India Rankings 2025; ଟପ୍ 100 ବିଶ୍ବବିଦ୍ୟାଳୟ NIRF ରାଙ୍କରେ ବାଜି ମାରିଲା SOA

Key Points
NIRF ରାକିଂର ୧ ନମ୍ବରରେ ରହିଛି IIT ମାଡ୍ରାସ୍
ଟପ୍ ଟେନ୍ ବିଶ୍ଵବିଦ୍ୟାଳୟରେ IIS ବେଙ୍ଗାଲୁରୁ
ଟପ୍ 100 ବିଶ୍ବବିଦ୍ୟାଳୟ NIRF ରାଙ୍କରେ SOA
ପ୍ରକାଶ ପାଇଲା NIRF ରାଙ୍କ୍ । ବିଭିନ୍ନ ବିଶ୍ୱବିଦ୍ୟାଳୟର NIRF ରାଙ୍କ୍ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NIRF ରାକିଂର ୧ ନମ୍ବରରେ ରହିଛି IIT ମାଡ୍ରାସ୍ । NIRF ରାକିଂର ୨ ନମ୍ବରରେ ରହିଛି IIS ବେଙ୍ଗାଲୁରୁ । ତୃତୀୟରେ IIT ବମ୍ବେ, ୪ର୍ଥରେ IIT ଦିଲ୍ଲୀ, ପଞ୍ଚମରେ IIT କାନପୁର । ସେହିପରି ଟପ୍ ଟେନ୍ ବିଶ୍ଵବିଦ୍ୟାଳୟରେ IIS ବେଙ୍ଗାଲୁରୁ ନମ୍ବର ୱାନ୍ ।
Delighted to release the ‘India Rankings 2025’ under National Institutional Ranking Framework along with @DrSukantaBJP ji. #NIRF2025 rankings reflect the strength of our institutions and the promise of our students. Heartily congratulate all the institutions featured in this… pic.twitter.com/vqer7mz28i
— Dharmendra Pradhan (@dpradhanbjp) September 4, 2025
ଦ୍ଵିତୀୟ ସ୍ଥାନରେ JNU, ନୂଆଦିଲ୍ଲୀ ଏବଂ ତୃତୀୟରେ MAOHE, ମଣିପାଲ । NIRF ରାଙ୍କରେ ଓଭର ଅଲ୍ ଟପ୍ - 100 ରାଙ୍କରେ ବାଜି ମାରିଛି SOA । ରାଙ୍କ୍ ର 25 ନମ୍ବରରେ ରହିଛି SOA । 27 RANKରେ ରହିଛି କିଟ୍ । 34 ନମ୍ବର RANKରେ NIT ରାଉରକେଲା । OVERALL 80 ନମ୍ବର RANK ରେ IIT ଭୁବନେଶ୍ବର ରହିଛି । ସେହିପରି ଟପ୍ 100 ବିଶ୍ବବିଦ୍ୟାଳୟ NIRF ରାଙ୍କରେ ମଧ୍ୟ ବାଜି ମାରିଛି SOA । 15 ନମ୍ବର rank ରେ ରହିଛି SOA । 17 ନମ୍ବର RANKରେ କିଟ୍ ।
📱 Get Argus News App
✨#NEP2020 has laid down a roadmap for the development of our HEIs, including improving their accreditation. #NIRF has emerged as a trusted pillar in our journey of making Bharat a knowledge super power. We have to set higher benchmarks in our accreditation frameworks.
— Dharmendra Pradhan (@dpradhanbjp) September 4, 2025
Confident… pic.twitter.com/cSJ9mu68xu
TOP-50 state public ୟୁନିଭର୍ସିଟିରେ 48 ନମ୍ବର NIRF ରାଙ୍କ ହାସଲ କରିଛି ଉତ୍କଳ ବିଶ୍ବବିଦ୍ୟାଳୟ । Top 50 ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ 30 ନମ୍ବରରେ NIT ରାଉରକେଲା ରହିଛି । 43 ନମ୍ବରରେ କିଟ୍, 49 ନମ୍ବର ରାଙ୍କରେ SOA ରହିଛି । TOP 100 ଇଞ୍ଜିନିୟରିଂ କଲେଜରେ 22 ନମ୍ବର ରାଙ୍କରେ ରହିଛି SOA । 36 ନମ୍ବର RANKରେ କିଟ୍ । 39 ନମ୍ବର RANK ରେ IIT ଭୁବନେଶ୍ୱର । 95 ରାଙ୍କରେ CV ରମଣ ଗ୍ଲୋବାଲ ୟୁନିଭରସିଟି ରହିଛି । Top 100 ମ୍ୟାନେଜମେଣ୍ଟରେ NIRF ରାଙ୍କରେ 34 ନମ୍ବରରେ IIM ସମ୍ବଲପୁର, 45 ନମ୍ବର ରାଙ୍କରେ XIM ୟୁନିଭର୍ସିଟି, 66 ନମ୍ବର ରାଙ୍କରେ SOA ରହିଛି ।