AI ମଡେଲର ଦ୍ରୁତ ହେଉଥିବା ଦୌଡ଼ରେ ନିଜକୁ ସାମିଲ କରିଛି ଭାରତ

ଅର୍ଗସ ବ୍ୟୁରୋ: AI ମଡେଲର ଦ୍ରୁତ ହେଉଥିବା ଦୌଡ଼ରେ ନିଜକୁ ସାମିଲ କରିଛି ଭାରତ । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଓପନ୍ AIର ଚାଟ୍ ଜିପିଟି ଓ ଚୀନର ଡିପ୍ ସିକ୍ ଭଳି ଭାରତ ବି ନିଜର ଜେନେରେଟେଡ୍ AI ମଡେଲ୍ ଲଞ୍ଚ କରିବ । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ମଡେଲକୁ ଚଳିତ ବର୍ଷ ହିଁ ଲଞ୍ଚ କରାଯିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ କେନ୍ଦ୍ର ସରକାର ଗତ ବର୍ଷ ଇଣ୍ଡିଆ AI ମିଶନକୁ ମଞ୍ଜୁରୀ ଦେଇଥିଲେ । ଯାହା ଅନୁସାରେ ଆଗାମୀ 5 ବର୍ଷରେ 10,372 କୋଟି ଖର୍ଚ୍ଚ କରାଯିବା କଥା କୁହାଯାଇଥିଲା ।
ଏହାକୁ ନେଇ ଏକ ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଇଣ୍ଡିଆ AI ମିଶନକୁ ଚଳିତ ବର୍ଷ କରିଦିଆଯିବ। ଦ୍ରୁତ ଏବଂ ଉଚ୍ଚମାନର କମ୍ପ୍ୟୁଟିଂ ସୁବିଧା ସହିତ ଭାରତ ଖୁବ୍ ଶୀଘ୍ର ସୁଲଭ ମୂଲ୍ୟରେ ନିଜର ନିରାପଦ ଏବଂ ସୁରକ୍ଷିତ ସ୍ବଦେଶୀ AI ମଡେଲ୍ ଲଞ୍ଚ କରିବାକୁ ପ୍ରସ୍ତୁତ। ବିଶ୍ବସ୍ତରୀୟ AI ମଡେଲର ବ୍ୟବହାର ଲାଗି ଘଣ୍ଟା ପ୍ରତି 2.5ରୁ 3 ଡଲାର ଖର୍ଚ୍ଚ କରିବାକୁ ହେଉଥିବାବେଳେ 40 ପ୍ରତିଶତ ସରକାରୀ ସବସିଡି ପରେ ଭାରତର AI ମଡେଲ୍ ବ୍ୟବହାର ଲାଗି ଘଣ୍ଟା ପ୍ରତି 100 ଟଙ୍କାରୁ କମ୍ ଖର୍ଚ୍ଚ କରିବାକୁ ପଡ଼ିବ। ଆକର୍ଷଣୀୟ ଅର୍ଦ୍ଧବାର୍ଷିକ ଏବଂ ବାର୍ଷିକ ଯୋଜନା ଏହାକୁ ଅଧିକ ସୁଲଭ କରିବ। ଭାରତୀୟଙ୍କ ପାଇଁ ଏକାଧିକ ଭାରତୀୟ ଭାଷାରେ ଚଳିତ ବର୍ଷ ଶେଷ ସୁଦ୍ଧା ସ୍ବଦେଶୀ AI ଲଞ୍ଚ କରାଯିବ।
📱 Get Argus News App
✨ଏହା ଗବେଷକ, ଛାତ୍ର ଏବଂ ଲୋକଙ୍କୁ କମ ମୂଲ୍ୟକେ ଦ୍ରୁତ କମ୍ପ୍ୟୁଟିଂ ଏବଂ ତ୍ବରିତ ଫଳାଫଳ ଦେବାରେ ସାହାଯ୍ୟ କରିବ। ପ୍ରାରମ୍ଭରେ କୃଷି, ଶିକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ସହିତ ଜଡିତ 18ଟି କ୍ଷେତ୍ରରେ ଏହି AI ମଡେଲର ଅଂଶ ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର:
