Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - India-Pakistan War: ଭାରତ ଯାହାକୁ ଦୋସ୍ତ କହି ସହାଯ୍ୟ କରିଥିଲା, ସିଏ ଧୋକା ଦେଲା !

National

India-Pakistan War: ଭାରତ ଯାହାକୁ ଦୋସ୍ତ କହି ସହାଯ୍ୟ କରିଥିଲା, ସିଏ ଧୋକା ଦେଲା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ଭାରତ ଯାହାକୁ ଦୋସ୍ତ କହି ସହାଯ୍ୟ କରିଥିଲା, ସିଏ ଧୋକା ଦେଲା !

ମୃତ୍ୟୁ ଶଯ୍ୟାରେ ଥିବା ପାକିସ୍ତାନକୁ ଚୀନ ଓ ତୁର୍କୀ ଦେଉଛନ୍ତି ଅମ୍ଳଜାନ । ସାମ୍ନାକୁ ଆସିଲା ତୁର୍କୀ- ପାକିସ୍ତାନ ଦୋସ୍ତିର ଆଉ ଏକ ବଡ଼ ପ୍ରମାଣ । ଭାରତ ଉପରେ ପାକିସ୍ତାନ କରିଛି ତୁର୍କୀର ସୋଙ୍ଗର ଡ୍ରୋନ ପ୍ରହାର । ପୂର୍ବରୁ କରାଚୀ ବନ୍ଦରରେ ତୁର୍କୀ କରିଛି ଯୁଦ୍ଧ ପୋତ ମୁତୟନ । ଭୂକମ୍ପ ବେଳେ ଭାରତର ସହାୟତା ଭୁଲି ତୁର୍କୀ ସାଜିଲା କି ବେଇମାନ ? ପାକିସ୍ତାନକୁ ଚୀନ ଦେଇଥିବା ଏୟର ଡିଫେନ୍ସ ସିଷ୍ଟମ HQ-9 ହୋଇଛି ବିଫଳ । ଏବେ ତୁର୍କୀ ଦେଇଥିବା ଶହ ଶହ ସୋଙ୍ଗର ଡ୍ରୋନକୁ ବି ଭାରତ କରିଛି ନିଷ୍ଫଳ ।

ବାୟୁସେନା ଅଧିକାରୀ ଖୁଲାସା କରିଦେଲେ କାହା ବଳରେ ଏତେ ଉତୁରୁଛି କାଙ୍ଗାଳ ପାକିସ୍ତାନ। ଯେଉଁଠି ଅଧିକାଂଶ ପାକିସ୍ତାନବାସୀ ଦୁଇ ଓଳି ଖାଇବା ପାଇଁ ହେଉଛନ୍ତି ଡହଳ ବିକଳ କେଉଁଠୁ ଆତଙ୍କୀସ୍ତାନ ଭାରତ ବିରୋଧରେ ଲଢିବାକୁ ପାଉଛି ବଳ। ଭାରତ ଉପରେ ପାକିସ୍ତାନ ଯେଉଁ ଡ୍ରୋନ୍ ଆଟାକ୍ କରିଥିଲା ସେଗୁଡ଼ିକ ତୁର୍କୀ ନିର୍ମିତ ସୋଙ୍ଗର ଡ୍ରୋନ୍। ଅବଶ୍ୟ ପାକିସ୍ତାନ ଯେଉଁ ଡ୍ରୋନଗୁଡ଼ିକ ଭାରତ ଉପରେ ଆଟାକ୍ ପାଇଁ ଛାଡ଼ିଥିଲା ଭାରତ ସବୁଗୁଡ଼ିକୁ ମାରି ଗଡ଼ାଇଛି। ଭାରତ- ପାକିସ୍ତାନ ସୀମାର ବିଭିନ୍ନ ସ୍ଥାନରୁ ମିଳିଛି ଏହାର ଧ୍ବଂସାବଶେଷ।

ପ୍ରକୃତରେ ଇସଲାମିକ୍ ଦେଶର ଖଲିଫା ବନିବାର ସ୍ବପ୍ନ ଦେଖୁଥିବା ତୁର୍କୀ ଆତଙ୍କବାଦକୁ ନେଇ ପାକିସ୍ତାନ ବିରୋଧରେ ଭାରତର ଲଢ଼େଇରେ ଆରମ୍ଭରୁ ହିଁ ପାକିସ୍ତାନ ସହ ଛିଡ଼ା ହୋଇଛି। ଚୀନ ପରେ ତୁର୍କୀ ହିଁ ବନିଛି ପାକିସ୍ତାନର ସବୁଠୁ ବଡ଼ ସାହାଯ୍ୟକାରୀ। ଇସଲାମିକ ଭାଇଚାରା ଦେଖାଇ ପାକିସ୍ତାନକୁ ଯୋଗାଇଛି ଯୁଦ୍ଧ ସାମଗ୍ରୀ। ଏମିତିବି ଚୀନ ପରେ ସର୍ବାଧିକ ଅସ୍ତ୍ରଶସ୍ତ୍ର ଡିଲ ତୁର୍କୀ ସହ କରିଛି ପାକିସ୍ତାନ।

ନିକଟରେ ତୁର୍କୀର ରାଷ୍ଟ୍ରଦୂତ ଡକ୍ଟର ଇରଫାନ ନେଗି ରୋଗଲୁ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଦ ସରିଫ ମଧ୍ୟରେ ହୋଇଥିଲା ଆଲୋଚନା। ଏହାପରେ ଗତ ରବିବାର ଦିନ ତୁର୍କୀର ଯୁଦ୍ଧ ପୋତ TCG ବୁୟୋକାଡା କରାଚି ବନ୍ଦରରେ ଲାଗିଥିଲା। ଏପରିକି ତୁର୍କୀ ଏକ ଅସ୍ତ୍ରଶସ୍ତ୍ର ବୋଝେଇ କାର୍ଗୋ ବିମାନ ପାକିସ୍ତାନକୁ ପାଠାଇଥିବା ନେଇ ପାକିସ୍ତାନ ପକ୍ଷରୁ ଦାବି କରାଯାଉଛି। ଏପରିକି ପାକିସ୍ତାନ ଶରଣରେ ଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅପରେସନ ସିନ୍ଦୁରକୁ ତୁର୍କୀ ପକ୍ଷରୁ ଖୋଲାଖୋଲି ବିରୋଧ କରାଯାଇଛି।

ଇସଲାମିକ ଭାଇଚାରା ଦେଖାଇବାକୁ ଯାଇ ତୁର୍କୀ ଭୁଲିଗଲା ଭାରତର ବଦାନ୍ୟତା। ଯେତେବେଳେ ତୁର୍କୀରେ ଭୟଙ୍କର ଭୂକମ୍ପ ହୋଇଥିଲା ଭାରତ ବଢାଇଥିଲା ସାହାଯ୍ୟର ହାତ। ତୁର୍କୀକୁ ବିମାନରେ ରିଲିଫ ସାମଗ୍ରୀ ପଠାଇଥିଲା ଭାରତ। ଏଥିସହ ଭାରତୀୟ ଏନଡିଆରଏଫ ଯବାନ ତୁର୍କୀଯାଇ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସହଯୋଗ କରିଥିଲେ। କିନ୍ତୁ ସେହି ବେଇମାନ ତୁର୍କୀ ପହଲଗାମ୍ ନରସଂହାର ପରେ ପାକିସ୍ତାନକୁ ଦେଇଥିଲା କ୍ଲିନ୍ ଚିଟ୍।

ସେପେଟ ଚୀନ ସହ ପାକିସ୍ତାନର ଦୋସ୍ତୀ କାହାକୁ ଅଛପା ନାହିଁ। ଚୀନ ହେଉଛି ପାକିସ୍ତାନର ସବୁଠୁ ବଡ଼ ସାମରିକ ପାର୍ଟନର । ୨୦୦୯ରୁ ୨୦୧୪ ମଧ୍ୟରେ ପାକିସ୍ତାନ କିଣିଥିବା ସମୁଦାୟ ଅସ୍ତ୍ରଶସ୍ତ୍ରର ୫୧ ପ୍ରତିଶତ ଯୋଗାଇଥିଲା ଚାଇନା । ତେବେ ୨୦୧୫ରୁ ୨୦୧୯ ମଧ୍ୟରେ ଏହା ୭୩ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏପରିକି ପାକିସ୍ତାନରେ ଥିବା ଏୟର ଡିଫେନ୍ସ ସିଷ୍ଟମ୍ HQ-9 ଚୀନଠାରୁ ହିଁ କିଣିଛି ପାକିସ୍ତାନ। ଅବଶ୍ୟ ଗତ ୭ ତାରିଖରେ ଯେତେବେଳେ ଭାରତ ପକ୍ଷରୁ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ କରାଯାଇଥିଲା ଏୟର ଷ୍ଟ୍ରାଇକ୍। ଏହି ଚୀନ ଯୋଗାଇଥିବା ଏୟର ଡିଫେନ୍ସ ସିଷ୍ଟମ୍ HQ-9 ତାର ଟିକିଏ ହେଲେ ବି ଭନକ୍ ପାଇନଥିଲା।

ତେଣୁ ଚୀନ ହେଉ କି ତୁର୍କୀ କିମ୍ବା ଅଜରବୈଜାନ ଓ କତାର, ପାକିସ୍ତାନ ଯେତେ ସାଥୀ ଯୋଗାଡ଼ କଲେ ବି ଭାରତ ସାମରିକ ଶକ୍ତି ଆଗରେ ସବୁ ହୋଇଯିବେ ଧରାଶାୟୀ। ଯାହା ଗତ ତିନି ଦିନ ଭିତରେ ବାରମ୍ବାର ପ୍ରମାଣତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: The one whom India helped by calling him a friend, betrayed him! | Argus News