India-Pakistan War: ଜାମ୍ମୁ କାଶ୍ମୀର-ପଞ୍ଜାବ-ରାଜସ୍ଥାନରେ ପାକିସ୍ତାନ କରୁଛି ଡ୍ରୋନ-ମିସାଇଲ ମାଡ଼

ଆକ୍ରମଣ କଲା ପାକିସ୍ତାନ । ଜାମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନ କରିଛି ଆକ୍ରମଣ । ଏହାସହ ପଞ୍ଜାବ ଓ ରାଜସ୍ଥାନରେ ବି କରିଛି ମିସାଇଲ ଓ ଡ୍ରୋନ ମାଡ଼ । ପାକିସ୍ତାନର ଏଭଳି ଆକ୍ରମଣ ପରେ ସାଇରନ୍ ବଜାଇ ସତର୍କ କଲା ଭାରତୀୟ ସେନା । ଜମ୍ମୁ କାଶ୍ମୀର ବିଭିନ୍ନ ଅଞ୍ଚଳ ସମେତ କ୍ଷିତୱାରରେ ଜାରି ହେଲା ସମ୍ପୂର୍ଣ୍ଣ ବ୍ଲାକଆଉଟ। ପାକିସ୍ତାନର ଆକ୍ରମଣ ପରେ ଜମ୍ମୁ ଏୟାରପୋର୍ଟରେ ବି ବ୍ଲାକ୍ ଆଉଟ୍ । ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରୁଛି ପାକିସ୍ତାନ ସେନା ।
ସେହିଭଳି ଅମ୍ରିତସର ଓ ପଞ୍ଜାବରେ ବି ବ୍ଲାକ ଆଉଟ। ଯୁଦ୍ଧ ସାଇରନ ବାଜିବା ସହିତ ପୁରା ସହର ଅନ୍ଧାର। ପଞ୍ଜାବରେ ବି ମିସାଇଲ ଆଟାକ୍ କରିଛି ପାକିସ୍ତାନ ।
📱 Get Argus News App
✨ଜମ୍ମୁର ଏକାଧିକ ସ୍ଥାନରେ ପାକିସ୍ତାନ ମାଡ଼ କଲା ଡ୍ରୋନ । ସୀମାନ୍ତ ସାମ୍ବାରେ ପାକିସ୍ତାନ କରୁଛି ଗୁଳି ବର୍ଷା । ଏହାର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଛି। ଜମ୍ମୁରେ ମେବାଇଲ ସେବା ବାଧାପ୍ରାପ୍ତ । ପଠାନ୍କୋଟ ଏୟାର ବେସ୍ରେ ପାକିସ୍ତାନର ଆକ୍ରମଣ ପଣ୍ଡ । ପାକିସ୍ତାନର ଲଢ଼ୁଆ ଯୁଦ୍ଧ ବିମାନ F-16 ସମେତ ୩ ଲଢ଼ୁଆ ବିମାନ ଖସାଇଲା ଭାରତ । ଜମ୍ମୁ ଏୟାର ପୋର୍ଟ ଉପରେ ଉଡ଼ିଲା ଭାରତର ଫାଇଟର ଜେଟ୍ । ପାକିସ୍ତାନର ୩ ଡ୍ରୋନକୁ ଖସାଇଲା ଏୟାର ଡିଫେନ୍ସ ସିଷ୍ଟମ ।
ଅନ୍ୟପଟେ ୮ଟି ମିସାଇଲ ପାକିସ୍ତାନ ମାଡ଼ କରିଥିଲେ ହେଁ ଏହାକୁ ଭାରତର ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ବା ସୁଦର୍ଶନ ଚକ୍ର ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ଜାମ୍ମୁର ଏକାଧିକ ସ୍ଥାନରେ ଶୁଭିଲା ବିସ୍ଫୋରଣର ଶବ୍ଦ । ଜମ୍ମୁ ବିଶ୍ବବିଦ୍ୟାଳୟ ନିକଟରେ ୨ଟି ଡ୍ରୋନ ଖସାଇଲା ଭାରତ । ଟାର୍ଗେଟ୍ ହିଟ୍ ପୂର୍ବରୁ ସବୁକୁ ଉପରେ ଧ୍ବଂସ କରୁଛି S-400 ।