Videos
|
National

ଫ୍ରାନ୍ସ ଠାରୁ କିଣା ହେବ ୪୦ ଟି ରାଫେଲ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଫ୍ରାନ୍ସ ଠାରୁ କିଣା ହେବ ୪୦ ଟି ରାଫେଲ

ଲଢୁଆ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛି ଭାରତ। ଦେଶର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଆଉ ୪୦ ଟି ରାଫେଲ ବିମାନ ଫ୍ରାନ୍ସ ଠାରୁ କିଣିବାକୁ ଭାରତ ନିଷ୍ପତ୍ତି ନେଇଥିବା କୁହାଯାଉଛି।


ଭାରତ ଓ ଫ୍ରାନ୍ସ ମଧ୍ୟରେ ଏହି ଚୁକ୍ତି ( G2G) ଆଧାରରେ ହେବ ବୋଲି କୁହାଯାଉଛି। ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଚଳିତ ମାସ ଶେଷ ସପ୍ତାହ ବେଳକୁ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଉଭୟ ଦେଶ ମଧ୍ୟରେ ରାଫେଲକୁ ନେଇ ଚୁକ୍ତି ହୋଇପାରେ। ନୌସେନା ଜାହାଜରେ ନିୟୋଜିତ କରାଯିବ ବୋଲି ଜଣା ପଡିଛି। ଏନେଇ ପୂର୍ବରୁ ଭାରତ ଓ ଫ୍ରାନ୍ସ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇସାରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଚୁକ୍ତିନାମାକୁ ଫାଷ୍ଟ- ଟ୍ରାକ୍ MRFA- ପ୍ଲସ୍ ଡିଲ୍ ବୋଲି କୁାହାଯାଉଛି। ପ୍ରସଙ୍ଗକୁ ନେଇ ନେଇ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଭାରତ ପାଇଁ ଏହା ଏକ ବୃହତ୍ତ ରଣନୈତିକ ଯୋଜନା। ଯାହା ଆଗାମୀ ଦିନରେ ଜାରି ରହିବ।


ସୂଚନାଯୋଗ୍ୟ - ବାୟୁସେନା ମାର୍ଶାଲ ଏପି ସିଂହ ପୂର୍ବରୁ କହିଥିଲେ, ପ୍ରତିରକ୍ଷାରୁ ପୁରୁଣା ବିମାନ ଅବସର ନେଉଥିବାରୁ ଶତୃ ପକ୍ଷକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୩୫ ରୁ ୪୦ ଟି ନୂଆ ବିମାନ ପ୍ରତିରକ୍ଷାରେ ସାମିଲ ହେବା ଆବଶ୍ୟକ।

India to buy 40 Rafales from France | Argus News