ଦ୍ରୁତ ଗତିରେ ଆଗକୁ ବଢୁଛି ଭାରତୀୟ ଅର୍ଥନୀତି, ବିଶ୍ବରେ ଚତୁର୍ଥ ସ୍ଥାନରେ ଭାରତ

Key Points
ଆଉ ୩୦ ରୁ ୩୬ ମାସ ମଧ୍ୟରେ ତୃତୀୟ ସ୍ଥାନକୁ ଆସିବ ଭାରତ
ଆମେରିକାର ଟାରିଫ୍ ଶୁକ୍ଳ ବି ପକାଇ ପାରିନି ପ୍ରଭାବ
ଅର୍ଥନୀତିରେ ଏକ ବଡ଼ ମାଇଲ୍ଖୁଣ୍ଟ ଅତିକ୍ରମ କଲା ଭାରତ। ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଦେଶ ହେଲା ଭାରତ। ଏନେଇ ଶନିବାର ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ବି.ବି.ଆର. ସୁବ୍ରମଣ୍ୟମ। ସେ କହିଛନ୍ତି ଭାରତ ୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ତଥ୍ୟକୁ ଉଦ୍ଧୃତ କରି ଏହି ସୂଚନା ଦେଇଛନ୍ତି ସୁବ୍ରମଣ୍ୟମ। ଏବେ ଆମେରିକା, ଚୀନ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ରହିଛି।
ଭାରତ ପାଇଁ ଏବେ ବିଶ୍ବ ଅର୍ଥନୀତି ଅନୁକୂଳ ରହିଛି। ଆଗାମୀ ଅଢ଼େଇରୁ ତିନି ବର୍ଷ ମଧ୍ୟରେ ଜର୍ମାନୀକୁ ପଛରେ ପକାଇ ଭାରତ ୩ୟ ବୃହତ୍ତମ ଅର୍ଥନୀତି ଦେଶ ହୋଇପାରେ। ସେତେବେଳକୁ ଭାରତର ଅର୍ଥନୀତି ୫ ଟ୍ରିଲିୟନ ଡଲାରରୁ ଅଧିକ ହେବ ବୋଲି ଆଶା କରାଯାଉଛି। ର୍ତ୍ତମାନ ସମୟରେ IMF ଠାରୁ ବିଶ୍ୱ ବ୍ୟାଙ୍କ ପର୍ଯ୍ୟନ୍ତ ଲାଗି ରହିଥିବା ଅନିଶ୍ଚିତତାକୁ ବିଚାରକୁ ନେଇ ସମସ୍ତେ ଭାରତର ଅଭିବୃଦ୍ଧି ୬ ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରୁଛନ୍ତି।
📱 Get Argus News App
✨ଆଗକୁ ବି ଭାରତର ଜିଡିପି ଅଭିବୃଦ୍ଧି ହାର ସବୁଠୁ ଆଗରେ ରହିବ ବୋଲି ବିଭିନ୍ନ ଗବେଷଣା ଓ ଅର୍ଥନୀତି ବିଶେଷଜ୍ଞ କହୁଛନ୍ତି। ସୁବ୍ରମଣ୍ୟମ ଆହୁରି ମଧ୍ୟ କହିଛନ୍ତି ଆମେରିକାର ଶୁଳ୍କର ପ୍ରଭାବ ଭାରତର ଅର୍ଥନୀତି ଉପରେ ପ୍ରଭାବ ପକାଇ ପାରିନି। ସେହିଭଳି ଆମେରିକା ରାଷ୍ଟ୍ରପତି ଆପଲ୍ ଆଇଫୋନ୍ ଉପରେ ଶୁଳ୍କ ଲାଗୁ କରିବା ଓ ଭାରତରେ ଆଇଫୋନ ଉତ୍ପାଦନ ବନ୍ଦ କରି ଆମେରିକାରେ କରିବା ଯୋଜନାକୁ ନେଇ କହିଛନ୍ତି ଭବିଷ୍ୟତରେ ଶୁଳ୍କ କ'ଣ ହେବ ତାହା ଏବେ ଅନୁମାନ କରିହେବନି। ତଥାପି ଭାରତ ଏଥିପାଇଁ ଶସ୍ତା ସ୍ଥାନ ହେବ ବୋଲି ଆଶା କରାଯାଉଛି।

