Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚୀନ୍‌ ଅର୍ଥନୀତିର ଡବଲ ହେବ ଭାରତ, ଆମେରିକା ବି ଧୂଳି ଚାଟିବ !

National

Indian Economy / ଚୀନ୍‌ ଅର୍ଥନୀତିର ଡବଲ ହେବ ଭାରତ, ଆମେରିକା ବି ଧୂଳି ଚାଟିବ !

Satyendu Sekhar Mishra
Browse all articles by Satyendu Sekhar Mishra
·3 months ago·2 min read
ଚୀନ୍‌ ଅର୍ଥନୀତିର ଡବଲ ହେବ ଭାରତ, ଆମେରିକା ବି ଧୂଳି ଚାଟିବ !
Narendra Modi

Key Points

ବିଶ୍ବ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଚଳିତ ଶତାବ୍ଦୀର ଦ୍ବିତୀୟ ଭାଗରେ ଘଟିବ ବୋଲି ଆଶଙ୍କା କରାଯାଉଛି ।

ବିଶ୍ୱ ଅର୍ଥନୀତି ତାଲିକାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଆମେରିକା-ଚୀନ୍‌କୁ ପଛରେ ପକାଇ ଭାରତ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତି ହେବାକୁ ଅଗ୍ରସର ହେଉଛି । ଏକଥା ଆମେ କହୁନାହୁଁ, ଏକଥା କହୁଛି ଆନ୍ତର୍ଜାତୀୟ ସଂସ୍ଥା ଓଇସିଡି । ଚଳିତ ଶତାବ୍ଦୀରେ ବିଶ୍ବ ଅର୍ଥନୈତିକ ମହାଶକ୍ତି ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ରହିଛି। ସେହି ପରିବର୍ତ୍ତନରେ ସବୁଠୁ ଆଗରେ ରହିବ ଭାରତ।

୨୦୬୦ ସୁଦ୍ଧା ଚୀନ ଅର୍ଥନୀତିଠାରୁ ଭାରତ ଦୁଇ ଗୁଣା ବଡ଼ ହୋଇଯିବ ଓ ସେହି ସମୟରେ ଆମେରିକାକୁ ମଧ୍ୟ ଅତିକ୍ରମ କରିଯିବ। ୨୦୪୦ ସୁଦ୍ଧା ଆମେରିକା ତୃତୀୟ ସ୍ଥାନକୁ ଖସିଯିବ ଓ ୨୦୭୦ରେ ପୁଣି ଥରେ ଚୀନ୍‌ ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରାଯାଇଛି । ବିଶ୍ବ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଚଳିତ ଶତାବ୍ଦୀର ଦ୍ବିତୀୟ ଭାଗରେ ଘଟିବ ବୋଲି ଆଶଙ୍କା କରାଯାଉଛି ।

ଓଇସିଡିର ପୂର୍ବାନୁମାନ ସମ୍ପର୍କରେ ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟର ଇଷ୍ଟ ଏସିଆନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ବର୍ଟ ହଫ୍‌ମ୍ୟାନ୍‌ କହିଛନ୍ତି ଯେ ଚୀନ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିବ। ୨୧୦୦ ମସିହା ବେଳକୁ ତାହା ୬୫ କୋଟିକୁ ଖସିଯିବ। ବର୍ତ୍ତମାନର ଶ୍ରମ ଶକ୍ତି ଅଂଶଗ୍ରହଣ ହାର ବଜାୟ ରହିଲେ ସେହି ସମୟରେ ଚୀନରେ ୩୦ କୋଟି ଲୋକ କର୍ମକ୍ଷେତ୍ରରେ ରହିଥିବେ ଯାହା ଭାରତ ଶ୍ରମଶକ୍ତିର ମାତ୍ର ୪୦ ପ୍ରତିଶତ ହେବ। ଭାରତରେ ଜନସଂଖ୍ୟା ୨୦୬୦ରୁ ହ୍ରାସ ହେବ। କିନ୍ତୁ ୨୧୦୦ ସୁଦ୍ଧା ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ବର୍ତ୍ତମାନ ୫୦ ପ୍ରତିଶତରୁ ବୃଦ୍ଧି ପାଇ ୭୦ ପ୍ରତିଶତ ହୋଇଯିବ।

କେବଳ ଓଇସିଡି ନୁହେଁ ସେଣ୍ଟର ଫର ଇକୋନମିକ୍ସ ଆଣ୍ଡ୍‌ ବିଜନେସ୍‌ ରିସର୍ଚ୍ଚ (ସିଇବିଆର୍‌) ମଧ୍ୟ ଏକ ରିପୋର୍ଟରେ ଆକଳନ କରିଛି ଯେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଆମେରିକା ଓ ଚୀନ୍‌କୁ ଅତିକ୍ରମ କରି ଭାରତ ଏକ ନମ୍ବର ହୋଇଯିବ। ଏହା ଜଣାଇଛି ଯେ ୨୧୦୦ ମସିହା ସୁଦ୍ଧା ଭାରତ ଅର୍ଥନୀତିର ଆକାର ଚୀନ ଅର୍ଥନୀତିଠାରୁ ୯୦ ପ୍ରତିଶତ ଓ ଆମେରିକା ଅର୍ଥନୀତିଠାରୁ ୩୦ ପ୍ରତିଶତ ବଡ଼ ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Economy | India set to become largest economy | Argus News