Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନ ସହ ବେପାର ବନ୍ଦ କଲା ଭାରତ

National

ପାକିସ୍ତାନ ସହ ବେପାର ବନ୍ଦ କଲା ଭାରତ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ପାକିସ୍ତାନ ସହ ବେପାର ବନ୍ଦ କଲା ଭାରତ

ପୁଣି ଫସିଲା ପାକିସ୍ତାନ। ଗୋଟିଏ ପରେ ଗୋଟିଏ କୂଟ ନୈତିକ ଚାଲ୍ ଖେଳି ପାକିସ୍ତାନର ଅର୍ଥନୀତିକୁ ଦୁର୍ବଳ କରି ଦେଉଛି ଭାରତ। ହାତରେ ନମାରି ଭାତରେ ମାରିବାର ଗୋଟିଏ ପରେ ଗୋଟିଏ ଫନ୍ଦି ବାହାର କରୁଛି ଭାରତ। ପୂର୍ବରୁ ସିନ୍ଧୁ ଚୁକ୍ତି ଭାରତ ରଦ୍ଦ କରିଥିବା ବେଳେ ଏବେ ପାକିସ୍ତାନ ସହ ସମସ୍ତ ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରିଛି ଭାରତ। ପାକିସ୍ତାନ ସହ କୌଣସି ଆମଦାନୀ ଓ ରପ୍ତାନୀ କରିବ ନାହିଁ ଭାରତ।


ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ଉପରେ ଭାରତ କଟକଣା ଲଗାଇଛି। ଏନେଇ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଦେଶର ସୁରକ୍ଷା ଏବଂ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ବନ୍ଦ କରିବାକୁ ଭାରତ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ଭାରତ ପାକିସ୍ତାନର କଳାକାର, ଖେଳାଳୀ, ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ବନ୍ଦ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ପାକିସ୍ତାନ।କୁପୱାଡ଼ା, ଉରୀ ଓ ଅଖୁନର ସେକ୍ଟରରେ ପୁଣି ଆଜି ପାକିସ୍ତାନ ଆଉଟପୋଷ୍ଟରୁ ଭାରତ ଆଡ଼କୁ ଫାୟାରିଂ ହେବାରୁ ଏହାର କଡା ଯବାବ ଦେଇଛନ୍ତି ଭାରତୀୟ ସେନା। ପାକିସ୍ତାନକୁ ଏବେ ଯୁଦ୍ଧ ଭୟ ଘାରିଛି। ଯାହାକୁ ଦୃଷ୍ଟିରେ ରଖି ପାକିସ୍ତାନ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଯୁଦ ରଖିବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ସରକାର ୧୩ଟି ନିର୍ବାଚନ ମଣ୍ଡଳୀରେ "ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା" ଯୋଗାଣ ସୁନିଶ୍ଚିତ କରିବା ପାଇଁ ୧ ବିଲିୟନ ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ତିଆରି କରିଛନ୍ତି ।


Sponsored
India suspends trade with Pakistan | Argus News