Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ଯୁଦ୍ଧ ସିନା ହେବନି, ତଥାପି ପାକିସ୍ତାନ ଟେନ୍‌ସନ୍‌ରେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ଯୁଦ୍ଧ ସିନା ହେବନି, ତଥାପି ପାକିସ୍ତାନ ଟେନ୍‌ସନ୍‌ରେ

ଯୁଦ୍ଧ ସିନା ହେବନି । ହେଲେ ଟେନ୍‌ସନ୍‌ ଏବେ ବି ରହିଛି । ପାକିସ୍ତାନ ମୁଣ୍ଡ ଉପରେ ଭାରତ ଏବେ ବି ତାଣ୍ଡବ କରୁଛି । ଭାରତର ଘନ ଘନ ଆକ୍ରମଣ ଘନ ଘନ ମିସାଇଲ ମାଡ଼, ପାକିସ୍ତାନର ନିଦ ହଜାଇ ଦେଇଛି । ସମଗ୍ର ଦେଶର ଅଣ୍ଟା ଭାଙ୍ଗି ଦେଇଛି ଭାରତ । ନିଜ ପୂର୍ବ ସ୍ଥିତିକୁ ଫେରିବା ପାଇଁ ପାକିସ୍ତାନକୁ ଲାଗିବ ଦୀର୍ଘ ସମୟ । ତେବେ ଲଗାତର ୩ ଦିନ ଧରି ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ ଆଜି ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ଦେଇଛନ୍ତି । ଆଉ ତାପରେ ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବନ୍ଦ ରହିଛି । କିନ୍ତୁ ଏହା କେତେ ଦିନ ? କ'ଣ ଏହି ନିମୟ ମାନି ଚାଲିପାରିବ ପାକିସ୍ତାନ ? କେତେ ଦିନ ସେ ଲୋକ ଦେଖାଣିଆ ଚୁପ୍‌ ରହିବ ? ଏମିତି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ସେନା ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି ଯେ ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଛି ।

ଏହାସହ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ସମାନ ସୂଚନା ଦେଇଛନ୍ତି । ସେ ମଧ୍ୟ କହିଛନ୍ତି, ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି । କିନ୍ତୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାଲିସ୍ କରିବନି ଭାରତ । ପୂର୍ବ ଭଳି ଆତଙ୍କବାଦୀ ବିରୋଧୀ ଲଢ଼େଇ ଜାରି ରହିବ ବୋଲି ସୋସିଆଲ ମିଡିଆ X ରେ ପୋଷ୍ଟ କରିଛନ୍ତି ଜୟଶଙ୍କର । ଅର୍ଥାତ୍‌ ଭାରତ ପାକିସ୍ତନର ଯୁଦ୍ଧ ହୋଇନପାରେ କିନ୍ତୁ ଯଦି ପୁଣି ଆତଙ୍କବାଦୀ କାର୍ଯ୍ୟକଳାପ ସାମ୍ନାକୁ ଆସେ ତେବେ ଭାରତ ପୁଣି ରୌଦ୍ର ରୂପ ଧାରଣ କରିବ । ଆଉ ଆତଙ୍କୀସ୍ତାନ ମୁଣ୍ଡ ଉପରେ ବସି ତାଣ୍ଡବ କରିବ । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଅସ୍ତ୍ରବିରତି ସତ୍ତ୍ବେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିବ । ଅସ୍ତ୍ରବିରତି ନେଇ କୌଣସି ପୂର୍ବ ଓ ପର ସର୍ତ୍ତ ନାହିଁ । ଅସ୍ତ୍ରବିରତି ପାଇଁ ପାକିସ୍ତାନ ପ୍ରଥମେ ଅନୁରୋଧ କରିଥିଲା ବୋଲି କହିଛି MEA । ଯୁଦ୍ଧ ବିରାମ ପରେ ବାୟୁକ୍ଷେତ୍ର ଖୋଲିଛି ପାକିସ୍ତାନ । ସମସ୍ତ ବିମାନ ଉଡ଼ାଣ ପାଇଁ ନିଜ ବାୟୁକ୍ଷେତ୍ର ଖୋଲିଛି ପାକିସ୍ତାନ । ବିମାନ ଚଳାଚଳ ସ୍ବାଭାବିକ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି । ଭାରତ ସହ ଉତ୍ତେଜନା ପରେ ନିଜ ଏୟାରସ୍ପେଶ୍ ବନ୍ଦ କରିଥିଲା ପାକିସ୍ତାନ । ଏୟାରସ୍ପେଶ୍ ବନ୍ଦ ଯୋଗୁଁ ପ୍ରତିଦିନ କୋଟି କୋଟି ଟଙ୍କା ହରାଉଥିଲା ପାକିସ୍ତାନ ।

ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ବୋଲି ଏକ୍ସରେ ପୋଷ୍ଟ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ବୋଲି ସେ କହିଥିଲେ । ଭାରତ-ପାକିସ୍ତାନକୁ US ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋଙ୍କ ଫୋନ୍ କଲ୍ ଜରିଆରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସେ ସହ କଥା ହୋଇଥିଲେ । ପାକିସ୍ତାନ ସେନାମୁଖ୍ୟଙ୍କ ସହ ବି କଥା ହୋଇଥିଲେ । ଭାରତ-ପାକ୍ ସିଧାସଳଖ ଆଲୋଚନା ପାଇଁ ଅପିଲ୍ କରିଛନ୍ତି ମାର୍କୋ ରୁବିୟୋ ।

Sponsored
India-Pakistan War: War may end, but Pakistan is still in tension | Argus News