Videos
|
National

ମାଳଦ୍ବୀପ ନିକଟରେ ନୌସେନା ଘାଟି ନିର୍ମାଣ କରିବା ଭାରତ

Ritu Das
Browse all articles by Ritu Das
·2 years ago·1 min read
ମାଳଦ୍ବୀପ ନିକଟରେ ନୌସେନା ଘାଟି ନିର୍ମାଣ କରିବା ଭାରତ

ଅର୍ଗସ ବ୍ୟୁରୋ: ଚାଇନା ସପକ୍ଷବାଦୀ ମହମ୍ମଦ ମୁଇଜୁ ମାଳଦ୍ବୀପ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବାପରେ ଭାରତ ସହ ଏହାର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାଳଦ୍ବୀପ ନିକଟବର୍ତ୍ତୀ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ନୂତନ ନୌସେନା ଘାଟି ନିର୍ମାଣ କରିବାକୁ ନୂଆଦିଲ୍ଲୀ ଘୋଷଣା କରିଛି। ଲକ୍ଷା ଦ୍ବୀପର ଦକ୍ଷିଣ ଭାଗରେ ଥିବା ଦ୍ବୀପ ମିନିକଏରେ ଆଇଏନଏସ ଜଟାୟୁ ନାମକ ଘାଟି ନିର୍ମାଣ କରାଯିବା ଯୋଜନା ରହିଛି ବୋଲି ଭାରତୀୟ ନୌସେନା କହିଛି। 

ଲାକ୍ଷାଦ୍ବୀପ ମାଳଦ୍ବୀପର ଉତ୍ତରରେ ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ସେଠାରେ ଘାଟି ହେଲେ ପଶ୍ଚିମ ଆରବ ସାଗରରେ ଭାରତୀୟ ନୌସେନାର ଜଳଦସ୍ୟୁ ବିରୋଧୀ ଏବଂ ନିଶା କାରବାର ବିରୋଧୀ ଅପରେଶନ ବଢ଼ିବା ସହ ନୌସେନାର କ୍ଷମତା ବୃଦ୍ଧି ପାଇବ ବୋଲି ଏକ ବିବୃତ୍ତିରେ କୁହାଯାଇଛି। ଲାକ୍ଷାଦ୍ବୀପର କାଭାରାଟ୍ଟିଠାରେ ଆଇଏନଏସ ଦ୍ବୀପରକ୍ଷକ ନାମରେ ଭାରତର ଏକ ନୌସେନା ଘାଟି ରହିଛି। 

ସୂଚନାଯୋଗ୍ୟ, ମୁଇଜୁ କ୍ଷମତାକୁ ଆସିବାପରେ ପ୍ରଥମେ ଚାଇନା ଗସ୍ତରେ ଯାଇଥିଲେ। ତାଙ୍କ ଦେଶ ଛୋଟ ହେଲେ ମଧ୍ୟ କେହି ଏହା ଉପରେ ପତିଆରା ଦେଖାଇବାର ଲାଇସେନ୍ସ କାହାକୁ ଦିଆଯାଇନାହିଁ ବୋଲି ମୁଇଜୁ କହିଥିଲେ। ମାଳଦ୍ବୀପରେ ଥିବା ଭାରତୀୟ ସୈନ୍ୟମାନଙ୍କୁ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ସେ ନୂଆଦିଲ୍ଲୀକୁ କହିଥିଲେ। 

ଅଧିକ ପଢ଼ନ୍ତ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India to build | Argus News