Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମିଆଁମାର୍-ଥାଇଲାଣ୍ଡରେ ଧ୍ୱସଂର ଲୀଳା ! ଭାରତ ପଠାଇଲା ରିଲିଫ୍

National

ମିଆଁମାର୍-ଥାଇଲାଣ୍ଡରେ ଧ୍ୱସଂର ଲୀଳା ! ଭାରତ ପଠାଇଲା ରିଲିଫ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମିଆଁମାର୍-ଥାଇଲାଣ୍ଡରେ ଧ୍ୱସଂର ଲୀଳା ! ଭାରତ ପଠାଇଲା ରିଲିଫ୍

ମିଆଁମାର୍ ଓ ଥାଇଲାଣ୍ଡରେ ଧ୍ୱସଂର ଲୀଳା । ଭୟଙ୍କର ଭୂକମ୍ପ.. ମାଟିରେ ମିଶିଲା ବଡ଼ ବଡ଼ କୋଠା, ପୋଲ ଓ ରାସ୍ତା । ହଜାରେ ମୃତ, ୨ ହଜାରରୁ ଅଧିକ ଆହତ । ଉଦ୍ଧାର ଓ ରିଲିଫ୍‌ ବଡ଼ ଚ୍ୟାଲେଞ୍ଜ । ପଡ଼ୋଶୀ ଦେଶକୁ ସାହା ହେଲା ଭାରତ । ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ଅପରେସନ୍ ବ୍ରହ୍ମା ଆରମ୍ଭ ।

ଚାଲିଗଲା ଭୂମିକମ୍ପ... ଦେଇଗଲା ଲୁହ, ଶୋକ ଏବଂ ଶବର ପାହାଡ । ମିଆଁମାରରେ ଧ୍ବସଂର ଲୀଳା ପରେ ଚାରିଆଡେ ଦୁଃଖର ଛାଇ । ଛାତିରେ ଛାତିଏ କୋହ ଧରି ଭୂମିକମ୍ପର ମାଟି ଅତଡା ଭିତରେ ନିଜର ଆତ୍ମୀୟଙ୍କୁ ଖୋଜୁଛନ୍ତି ପରିବାର ଲୋକେ । ଭୂମିକମ୍ପରେ ହଜାରେରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ହଜାରରୁ ଅଧିକ ଆହତ ହୋଇଥିବାର ସୂଚନା ରହିଛି। ଦେଶରେ ଗୃହଯୁଦ୍ଧ ସ୍ଥିତି ଭିତରେ ମନିଆଁମାରର ଆର୍ଥିକ ସ୍ଥିତି ଠିକ୍‌ ନଥିବା ବେଳେ ଭୂକମ୍ପ ଏହାକୁ ଆହୁରି ସଙ୍ଗିନ କରିଦେଇଛି।

ଭୂମିକମ୍ପରେ ଦେଶର ଅନେକ ବଡ଼ ବଡ଼ କୋଠା, ବ୍ରିଜ୍‌, ରାସ୍ତା ଭାଙ୍ଗିଯାଇଛି। ଫଳରେ ପୂର୍ବରୁ ଲାଗି ରହିଥିବା ମାନବୀୟ ସଙ୍କଟ ଆହୁରି ବଢ଼ିଯାଇଛି। ମିଆଁମାର ସରକାର କହିଛନ୍ତି, ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ରକ୍ତର ଅଭାବ ଦେଖାଦେଇଛି। ଭୂକମ୍ପ ଯୋଗୁ ଅନେକ କୋଠା ଧସିଯାଇଛି। ରାସ୍ତାଗୁଡ଼ିକ ଫାଟି ଆଁ କରିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ମେଟ୍ରୋ ଓ ରେଳ ସେବାକୁ ବାତିଲ କରାଯାଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟର୍ନ ସିନାଓ୍ବାତ୍ରା ଜରୁରୀ ବୈଠକ ଡାକିବା ପରେ ବ୍ୟାଙ୍କକ୍‌ରେ ଏମର୍ଜେନ୍ସି ଘୋଷଣା କରିଛନ୍ତି।

ଏଭଳି ପରିସ୍ଥିତିରେ ଭାରତ ପଡୋଶୀ ଦେଶକୁ ସାହାଯ୍ୟ କରିବାକୁ ହାତ ବଢାଇଛି । ଭାରତ ତରଫରୁ ଅପରେସନ୍ ବ୍ରହ୍ମା ଆରମ୍ଭ ହୋଇଥିବା ଘୋଷଣା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ NDRFର ଅଷ୍ଟମ ବାଟାଲିୟନ ଏବଂ ଭାରତୀୟ ବାୟୁସେନା ପହଞ୍ଚିଯାଇଛି । ମିଆଁମାରକୁ ୧୫ଟନ୍ ରିଲିଫ୍ ସାମଗ୍ରୀ ହିନ୍ଦନ୍ ଏୟାରବେସରୁ ଭାରତୀୟ ବାୟୁସେନା ବିମାନ ମାଧ୍ୟମରେ ପଠାଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) March 29, 2025


ରିଲିଫ୍ ସାମଗ୍ରୀରେ ଖାଦ୍ୟ ସାମଗ୍ରୀ, ଚିକିତ୍ସା ସହାୟତା, ଲୋକମାନେ ରହିବା ପାଇଁ ସାମଗ୍ରୀ ଏବଂ ସେଠାରେ ଥିବା ଲୋକଙ୍କ ପାଇଁ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି। ଭାରତର ଏହି ମିଶନ ପୂର୍ବରୁ ୨୦୧୫ ଏପ୍ରିଲରେ ନେପାଳରେ ଘଟିଥିବା ଭୂମିକମ୍ପ ସମୟରେ ଭାରତ ତରଫରୁ କରାଯାଇଥିବା ଅପରସେନ୍ ମୈତ୍ରୀର ସ୍ମୃତିକୁ ତାଜା କରିଛି। ସଙ୍କଟ ସମୟରେ ପଡୋଶୀ ଦେଶକୁ ସହାୟତା ଯୋଗାଇବାରେ ଭାରତ ଆଗରେ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରି ଭାରତ ଦୁଇ ଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଭୂମିକମ୍ପ ଥାଇଲ୍ୟାଣ୍ଡର ଅନେକ ଅଂଶକୁ ଦୋହଲାଇ ଦେଇଛି, ଏହାର ରାଜଧାନୀ ବ୍ୟାଙ୍କକ ସମେତ, ଆଗାମୀ ସପ୍ତାହରେ ହେବାକୁ ଥିବା BIMSTEC ଆଞ୍ଚଳିକ ଗୋଷ୍ଠୀ ସମ୍ମିଳନୀର ସ୍ଥାନ ମଧ୍ୟ ପ୍ରଭାବିତ ହୋଇଛି। ଯେଉଁଥିରେ ମୋଦି ଅନ୍ୟାନ୍ୟ ନେତାଙ୍କ ସହିତ ଯୋଗଦେବାର ଯୋଜନା ଥିଲା।

Sponsored
India sends 15 tonnes of relief material to earthquake-hit Myanmar | Argus News