Videos
|
National

ପାକିସ୍ତାନ ସେନା ମୁଖ୍ୟଙ୍କୁ ଏମିତି କହିଲା ଭାରତ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ପାକିସ୍ତାନ ସେନା ମୁଖ୍ୟଙ୍କୁ ଏମିତି କହିଲା ଭାରତ

Key Points

ଅସିମ ମୁନିର ଜଣେ ମୌଳବାଦୀ ଚିନ୍ତାଧାରାର ବ୍ୟକ୍ତିତ୍ବ 

ଦେଶର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜ ଦେଶର ଭୌଗଳିକ ସୀମାକୁ ସୁରକ୍ଷା ଦେବା

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ବିଶ୍ବ ଆଗରେ ପାକିସ୍ତାନର ମୁଖା ଖୋଲୁଛି ଭାରତ। ପାକିସ୍ତାନ ଆତଙ୍କବାଦ ତିଆରି କରୁଛି, ପ୍ରୋତ୍ସାହନ ଦେଉଛି ବୋଲି ବିଶ୍ବ ଆଗରେ ଏକାଧିକବାର ପ୍ରମାଣ କରି ଆସୁଛି ଭାରତ। ପାକିସ୍ତାନ ସେନା ଅଧିକାରୀମାନେ ଆତଙ୍କବାଦୀଙ୍କ ଶବଦାହରେ ଯୋଗ ଦେଇଥିଲେ, ଯାହାର ଫଟୋ ସାରା ବିଶ୍ବ ଦେଖିଛି। ଭାରତୀୟ ଗଣମାଧ୍ୟମ ଏଜେନ୍ସିକୁ ଏକ ପ୍ରତିକ୍ରିୟା ଦେଇ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।


ପହଲଗାମ ଆକ୍ରମଣରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ମୁନିର ଜଣେ ମୌଳବାଦୀ ଚିନ୍ତାଧାରାର ବ୍ୟକ୍ତି। ଯାହାଙ୍କ ପ୍ରରୋଚନାରେ ପାକିସ୍ତାନର ସେନା ଏକ ଉଗ୍ରବାଦୀ ଧାର୍ମିକ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ। ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଭାରତ ପାଇଁ ଜାତୀୟ ସୁରକ୍ଷା ସର୍ବୋପରି। ପ୍ରତ୍ୟକ ଦେଶର ପ୍ରଥମ କର୍ତ୍ତବ୍ୟ ହେଉଛି ନିଜ ଦେଶର ଭୌଗଳିକ ସୀମାକୁ ସୁରକ୍ଷା ଦେବା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପହଲଗାମ୍ ଆକ୍ରମଣକୁ ନେଇ କହିଛନ୍ତି ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ଏହି ଆକ୍ରମଣ ଟାର୍ଗେଟ କିଲିଂ ଉଦ୍ଦେଶ୍ୟରେ କରାଯାଇଥିଲା। ପାକିସ୍ତାନ ସହିତ ଆମର ସମ୍ପର୍କ ବହୁତ ଦିନ ଧରି ଉତ୍ତେଜନାପୂର୍ଣ୍ଣ ରହିଛି। ସ୍ୱାଧୀନତା ପରେ ପାକିସ୍ତାନ ନିଜର ସେନାକୁ ପଠାଇ ଦାବି କରିଥିଲା, ଏମାନେ ସେମାନଙ୍କ ଲୋକ ନୁହଁନ୍ତି ବୋଲି କହିଥିଲା। ପରେ ଜଣା ପଡ଼ିଥିଲା ସେମାନେ ତାଙ୍କର ସେନା ଥିଲେ। "ଆମେ ପାକିସ୍ତାନ ସହିତ ଆଲୋଚନା କରି ଆତଙ୍କବାଦ ଶେଷ କରିବାକୁ ଚାହୁଁଛୁ। କିନ୍ତୁ କାଶ୍ମୀର ନେଇ କଥା ହେବ ନାହିଁ। କାରଣ କାଶ୍ମୀର ହେଉଛି ଭାରତର। କାଶ୍ମୀରର ଏକ ଅଂଶ ଅନୌପଚାରିକ ଭାବରେ ପାକିସ୍ତାନ ସହିତ ଅଛି।

India proved to the whole world that Pakistan is creating terrorism | Argus News