Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India vs Bangladesh / ବାଂଲାଦେଶ ବିରୋଧରେ ଭାରତ ନେଲା ବଡ଼ ପଦକ୍ଷେପ, ଜାଣନ୍ତୁ କ'ଣ...

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ବାଂଲାଦେଶ ବିରୋଧରେ ଭାରତ ନେଲା ବଡ଼ ପଦକ୍ଷେପ, ଜାଣନ୍ତୁ କ'ଣ...
India vs Bangladesh

Key Points

ଢାକାର କେନ୍ଦ୍ରୀୟ ସହିଦ ମିନାରରେ ଇନ୍‌କିଲାବ ମଞ୍ଚ ଦ୍ୱାରା ଆୟୋଜିତ ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧନ କରୁଥିବା ବେଳେ ଭାରତକୁ ଏଭଳି ଧମକ ଦେଇଛନ୍ତି ଅବଦୁଲ୍ଲା ।

ବାଂଲାଦେଶ ଓ ଭାରତ ମଧ୍ୟରେ ଦିନକୁ ଦିନ ସମ୍ପର୍କ ଖରାପ ହେବାରେ ଲାଗିଛି । ତେଣୁ ବାଂଲାଦେଶକୁ ନେଇ ବଡ଼ ପଦକ୍ଷେପ ନେଲା ଭାରତ । ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଗୁରୁବାର ବାଂଲାଦେଶର ରାଜଶାହୀ ଏବଂ ଖୁଲନାରେ ଥିବା ଦୁଇଟି ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କରିଦେଇଛି। ତେବେ ଏହି ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଇଛି ।

ବାଂଲାଦେଶୀ ନେତାମାନେ ସଭା ମଞ୍ଚରେ ଭାରତକୁ ଦେଉଛନ୍ତି ଖୋଲା ଧମକ । କହୁଛନ୍ତି ଭାରତର ଚିକେନ୍‌ ନେକ୍‌ କାଟି ଅଲଗା କରିବୁ । ଭାରତର ୭ ସିଷ୍ଟରକୁ ଭାରତରୁ ଅଲଗା କରିଦେବୁ । ଏଭଳି ଧମକ ଦେଇଛନ୍ତି ବାଂଲାଦେଶର ନ୍ୟାସନାଲ ସିଟିଜେନ ପାର୍ଟି (ଏନ୍‌ସିପି) ନେତା ହସନତ ଅବଦୁଲ୍ଲା । ତାଙ୍କର ଏହି ଉତ୍ତେଜକ ଭାଷଣ ଭାରତ-ବାଂଲାଦେଶ ସମ୍ପର୍କକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି । ଢାକାର କେନ୍ଦ୍ରୀୟ ସହିଦ ମିନାରରେ ଇନ୍‌କିଲାବ ମଞ୍ଚ ଦ୍ୱାରା ଆୟୋଜିତ ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧନ କରୁଥିବା ବେଳେ ଭାରତକୁ ଏଭଳି ଧମକ ଦେଇଛନ୍ତି ଅବଦୁଲ୍ଲା ।

ଏହାପରେ ଭାରତ ବିରୋଧରେ ବାଂଲାଦେଶରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ଭାରତ ବିରୋଧୀ ନାରା ଦେଇ ରାସ୍ତାକୁ ଓହ୍ଲାଇଥିଲେ ଜନତା । ହଜାର ହଜାର ଜନତା ରାଜରାସ୍ତାକୁ ଓହ୍ଲାଇଥିଲେ । ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌ କରିଥିଲେ। ଭାରତୀୟ ଦୂତାବାସ ବାହାରେ ନାରାବାଜି କରିଥିଲେ । ଭାରତ ବିରୋଧୀ ନାରାବାଜି କରିଥିଲେ ମୌଳବାଦୀ।

ଏମିତି ପରିସ୍ଥିତିକୁ ଦୃଷ୍ଟିରେ ରଖି IVAC ୱେବସାଇଟରେ ଏକ ସରକାରୀ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି ଯେ, 'ଆମେ ଜଣାଇବାକୁ ଚାହୁଁଛୁ ଯେ, ଚାଲିଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଶାହୀ ଏବଂ ଖୁଲନାରେ ଥିବା ଭିସା ଆବେଦନ କେନ୍ଦ୍ରକୁ ବନ୍ଦ ରଖାଯାଇଛି। ଗୁରୁବାର ସ୍ଲଟ୍ ବୁକ୍ କରିଥିବା ସମସ୍ତ ଆବେଦନକାରୀଙ୍କୁ ପରବର୍ତ୍ତୀ ସମୟରେ ଏକ ସ୍ଲଟ୍ ଦିଆଯିବ।'

ଏହା ପୂର୍ବରୁ ବୁଧବାର ବାଂଲାଦେଶ ହାଇକମିଶନରଙ୍କୁ ସମନ କରିଥିଲେ ଭାରତ ସରକାର। ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ଭ‌ାରତ ସରକାର ସମନ ଜାରି କରିଥିଲେ । ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଭାରତରେ ଅବସ୍ଥାପିତ ବାଂଲାଦେଶର ହାଇକମିଶନର ଏମ୍. ରିଆଜ ହମିଦୁଲ୍ଲାଙ୍କୁ ସମନ କରିଥିଲେ। ତାଙ୍କୁ ଢାକାରେ ଭାରତୀୟ ମିଶନର ସୁରକ୍ଷା ବ୍ୟବସ୍ଥା ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଭାରତର ଚିନ୍ତା ବିଷୟରେ ଅବଗତ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Bangladesh | India Shuts Down Two Visa Application Centres In Bangladesh Over 'Security Situation' | Argus News