Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ସତରେ ହେବ ଯୁଦ୍ଧ ! ୫୪ ବର୍ଷ ତଳେ ବି ସରକାର ଏମିତି ଦେଇଥିଲେ ନିର୍ଦେଶ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ସତରେ ହେବ ଯୁଦ୍ଧ ! ୫୪ ବର୍ଷ ତଳେ ବି ସରକାର ଏମିତି ଦେଇଥିଲେ ନିର୍ଦେଶ...

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ସେମାନେ ସେଠାକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହି ଘଟଣା ପାଇଁ ପ୍ରତ୍ୟେକ ଭାରତୀୟଙ୍କ ଛାତିରେ ଏବେ ନିଆଁ ଲାଗିଛି । ସମସ୍ତେ କ୍ରୋଧରେ ଜର୍ଜରିତ ।

ଏହି ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ସୃଷ୍ଟି ରହିଛି। ଆକ୍ରମଣ ପରେ ଭାରତ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ପାକିସ୍ତାନ ସହିତ କୌଣସି ସମ୍ପର୍କ ରଖିବାକୁ ମଧ୍ୟ ମନା କରିଛନ୍ତି। ପହଲଗାମରେ ହୋଇଥିବା ଘାତକ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହାରି ଭିତରେ, ଭାରତ ସରକାର ରାଜ୍ୟଗୁଡ଼ିକୁ ଯୁଦ୍ଧ ପରିସ୍ଥିତି ବିଷୟରେ ବୁଝାଇବା ପାଇଁ ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାରଣରୁ ଯୁଦ୍ଧ ଆଶଙ୍କା ଅଧିକ ସ୍ପଷ୍ଟ ହେଉଛି । ତେବେ ୫୪ ବର୍ଷ ପୂର୍ବେ ଭାରତ ସରକାର ଏଭଳି ନିର୍ଦ୍ଦେଶ ଦେଇଥିଲେ। ଆଉ ତାପରେ ଆରମ୍ଭ ହୋଇଥିଲା ଯୁଦ୍ଧ ।

୧୯୭୧ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଡିସେମ୍ବର ୩ ତାରିଖରେ ଯୁଦ୍ଧ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ଶେଷ ହୋଇଥିଲା। ପାକିସ୍ତାନର ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିଆଜି ଢାକାରେ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଯୁଦ୍ଧ ହେବାର ବହୁ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା।

କୁହାଯାଉଛି ଯେ ଯୁଦ୍ଧ ହେବାର କିଛି ଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ମକ୍ ଡ୍ରିଲ୍ କରାଯାଇଥିଲା। ଯୁଦ୍ଧ ହେଲେ ଦେଶବାସୀ ବା ସାଧାରଣ ଲୋକ କେମିତି ନିଜକୁ ରକ୍ଷା କରିବେ ସେନେଇ ତାଲିମ ଦିଆଯାଇଥିଲା । ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ମକ୍ ଡ୍ରିଲ୍ ଯୁଦ୍ଧର ଦୁଇ-ଚାରି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ଏବଂ ଯୁଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ସମୟ ମଧ୍ୟରେ, ସାରା ଦେଶରେ ନାଗରିକ ପ୍ରତିରକ୍ଷା ପ୍ରସ୍ତୁତି କରାଯାଇଥିଲା। ଏହି ମକ୍ ଡ୍ରିଲ୍‌ର ମୂଳ ଉଦ୍ଦେଶ୍ୟ ଥିଲା ଯୁଦ୍ଧ ପରିସ୍ଥିତି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା।

ମକ୍ ଡ୍ରିଲ୍ ସମୟରେ କ’ଣ କରାଯାଇଥିଲା...

ମକ୍ ଡ୍ରିଲ୍ ସମୟରେ, ରାତିରେ ସହରଗୁଡ଼ିକରେ ଲାଇଟ୍ ବନ୍ଦ କରିବାର ଅଭ୍ୟାସ କରାଯାଇଥିଲା । ଯାହା ଦ୍ୱାରା ଶତ୍ରୁପକ୍ଷର ବିମାନ ଆକ୍ରମଣକୁ ଏଡାଯାଇପାରିବ। ଏହା ସହିତ, ଜନସାଧାରଣଙ୍କୁ ବଙ୍କର କିମ୍ବା ନିରାପଦ ସ୍ଥାନକୁ ଯିବା ପାଇଁ ମଧ୍ୟ ତାଲିମ ଦିଆଯାଇଥିଲା। ଏୟାର ଷ୍ଟ୍ରାଇକ୍‌ କିମ୍ବା ବୋମା ବିସ୍ଫୋରଣ ହେଲେ ସେମାନେ କିପରି ନିଜ ଜୀବନ ରକ୍ଷା କରିବେ ସେନେଇ ତାଲିମ ଦିଆଯାଇଥିଲା ।

ସେହି ସମୟକୁ ମନେ ପକାଇ ଅନେକ ଲୋକ କହିଛନ୍ତି ଯେ ମକ୍ ଡ୍ରିଲ୍ ସମୟରେ ସାଇରନ୍ ବାଜିବା ମାତ୍ରେ ଲୋକଙ୍କ ମଧ୍ୟରେ ଧାଁ ଦଉଡ଼ ଆରମ୍ଭ ହେଉଥିଲା । ଯିଏ ଯୁଆଡ଼େ ପାରୁଥିଲେ ଧାଉଁଥିଲେ । ଯେଉଁମାନେ ଘର ବାହାରେ ଥିଲେ ସେମାନେ ଘର ଭିତରକୁ ଯାଉଥିଲେ ଏବଂ ଯେଉଁମାନେ ଘର ବାହାରେ ଥିଲେ ସେମାନେ ସେଠାରେ ତଳେ ଶୋଇ ଯାଉଥିଲେ। ସମସ୍ତେ ଘରର ଝରକା କଳା ରଙ୍ଗ କରିଥିଲେ। ବୟସ୍କଙ୍କ କହିବା କଥା ଯେ ଯଦି କେହି ବିଡ଼ି ବା ଧୂମପାନ କରନ୍ତି, ତେବେ ସେହି ଟିକି ନିଆଁ ଝୁଲ ଆଲୋକରେ ବି ଶତ୍ରୁ ଦେଶ ବୋମା ବିସ୍ଫୋରଣ କରିବାର ସମ୍ଭାବନା ରହିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: There will really be a war! The government gave such instructions 54 years ago... | Argus News