Videos
|
National

ମିଳିତ ଜାତିସଂଘରେ ପାକିସ୍ତାନର ମୁଖା ଖୋଲିବ ଭାରତ

Smruti Parija
Browse all articles by Smruti Parija
·1 year ago·2 min read
ମିଳିତ ଜାତିସଂଘରେ ପାକିସ୍ତାନର ମୁଖା ଖୋଲିବ ଭାରତ

ମିଳିତ ଜାତିସଂଘରେ ପାକିସ୍ତାନର ମୁଖା ଖୋଲିବ ଭାରତ । ଆସନ୍ତା ସପ୍ତାହରେ ହେବାକୁ ଯାଉଥିବା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନର ଆତଙ୍କୀ ଲିଙ୍କର ପ୍ରମାଣ ଦାଖଲ କରିବ ଭାରତ । ଏଥିପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ସ୍ବତନ୍ତ୍ର ଟିମ ପଠାଯିବ । ପାକିସ୍ତାନ ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେଉଥିବାର ସଦ୍ୟ ପ୍ରମାଣ ସହ ପାକିସ୍ତାନ ଆତଙ୍କବାଦର ପେଣ୍ଠସ୍ଥଳ ହୋଇଥିବାର ପ୍ରମାଣ ଦାଖଲ କରିବାକୁ ଭାରତ ପ୍ରସ୍ତୁତ ହୋଇଛି । ଏହାସହିତ ପାକିସ୍ତାନକୁ କଳାତାଲିକାଭୁକ୍ତ କରିବାକୁ ଭାରତ ଦାବି ଜୋରଦାର କରିବା ସମ୍ଭାବନା ରହିଛି ।


ଅନ୍ୟପଟେ ‘ଅପରେସନ ସିନ୍ଦୂର’ ନେଇ ପ୍ରେସମିଟ୍ କରି ସମସ୍ତ ସୂଚନା ଦିଆଯାଇଛି । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍‌ କରାଯାଇଛି । ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ସ୍ପଷ୍ଟ କରାଯାଇଛି । ଭିଡିଓ ଦେଖାଇ ଏହାର ପ୍ରମାଣ ରଖିଛି ସେନା । ପାକିସ୍ତାନ ପଟୁ ବହୁ ଡ୍ରୋନ୍ ଆକ୍ରମଣ ହୋଇଛି । ସମସ୍ତ ଆକ୍ରମଣକୁ ପଣ୍ଡ କରାଯାଇଛି । ସଫଳତାର ସହ ସବୁ ଡ୍ରୋନ୍ ଖସାଇ ଦେଇଛୁ, କିଛି କ୍ଷତି ହୋଇନି ବୋଲି କୁହାଯାଇଛି । କୌଣସି ସାମରିକ ଘାଟି କିମ୍ବା ସାଧାରଣ ଲୋକଙ୍କ କ୍ଷତି ହୋଇନି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି । କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍ ଏବଂ ମୁଦାସିର ଅହମ୍ମଦ ଅପରେସନ ସିନ୍ଦୂରରେ ନିପାତ ହୋଇଥିବା ସୂଚନା ଦେଇଛନ୍ତି । କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ । ସେହିପରି ୪୦ ପାକ୍ ସେନା ମରିଥିବା ନେଇ ସୂଚନା ଦେଇଛନ୍ତି । ୩୫ ରୁ ୪୦ ପାକ୍ ସେନା ମରିଛନ୍ତି କହିଲେ DGMO । ମେ ୭ରୁ ୧୦ ମଧ୍ୟରେ ଅପରେସନରେ ମରିଥିବା ନେଇ DGMO ପକ୍ଷରୁ ସୂଚନା ଦିଆଯାଇଛି ।


ପ୍ରଥମେ ପାକିସ୍ତାନୀ DGMO ଫୋନ୍ କରିଥିଲେ କହିଲେ ସ୍ଥଳସେନା DGMO । ୧୦ ତାରିଖ ୩ଟା ୩୫ରେ ମୋତେ ଫୋନ୍ କରିଥିଲେ । ଅସ୍ତ୍ରବିରତି ପାଇଁ ତାଙ୍କ ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ଆଲୋଚନା ପରେ ସହମତି ହୋଇଥିଲା । ୧୨ ତାରିଖ ୧୨ଟାରେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି ବୋଲି କୁହାଯାଇଛି ।


ଯୁଦ୍ଧରେ କେଉଁ ଅସ୍ତ୍ର ବ୍ୟବହାର ହୋଇଛି ପଚାରିବାରୁ ସେନେଇ ସୂଚନା ଦିଆଯିବନି ବୋଲି DGMO କହିଛନ୍ତି । ଅପରେସନରେ କେଉଁ ଅସ୍ତ୍ର ବ୍ୟବହାର ହୋଇଛି କୁହାଯିବନି । କେବଳ ଟାର୍ଗେଟ ହିଟ୍ ଆମ ଲକ୍ଷ୍ୟ ଥିଲା । ଅପରେସନ ଦୃଷ୍ଟିରୁ ଏହାକୁ ଗୁପ୍ତରେ ରଖାଯାଇଛି ବୋଲି କହିଛନ୍ତି DGMO ।