Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - India-Pakistan War: ଭାରତର ଆକ୍ରମଣ ଭୟରେ ଲୁଚିଲେଣି ଆତଙ୍କୀଙ୍କ ଆକ୍କା

National

India-Pakistan War: ଭାରତର ଆକ୍ରମଣ ଭୟରେ ଲୁଚିଲେଣି ଆତଙ୍କୀଙ୍କ ଆକ୍କା

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
India-Pakistan War:  ଭାରତର ଆକ୍ରମଣ ଭୟରେ ଲୁଚିଲେଣି ଆତଙ୍କୀଙ୍କ ଆକ୍କା

କୁଆଡେ ଗଲା ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ହାଫିଜ୍ ସୟିଦ୍ । ହାପିଜର ପୁଅ ତଲ୍ହା ସୟିଦକୁ କେଉଁଠି ଲୁଚାଇଛି ପାକିସ୍ତାନ । ନା ମିଶାଇଲ୍ ମାଡରେ ମରିଗଲେ ସୈତାନ୍ ବାପ ପୁଅ । ସିନ୍ଧୁ ସନ୍ଧି ବାତିଲ ପରେ ଲକ୍ସର ଏ ତୋଇବା ତଥା ୨୦୦୮ ମୁମ୍ବାଇ ଆଟାକର ଅନ୍ୟତମ ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ ନିଜ ଭାଷଣରେ ଭାରତକୁ ଦେଇଥିଲା ଧମକ । ଏବେ ଅପରେସନ୍ ସିନ୍ଦୁର ପରେ ହାଫିଜର ପତ୍ତା ନାହିଁ ।

ସେହିଭଳି ଲସ୍କରର ସେକେଣ୍ଡ ଇନ୍ କମାଣ୍ଡ ହାଫିଜର ପୁଅ ତହ୍ଲା ବି ମିସିଂ ଅଛି । ପାକ ଅଧିକୃତ କାଶ୍ମୀରରେ ଟ୍ରେନିଂ କ୍ୟାମ୍ପ ଚଲାଉଥିଲା ତହ୍ଲା। ଉଭୟ ବାପ ପୁଅ ପହଲଗାମ୍ ନରସଂହାର ପଛର ଷଡ଼ଯନ୍ତ୍ରକାରୀ। ଆଉ ଏମାନଙ୍କୁ ସୁରକ୍ଷା ଦେଉଛି ପାକିସ୍ତାନ। ପାକିସ୍ତାନର ଆଉ ଗୋଟେ ଗେହ୍ଲାପୁଅ ଅବଦୁଲ୍ ରୌଫକୁ ସଫା କରିଦେଇଛି ଅପରେସନ୍ ସିନ୍ଦୁରର ମିଶାଇଲ ଆଟାକ୍। ଅବଦୁଲ୍ ରୌଫ୍ ଆଝାର-ଜୈସ୍ ଇ ମହମ୍ମଦର ଅପରେସନାଲ୍ ହେଡ୍। କାନ୍ଦାହାର ପ୍ଲେନ୍ ହାଇଜାକର ମାଷ୍ଟର ମାଇଣ୍ଡ। ଇସ୍ରାଏଲ୍ ସାମ୍ବାଦିକ ଡାନିଏଲ ପଲଙ୍କ ହତ୍ୟାକାରୀ ବି ଥିଲା ଅବ୍‌ଦୁଲ ରୌଫ। ବହୱଲପୁର ଓ ମୁରିଦକେରେ ଅପରସେନ୍ ସିନ୍ଦୁର ବେଳେ ରୌଫର ମୃତ୍ୟୁ ହୋଇଥିବା ସୂଚନା।

ରୌଫର ଭାଇ ହେଉଛି ମୁମ୍ବାଇ ଆଟାକର ଅନ୍ୟତମ ମାଷ୍ଟରମାଇଣ୍ଡ ମାସୁଦ ଆଝାର। ମାସୁଦ୍ ଆଝାରର ବି ମିଳୁନି ପତ୍ତା। ନିଜ ପରିବାରର ୧୦ ଜଣଙ୍କ ମୃତ୍ୟୁ ନେଇ ଚିଠି ଲେଖି ସେ ବି ଗାଏବ୍ । ତେବେ ପ୍ରଶ୍ନ ମାସୁଦ୍, ହାଫିଜ, ତହ୍ଲା, ଏମାନଙ୍କର ମୃତ୍ୟୁ ହୋଇଛି ନା ପାକିସ୍ତାନ ସେମାନଙ୍କୁ ଲୁଚାଇ ରଖିଛି। ତାଙ୍କୁ ମୃତ ଘୋଷଣା କରି ଖେଳ ଖେଳିବନି ତ ଆତଙ୍କୀସ୍ତାନ। ଯେଉଁ ଖେଳ ଲସ୍କର ଏ ତୋଇବାର ଟପ ହ୍ୟାଣ୍ଡଲର ତଥା ୨୦୦୮ ମୁମ୍ବାଇ ଆଟାକର ବ୍ଲୁ ପ୍ରିଣ୍ଚ ପ୍ରସ୍ତୁତକାରୀ ସାଜିଦ୍ ମୀର ପାଇଁ ଖେଳିଥିଲା ପାକିସ୍ତାନ।

ପାକିସ୍ତାନ ହେଉଛି ଆତଙ୍କୀଙ୍କ ଅଡ୍ଡା। ଆତଙ୍କବାଦୀଙ୍କୁ ପାକିସ୍ତାନ ଆର୍ମି ଟ୍ରେନିଂ ଦେଉଛି, ଆଇଏସଆଇ ସବୁ ପ୍ରକାର ସହଯୋଗ ଦେଉଛି। ସେହି ପାକିସ୍ତାନ ସୁରକ୍ଷାରେ ଥିବା କିଛି ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟମାନେ ହେଲେ...

ସୟଦ୍ ସଲାହଉଦ୍ଦିନ
-ଯିଏ କି ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ ।
-PoKରେ ଅପରେଟ୍ କରେ ସଲାହଉଦ୍ଦିନ ।

ରେହମାନ୍ ଲକଭି
-ଲସ୍କର ଏ ତୋଇବାର ସିନିୟର କମାଣ୍ଡର ।
-୨୦୦୮ ମୁମ୍ବାଇ ଆଟାକର ଅନ୍ୟତମ ପ୍ଲାନର ।
-ପାକିସ୍ତାନର ଆତଙ୍କୀ କ୍ୟାମ୍ପରେ ଟ୍ରେନିଂ ଦେଉଛି ଲକଭି

ଦାଉଦ୍ ଇବ୍ରାହିମ୍
-୧୯୯୩ ମୁମ୍ବାଇ ବିସ୍ଫୋରଣ ଖଳନାୟକ ।
-D କଂପାନୀର ମୁଖ୍ୟ, କରାଚୀରେ ପାକିସ୍ତାନ ଲୁଚାଇଛି ।

ଏବେ ମାନଙ୍କ ପାଳି, ପାତାଳରେ ଥିଲେ ବି ଖୋଜି ଖୋଜି ବାହାର କରିବ ଆଉ ବଦଲା ନେବ ଭାରତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: Terrorist leader hides in fear of Indian attack | Argus News