Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Social media / ସୋସିଆଲ ମିଡିଆରେ ଲାଗିପାରେ ବୟସ କଟକଣା,AI ଅପବ୍ୟବହାର ରୋକିବାକୁ କଠୋର ଆଇନ ପାଇଁ ସଂସଦୀୟ କମିଟିର ସୁପାରିସ

Bikash Mohanty
Browse all articles by Bikash Mohanty
·3 months ago·2 min read
ସୋସିଆଲ ମିଡିଆରେ ଲାଗିପାରେ ବୟସ କଟକଣା,AI ଅପବ୍ୟବହାର ରୋକିବାକୁ କଠୋର ଆଇନ ପାଇଁ ସଂସଦୀୟ କମିଟିର ସୁପାରିସ
AI

Key Points

ସୋସିଆଲ ମିଡିଆରେ ଲାଗିପାରେ ବୟସ କଟକଣା
AI ର ଅପବ୍ୟବହାରକୁ ରୋକିବା ପାଇଁ  ସରକାର ନେଇପାରନ୍ତି  ପଦକ୍ଷେପ
ଆସନ୍ତା କାଲି ସଂସଦରେ ଉପସ୍ଥାପିତ ହୋଇପାରେ ରିପୋର୍ଟ
ନୂଆଦିଲ୍ଲୀ, ୨୯/୩: ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ପିଲାମାନଙ୍କର ଅବାଧ ପ୍ରବେଶ ଉପରେ ରୋକ୍ ଲଗାଇବା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ର ଅପବ୍ୟବହାରକୁ ରୋକିବା ପାଇଁ ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି l ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ ‘ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ସଂସଦୀୟ କମିଟି’ ଏ ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ରିପୋର୍ଟକୁ ଗ୍ରହଣ କରିଛି। ଏହି ରିପୋର୍ଟ ଆସନ୍ତା କାଲି ସଂସଦରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି।


ସୋସିଆଲ ମିମିଡିଆ ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ଲାଗୁ କରାଯାଉ।  ବିଶ୍ଵର ବିଭିନ୍ନ ଦେଶରେ ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଏଭଳି ନିୟମ କରାଯାଉଥିବା ବେଳେ ଭାରତରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ପ୍ରସ୍ତୁତ କରାଯିବା ଆବଶ୍ୟକ।  ଏହାଦ୍ବାରା ପିଲାମାନେ ଅନଲାଇନ୍‌ରେ ଅପ୍ରାସଙ୍ଗିକ ତଥ୍ୟର ସଂସ୍ପର୍ଶରେ ଆସିବାରୁ ରକ୍ଷା ପାଇପାରିବେ ବୋଲି କମିଟି ସରକାରଙ୍କୁ ପରାମର୍ଶ ଦେଇଛି। ଏଆଇର ବଢ଼ୁଥିବା ଦୁରୁପଯୋଗକୁ  କମିଟି ଗଭୀର ଚିନ୍ତା ପ୍ରକଟ କରିଛି। 

ବିଶେଷ କରି ଆର୍ଥିକ ଠକେଇ, ଡିପଫେକ୍ ଅଡିଓ ଏବଂ ଭିଡିଓ ମାଧ୍ୟମରେ ଲୋକଙ୍କୁ ବଦନାମ କରାଯିବା ଭଳି ଘଟଣାକୁ ରୋକିବା ପାଇଁ ଏକ ବିସ୍ତୃତ ଏବଂ କଠୋର ଆଇନ ପ୍ରଣୟନ କରିବାକୁ କମିଟି କହିଛି ବିଶ୍ବର ଅନ୍ୟାନ୍ୟ ପ୍ରଗତିଶୀଳ ଦେଶଗୁଡ଼ିକରେ ଥିବା ଏଆଇ ସମ୍ପର୍କିତ ନିୟମ ଭଳି ଭାରତରେ ମଧ୍ୟ ବାଧ୍ୟତାମୂଳକ ଆଇନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରି ମହିଳା ଓ ନିରୀହ ପିଲାମାନଙ୍କୁ କିଭଳି ହଇରାଣ କରାଯାଉଛି, ସେ ସମ୍ପର୍କରେ କମିଟି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ସରକାର ଏହି ଦିଗରେ 2 ପଦକ୍ଷେପ ନେଉଥିଲେ ହେଁ, ଏ ଏକ ସ୍ଥାୟୀ ଆଇନଗତ ବ୍ୟବସ୍ଥା ଦ୍ବା ଦ୍ବାରା ହିଁ ଏହି ସାଇବର ଅପରାଧକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରା‌ଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।

ଆହୁରି ପଢନ୍ତୁଘାତକ ସୋସିଆଲ ମିଡିଆ; ଏହି ବିପଦଜନକ ଚ୍ୟାଲେଞ୍ଜ ନେଇଗଲା ୯ ବର୍ଷ ଝିଅର ଜୀବନ

ସେପଟେ ଦେଶରେ ବ୍ୟବହୃତ ହେଉଥିବା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ "ନୋ ୟୋର କଷ୍ଟମର୍" (Know Your Customer) ଅର୍ଥାତ୍ କେୱାସି ଯାଞ୍ଚ ପକ୍ରିୟା ଖୁବଶୀଘ୍ର ବାଧ୍ୟତାମୂଳକ ହୋଇପାରେ। ଦେଶରେ ମହିଳା ଏବଂ ନାବାଳକଙ୍କ ସୁରକ୍ଷା ପାଇଁ ଏକ ସଂସଦୀୟ କମିଟି ଏପରି ସୁପାରିଶ କରିଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବହୁ ଦିନ ଧରି ନାବାଳକଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଖରୁ ଦୂରେଇ ରଖିବା ପାଇଁ ଦେଶରେ ଆଲୋଚନା ଜାରି ରହିଛି। ସଂସଦୀୟ କମିଟି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଗରେ ଏହି ଗୁରୁତ୍ୱପୂର୍ଣ୍ଣ ସୁପାରିଶ ଆଗତ କରିଛି।

ନକଲି ସୋସିଆଲ ମିଡ଼ିଆ ପ୍ରୋଫାଇଲ୍ ଏବଂ ବେନାମୀ ଉତ୍ପୀଡ଼ନ ଭଳି ସମସ୍ୟାକୁ ରୋକିବା ପାଇଁ ସମସ୍ତ ଡିଜିଟାଲ୍ ପ୍ଲାଟଫର୍ମ ରେ ବାଧ୍ୟତାମୂଳକ କେୱାସି ଯାଞ୍ଚ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ବୋଲି ସଂସଦୀୟ କମିଟି ଗୁରୁତ୍ୱାରୋପ କରିଛି। କମିଟି ରିପୋର୍ଟ ସୁପାରିଶ କରିଛି ଯେ ସୋସିଆଲ ମିଡ଼ିଆ କମ୍ପାନୀ ନିୟମିତ ବ୍ୟବଧାନରେ ବ୍ୟବହାରକାରୀଙ୍କୁ ପୁନଃର୍ବାର ଯାଞ୍ଚ କରିବା ଆବଶ୍ୟକ। ବାରମ୍ବାର ଅଭିଯୋଗ ପାଉଥିବା ଆକାଉଣ୍ଟ ଉପରେ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Social media | India to Introduce New Rules on Social Media Access for Children and AI Misuse Prevention | Argus News