାରୁ ପଞ୍ଜାବ, ରାଜସ୍ଥାନ ଯାଏଁ ୪ ଏୟାର ଡିଫେନ୍ସ ସିଷ୍ଟମ S-400, L-70, JSU-23 ଓ ସିଲ୍‌କାକୁ ଆକ୍ଟିଭ କଲା ଭାରତ । କାରଣ ଆକ୍ରମଣ ଜାରି ରଖିଛି ପାକିସ୍ତାନ । ଜାମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନ କରିଛି ଆକ୍ରମଣ । ଜମ୍ମୁ ଏୟାରପୋର୍ଟରେ ବି ହମଲା ହୋଇଥିବା ସୂଚନା । ରକେଟ୍ ଦ୍ୱାରା ଆକ୍ରମଣ କରିଛି ପାକିସ୍ତାନ। ଏହାପରେ ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରାଯାଇଛି, S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରିଛି।


ଏହାସହ ପଞ୍ଜାବ ଓ ରାଜସ୍ଥାନରେ ବି କରିଛି ମିସାଇଲ ଓ ଡ୍ରୋନ ମାଡ଼ । ପାକିସ୍ତାନର ଏଭଳି ଆକ୍ରମଣ ପରେ ସାଇରନ୍ ବଜାଇ ସତର୍କ କଲା ଭାରତୀୟ ସେନା । ଜମ୍ମୁ କାଶ୍ମୀର ବିଭିନ୍ନ ଅଞ୍ଚଳ ସମେତ କ୍ଷିତୱାରରେ ଜାରି ହେଲା ସମ୍ପୂର୍ଣ୍ଣ ବ୍ଲାକଆଉଟ। ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରୁଛି ପାକିସ୍ତାନ ସେନା । ପଠାନକୋଟ ଏୟାରବେସ ବିସ୍ଫୋରଣ ହୋଇଥିବା ସୂଚନା । ସେହିପରି ଗୁରୁଦାସପୁରରେ ମଧ୍ୟ ହୋଇଛି ବ୍ଲାକଆଉଟ । ‌


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପରେସନ ସିନ୍ଦୂର ପରେ ବିଚଳିତ ପାକିସ୍ତାନ । ଅପରେସନ୍ ସିନ୍ଦୂରରେ ନିହତ ହୋଇଛନ୍ତି ପ୍ରାୟ ୨୦୦ ଆତଙ୍କବାଦୀ। କୋଟଲିରେ ସର୍ବାଧିକ ଶହେ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ବହାୱାଲପୁରରେ ୪୦, ମୁଜାଫରାବାଦ ମରିଛନ୍ତି ୨୮। ସେହିପରି ମୁରିଦକେରେ ୧୯ ଓ ଲିପାରେ ୧୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି କହିଥିଲେ ଅପରେସନ୍ ସିନ୍ଦୂରରେ ଶହେ ହାର୍ଡକୋର ଆତଙ୍କବାଦୀ ଓ ସେମାନଙ୍କର ସହଯୋଗୀ ନିହତ ହୋଇଛନ୍ତି।


ଆଜି ସନ୍ଧ୍ୟାରୁ ଜମ୍ମୁ-କାଶ୍ମୀରକୁ ମିଜାଇଲ୍‌ ମାଡ଼ କରୁଛି ପାକିସ୍ତାନ। ଯାହାର କଡ଼ା ଜବାବ ଦେଉଛି ଭାରତ। ପାକ୍‌ର ସବୁ ଡ୍ରୋନକୁ ଖସାଇ ଦେଇଛି ଭାରତ । ଭାରତୀୟ ବାୟୁସେନା ମଧ୍ୟ ଉଡାଣ ଆରମ୍ଭ କରିଛି। ପାକିସ୍ତାନର ଫାଇଟର ପ୍ଲେନକୁ ଭାରତ ଖସାଇ ଦେଇଛି। ଡ୍ରୋନ୍ ଓ ଆର୍ଟିଲାରୀ ଜରିଆରେ ଆକ୍ରମଣ କରୁଛି ପାକିସ୍ତାନ। ପାକିସ୍ତାନର ଲଢୁଆ ବିମାନ ଏଫ୍ ୧୬ କୁ ଖସାଇ ଦେଇଛି ଭାରତ। କେବଳ ଜମ୍ମୁକାଶ୍ମୀର ନୁହେଁ ରାଜସ୍ଥାନରେ ମଧ୍ୟ ଆକ୍ରମଣ କରିଛି। ପାକିସ୍ତାନ ଭାରତର ସାଧାରଣ ଲୋକ ଓ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରୁଛି। ଭାରତର ବିମାନ ବନ୍ଦରଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଛି।

Argus Whatsapp Channel Mobile Top
Sponsored
India-Pakistan War: Pakistan is firing missiles, India Neutralize Them | Argus News