Indian Economy / ଭାରତ ପାଇଁ ଖୁସି ଖବର, ଖୁବ୍ଶୀଘ୍ର ଦେଶ ପାଇବ ନୂଆ ପରିଚୟ !

Key Points
ଭାରତର ଅର୍ଥନୀତିକୁ ମିଳିବ ନୂଆ ପରିଚୟ ।
ଏକ ନୂଆ ମାଇଲ ଖୁଣ୍ଟ ଛୁଇଁବ ଭାରତର ଅର୍ଥନୀତି ଗ୍ରାଫ୍ ।
ଭାରତରେ ଆଉ ରହିବେନି ଗରିବ । ଭାରତ ନାଁରେ ଲାଗିଥିବା ଗରିବ ଦେଶର ଟାଗ୍ ଖୁବ୍ଶୀଘ୍ର ହଟିବାକୁ ଯାଉଛି । ଭାରତ ପାଇବାକୁ ଯାଉଛି ନୂଆ ପରିଚୟ । ଆଉ ମାତ୍ର ୪ ବର୍ଷ ଅପେକ୍ଷା । ତା'ପରେ ବଦଳିଯିବ ଭାରତର ଭାଗ୍ୟ । ଧନୀ ଦେଶ ତାଲିକାରେ ଯୋଡ଼ି ହୋଇଯିବ ଦେଶ । ଭାରତରେ ଆଉ ରହିବେନି କେହି ଗରିବ ! ଭାରତର ଅର୍ଥନୀତିକୁ ମିଳିବ ନୂଆ ପରିଚୟ । ଏକ ନୂଆ ମାଇଲ ଖୁଣ୍ଟ ଛୁଇଁବ ଭାରତର ଅର୍ଥନୀତି ଗ୍ରାଫ୍ ।
ଭାରତକୁ ଏକ ଗରିବ ଦେଶରୁ ନିମ୍ନ ମଧ୍ୟବିତ୍ତଙ୍କ ଦେଶ ଭାବେ ପରିଚୟ ହାସଲ କରିବାକୁ ଦୀର୍ଘ ୬ ଦଶନ୍ଧୀ ଲାଗିଯାଇଥିଲା। ଏବେ କିନ୍ତୁ ଆଉ ମାତ୍ର ଚାରି ବର୍ଷ ମଧ୍ୟରେ ଭାରତ ଉଚ୍ଚ ମଧ୍ୟବିତ୍ତଙ୍କ ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ଯାଉଛି । ଏକଥା କୌଣସି ରାଜନୈତିକ ବ୍ୟକ୍ତିତ୍ୱ କିମ୍ବା କେହି ସାଧାରଣ ବ୍ୟକ୍ତି କହିନାହାନ୍ତି । ଏକଥା ମନଗଢ଼ା କାହାଣୀ ବି ନୁହେଁ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟରେ ଏଭଳି ପୂର୍ବାନୁମାନ କରାଯାଇଛି ।
୨୦୩୦ ସୁଦ୍ଧା ଭାରତ ଉଚ୍ଚ ଆୟକାରୀଙ୍କ ଦେଶରେ ପରିଣତ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ସ୍ତରକୁ ଯିବା ପରେ ଭାରତ ଆୟକାରୀଙ୍କ ବର୍ଗରେ ଚୀନ୍ ଓ ଇଣ୍ଡୋନେସିଆ ସହ ସମକକ୍ଷ ହୋଇଯିବ। ଏହି ରିପୋର୍ଟ ଦର୍ଶାଇଛି ଯେ ୧୯୬୨ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୯୦ ଡଲାର ଥିବା ବେଳେ ୨୦୦୭ରେ ୯୧୦ ଡଲାରକୁ ବୃଦ୍ଧି ପାଇଥିଲା। ଫଳରେ ଭାରତ ନିମ୍ନ ମଧ୍ୟବିତ୍ତମାନଙ୍କ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା। ୨୦୩୦ ସୁଦ୍ଧା ତାହା ୪୦୦୦ ଡଲାରକୁ ପହଞ୍ଚିଯିବା ଆଶା କରାଯାଉଛି।
ଭାରତ ସ୍ବାଧୀନତା ଲାଭ କରିବାର ୬ ଦଶନ୍ଧୀ ପରେ ଭାରତୀୟ ଅର୍ଥନୀତି ୨୦୦୭ରେ ୧ ଟ୍ରିଲିଅନ୍ ଡଲାର ସ୍ତରକୁ ପହଞ୍ଚିଥିଲା। କିନ୍ତୁ ଏହା ପରଠାରୁ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହୋବରୁ ମାତ୍ର ୭ ବର୍ଷରେ ଅର୍ଥାତ୍ ୨୦୧୪ରେ ୨ ଟ୍ରିଲିଅନ୍ ଓ ୨୦୨୧ରେ ୩ ଟ୍ରିଲିଅନ୍ ଡଲାରରେ ପହଞ୍ଚିଥିଲା। ତେବେ ୨୦୨୫ରେ ଏହା ୪ ଟ୍ରିଲିଅନ୍ ଡଲାରର ଅର୍ଥନୀତି ହୋଇଥିବା ବେଳେ ଆଉ ୨ ବର୍ଷରେ ୫ ଟ୍ରିଲିଅନ୍ ଡଲାର ଛୁଇଁବା ଆଶା କରାଯାଉଛି।
ସେହିପରି ୨୦୦୯ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୧୦୦୦ ଡଲାର ଥିବା ବେଳେ ୧୦ ବର୍ଷ ମଧ୍ୟରେ ୨୦୧୯ରେ ତାହା ୨୦୦୦ ଡଲାରକୁ ବୃଦ୍ଧି ପାଇଛି। ୨୦୩୬ ସୁଦ୍ଧା ମୁଣ୍ଡପିଛା ଆୟ ୩୦୦୦ ଡଲାରରେ ପହଞ୍ଚିବା ଆଶା କରାଯାଉଛି।
📱 Get Argus News App
✨Related Topics
Explore more stories