ରାଷ୍ଟ୍ରୀୟ ସୁରକ୍ଷା ନେଇ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

Key Points
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଭଗବାନ କୃଷ୍ଣଙ୍କ 'ସୁଦର୍ଶନ ଚକ୍ର'ରୁ ପ୍ରେରିତ । ଏଥିସହ ଏହି ମିଶନ ସହ ଜଡ଼ିତ ସମସ୍ତ ଗବେଷଣା, ବିକାଶ ଓ ଉତ୍ପାଦନ ଭାରତରେ ହିଁ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ସୁଦର୍ଶନ ଚକ୍ର'କୁ ଦେଶର ଯୁବପିଢ଼ିଙ୍କ ହାତରେ ହିଁ ତିଆରି କରାଯିବ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ତମ ସ୍ଵାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ବଡ଼ ଘୋଷଣା କରିଛନ୍ତି । ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଭବିଷ୍ୟତର ଜ୍ଞାନକୌଶଳ ଆଧାରିତ ଆହ୍ଵାନକୁ ସାମନା କରିବା ପାଇଁ ବର୍ଷ ୨୦୨୫ ସୁଦ୍ଧା 'ସୁଦର୍ଶନ ଚକ୍ର' ନାମକ ଏକ ରାଷ୍ଟ୍ରୀୟ ସୁରକ୍ଷା କବଚ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏହା ପଛର ପ୍ରେରଣା ବାବଦରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଭଗବାନ କୃଷ୍ଣଙ୍କ 'ସୁଦର୍ଶନ ଚକ୍ର'ରୁ ପ୍ରେରିତ । ଏଥିସହ ଏହି ମିଶନ ସହ ଜଡ଼ିତ ସମସ୍ତ ଗବେଷଣା, ବିକାଶ ଓ ଉତ୍ପାଦନ ଭାରତରେ ହିଁ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ସୁଦର୍ଶନ ଚକ୍ର'କୁ ଦେଶର ଯୁବପିଢ଼ିଙ୍କ ହାତରେ ହିଁ ତିଆରି କରାଯିବ ।
ପ୍ରଧାନମନ୍ତ୍ରୀ ମୋଦି ମହାଭାରତର ଉଦାହରଣ ଦେଇ କହିଛନ୍ତି, ଯେମିତି ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ରରେ ସୂର୍ଯ୍ୟଙ୍କୁ ଆବଦ୍ଧ କରି ଦିନରେ ଅନ୍ଧାର କରି ଦେଇଥିଲେ । ଯାହାଦ୍ଵାରା ଅର୍ଜୁନ ତାଙ୍କ ପ୍ରତିଜ୍ଞା ପୂରା କରିପାରିଥିଲେ । ସେହିଭଳି ଭାରତର 'ସୁଦର୍ଶନ ଚକ୍ର' ମିଶନ ମଧ୍ୟ ଶତ୍ରୁର ପ୍ରତିଟି ଆକ୍ରମଣକୁ ନିଷ୍କ୍ରିୟ କରିବା ସହ ତା'ଠାରୁ ଅଧିକ ଶକ୍ତି ସହ ପାଲଟା ଆକ୍ରମଣ କରିବାରେ ସକ୍ଷମ ହେବ ।
ସେ ଆହୁରି କହିଛନ୍ତି, ଏହି ମିଶନରେ ଏକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ବିକଶିତ କରାଯିବ । ଯାହାକି କେବଳ ଶତ୍ରୁର ଆକ୍ରମଣକୁ ପ୍ରତିହତ କରିବ ତା' ନୁହେଁ ଶତ୍ରୁ ଉପରେ ନିଶ୍ଚିତ ପ୍ରହାର କରିବ । ଏଥିପାଇଁ ଆବଶ୍ୟକ ଗବେଷଣା ଓ ଅନ୍ୟ ସମସ୍ତ କାର୍ଯ୍ୟ ଦେଶର ଯୁବବର୍ଗ ଓ ବୈଜ୍ଞାନିକଙ୍କ ଦ୍ଵାରା କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
📱 Get Argus News App
✨ଭାରତର 'ସୁଦର୍ଶନ ଚକ୍ର' ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ହେବ । ଆଗାମୀ ୧୦ ବର୍ଷରେ ଏହାକୁ ଦ୍ରୁତଗତିରେ ବୃଦ୍ଧି କରାଯିବ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି 'ସୁଦର୍ଶନ ଚକ୍ର'ର ମାରକ କ୍ଷମତା ସଠିକ୍ ଥିଲା ଓ ଆକ୍ରମଣ କରି କୃଷ୍ଣଙ୍କ ପାଖକୁ ଫେରୁଥିଲା । ଆମେ ମଧ୍ୟ ଏହି 'ସୁଦର୍ଶନ ଚକ୍ର' ମିଶନରେ ସମାନ ଦିଗରେ ଅଗ୍ରସର ହେବା ସୁନିଶ୍ଚିତ କରିବା ।
ଦେଶ ସମ୍ପର୍କିତ ଅନ୍ୟ ଖବର ପଢ଼ନ୍ତୁ