Videos
|
National

Smith Machhar / ଭାରତୀୟ ପାଇଲଟଙ୍କ ପାଇଁ ଭଣ୍ଡୁର ହୋଇଗଲା ୯/୧୧ ଭଳି ବଡ଼ଧରଣର ଆତଙ୍କୀ ଆକ୍ରମଣ ଷଡ଼ଯନ୍ତ୍ର

Ritu Das
Browse all articles by Ritu Das
·1 hour ago·3 min read
ଭାରତୀୟ ପାଇଲଟଙ୍କ ପାଇଁ  ଭଣ୍ଡୁର ହୋଇଗଲା ୯/୧୧ ଭଳି ବଡ଼ଧରଣର ଆତଙ୍କୀ ଆକ୍ରମଣ ଷଡ଼ଯନ୍ତ୍ର
India

Key Points

୩୦ ହଜାର ଫୁଟ ଉଚ୍ଚତାରେ ଉଡୁଥିଲା ବିମାନ। ଆଉ ବିମାନ କକ୍‌ପିଟ୍ ଭିତରେ ଚାଲିଥିଲା ମୃତ୍ୟୁର ଭୟାନକ ଷଡ଼ଯନ୍ତ୍ର 
୩୦ ହଜାର ଫୁଟ ଉଚ୍ଚତାରେ ଉଡୁଥିଲା ବିମାନ। ଆଉ ବିମାନ କକ୍‌ପିଟ୍ ଭିତରେ ଚାଲିଥିଲା ମୃତ୍ୟୁର ଭୟାନକ ଷଡ଼ଯନ୍ତ୍ର । ଫ୍ଲାଇ ଦୁବାଇ ବିମାନ FZ- 1073 ରେ ଯାତ୍ରା କରୁଥିଲେ ୧୭୪ ଜଣ ଯାତ୍ରୀ । ହଠାତ୍ କୋ-ପାଇଲଟ୍ ସାଜିଲା ସୈତାନ୍ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବିମାନକୁ କ୍ରାସ୍ କରାଇବାକୁ ଆରମ୍ଭ କଲା ହୀନ ପ୍ରୟାସ । ହେଲେ ଦେବଦୂତ ସାଜି ସାମ୍ନାକୁ ଆସିଲେ ଭାରତୀୟ ପାଇଲଟ୍- କ୍ୟାପଟେନ୍ ସ୍ମିତ୍ ମଚ୍ଛାର । ଗୁରୁତର ଆହତ ହୋଇ ବି ଅସାଧାରଣ ଧୈର୍ଯ୍ୟ, ସାହସ ଓ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ଏକ ମହାବିପତ୍ତିରୁ ବଞ୍ଚାଇ ଦେଇଛନ୍ତି । ଯେଉଁଥିପାଇଁ ଏବେ ସେ ସାରା ବିଶ୍ବରେ ହିରୋ । ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି । ଆଉ ଭାରତର ଏହି ବୀର ପୁଅଙ୍କ ପାଇଁ ଦେଶର ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଇଛି ।

୯/୧୧ ଭଳି ଆଉ ଏକ ଆକ୍ରମଣରୁ ବଞ୍ଚାଇ ଦେଲେ ପାଇଲଟ । ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ଲାଏ ଦୁବାଇ ଫ୍ଲାଇଟର କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଅସାଧାରଣ ଧୈର୍ଯ୍ୟ, ଉପସ୍ଥିତ ବୁଦ୍ଧି ଓ ସାହସ ପ୍ରଦର୍ଶନ କରିଛନ୍ତି । ବାସ୍ତବରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଯେପରି କହିଛନ୍ତି, ଜଣେ ଭାରତୀୟ 9/11 ଶୈଳୀର ଏକ ବଡ଼ଧରଣର ଦୁର୍ଘଟଣାକୁ ପ୍ରତିହତ କରିପାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି- "କ୍ୟାପଟେନ୍ ସ୍ମିତ୍‌ଙ୍କ ଅସାଧାରଣ ଧୈର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ପାଇଁ ଆଜି ସାରା ଭାରତ ଗର୍ବିତ।"

ଦୁବାଇରୁ ଇସ୍ରାଏଲ୍ ଅଭିମୁଖେ ଉଡ଼ାଣ ଭରୁଥିଲା FZ 1073 ବିମାନ । ହଠାତ୍ ସମୁଦ୍ର ପତ୍ତନରୁ ୩୦ ହଜାର ଫୁଟ ଉଚ୍ଚତାରେ ବିମାନ ଭିତରେ ଆରମ୍ଭ ହୋଇଗଲା ଅସଲ କାହାଣୀ । ଓମାନ୍‌ର କୋ-ପାଇଲଟ୍ ହଠାତ୍ ଆକ୍ରମଣ ଆରମ୍ଭ କରିଦେଲେ । ବିମାନର ମୁଖ୍ୟ କ୍ୟାପଟେନ୍, ଭାରତୀୟ ନାଗରିକ ସ୍ମିତ୍ ମଚ୍ଛାରଙ୍କ ଉପରେ ଧାରୁଆ ଛୁରୀରେ ଆକ୍ରମଣ କରିବାକୁ ଲାଗିଲେ । ସ୍ମିତ୍‌ଙ୍କ ବେକ, ହାତ ଓ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା । ବିମାନଟି ମାତ୍ର ୨ ମିନିଟ୍ ଭିତରେ ୧୭ ହଜାର ଫୁଟ ତଳକୁ ଖସିଆସିଥିଲା । ହେଲେ ସ୍ମିତ୍ ହାର୍ ମାନିନଥିଲେ । ମୃତ୍ୟୁ ସହ ଲଢ଼ି, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶେଷ ଶକ୍ତି ଖଟାଇ କକ୍‌ପିଟ୍‌ର ଲକ୍ ଖୋଲି ଦେଇଥିଲେ । ଆଉ ସେହି ଗୋଟିଏ ନିଷ୍ପତ୍ତି, ୧୭୪ ଜଣ ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲା । ସାଉଦି ଆରବ ତବୁକ୍ ଏୟାରପୋର୍ଟରେ ବିମାନ ଅବତରଣ ପରେ ଆଶ୍ବସ୍ତ ହୋଇଥିଲେ ଯାତ୍ରୀ ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି- "ଜଣେ ଭାରତୀୟ ପାଇଲଟ୍‌ଙ୍କ ସାହସ ଯୋଗୁଁ 9/11 ଶୈଳୀର ଏକ ବଡ଼ଧରଣର ବିମାନ ଆକ୍ରମଣ ଓ ମହାବିପତ୍ତି ଏଡ଼ାଯାଇ ପାରିଛି।"  ଆହତ କ୍ୟାପଟେନ୍ ସ୍ମିତ୍ ଶେଷ ମୁହୂର୍ତ୍ତରେ କକ୍‌ପିଟ୍ ଲକ୍ ଖୋଲିବା ଫଳରେ ଯାତ୍ରୀମାନେ ଭିତରକୁ ପଶିବାକୁ ସକ୍ଷମ ହୋଇଥିଲେ । ୪ ଜଣ ସାହସୀ ଯାତ୍ରୀ- ଜଣେ ପ୍ଲମ୍ବର, ଡାକ୍ତର, ବ୍ୟାଙ୍କର ଓ ବୀମା ଅଫିସର୍ ମିଶି ହେଡ୍‌ଫୋନ୍ ତାର ସାହାଯ୍ୟରେ କୋ-ପାଇଲଟ୍‌କୁ କାବୁ କରିଥିଲେ । ଏ ହେଉଛନ୍ତି ୟାନିଭ୍ ହାୟୁନ୍, ଯିଏ ବିମାନ ଦୁର୍ଘଟଣା ସଂପର୍କିତ 'ମେ-ଡେ' ଟିଭି ଶୋ’ ଦେଖିଥିବା ଜ୍ଞାନକୁ ବ୍ୟବହାର କରି ବିମାନର ତଳମୁହାଁ ଗତିକୁ ରୋକିଦେଇଥିଲେ । ସେହି ବିମାନରେ ଯାତ୍ରା କରୁଥିବା ଅନ୍ୟ ଦୁଇଜଣ ଅଫ-ଡ୍ୟୁଟି ପାଇଲଟ୍ ତୁରନ୍ତ କକ୍‌ପିଟ୍ ନିୟନ୍ତ୍ରଣକୁ ନେଇ ବିମାନର ସୁରକ୍ଷିତ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ । ବିମାନ ପଛ ରଡର୍ ଭାଙ୍ଗିଯାଇଥିଲେ ବି ସାଉଦି ଆରବର ତବୁକ୍ ଏୟାରପୋର୍ଟରେ ବିମାନଟି ଓହ୍ଲାଇଥିଲା । ଅନ୍ୟ ବିଶ୍ବ ନେତାଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ କହିଛନ୍ତି- "ଗୁରୁତର ଆହତ ହୋଇ ବି ଦ୍ୱାର ଖୋଲିବା ସ୍ମିତ୍‌ଙ୍କ ପ୍ରକୃତ ହିରୋପଣକୁ ଦର୍ଶାଉଛି ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାତ୍ର କେଇ ସେକେଣ୍ଡର ନିଷ୍ପତ୍ତି ଆଉ ଅସୀମ ସାହସ । ଗୋଟିଏ ପଟେ କୋ-ପାଇଲଟ୍‌ର ଭୟାନକ ଷଡ଼ଯନ୍ତ୍ର, ଅନ୍ୟପଟେ ଭାରତୀୟ କ୍ୟାପଟେନ୍ ସ୍ମିତ୍‌‌ଙ୍କ ଜୀବନ ବାଜି । ଆଜି ସ୍ମିତ୍‌ଙ୍କ କାରଣରୁ ୧୭୪ ପରିବାରରେ ଖୁସିର ଲହର ଖେଳିଯାଇଛି । କ୍ୟାପଟେନ୍ ସ୍ମିତ୍‌‌ଙ୍କ ଏହି ବୀରତ୍ୱ ବିଶ୍ୱ ଆକାଶମାର୍ଗ ଇତିହାସରେ ସଦା ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆବୁଧାବି ଏୟାରଲିଫ୍ଟ କରାଯାଇଛି । ଅସୀମ ବୀରତ୍ବ ଓ ସାହସିକତା ପାଇଁ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ବିଶିଷ୍ଟ ଗୁଜରାଟ ଗରିମା ଆୱାର୍ଡ ପ୍ରଦାନ ପାଇଁ ଘୋଷଣା କରାଯାଇଛି ।