Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚତୁର୍ଥ ଶିଳ୍ପ ବିପ୍ଳବରେ ବିଶ୍ୱ କଲ୍ୟାଣର ନେତୃତ୍ୱ ନେବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

National

ଚତୁର୍ଥ ଶିଳ୍ପ ବିପ୍ଳବରେ ବିଶ୍ୱ କଲ୍ୟାଣର ନେତୃତ୍ୱ ନେବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·1 year ago·2 min read
ଚତୁର୍ଥ ଶିଳ୍ପ ବିପ୍ଳବରେ ବିଶ୍ୱ କଲ୍ୟାଣର ନେତୃତ୍ୱ ନେବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

Key Points

•    ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଶିକ୍ଷା ଯଜ୍ଞରୁ ତିଆରି ହେଉଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ 
•    ସମ୍ମାନ, ଡିଗ୍ରୀ ଏବଂ ପଦକପ୍ରାପ୍ତ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ 
•    ସମାବର୍ତ୍ତନ ସମାରୋହ ଜୀବନର ଏକ ଅନନ୍ୟ ମୁହୂର୍ତ୍ତ
•    ଆଗାମୀ ୨୫ ବର୍ଷ ଭାରତର ପ୍ରଗତିର ସୁବର୍ଣ୍ଣ ସମୟ ହେବ
•    ଚାକିରି କରିବା ଅପେକ୍ଷା ଚାକିରିଦାତା ହେବା ପାଇଁ କଲେ ଆହ୍ୱାନ 
•    ବାରଣାସୀରେ ବିଶ୍ୱନାଥ ମନ୍ଦିର ଓ କାଳ ଭୈରବ ମନ୍ଦିରରେ ଦର୍ଶନ କଲେ ଶିକ୍ଷା ମନ୍ତ୍ରୀ

ବାରଣାସୀ: ଏକବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ । ଚତୁର୍ଥ ଶିଳ୍ପ ବିପ୍ଳବ ସମୟରେ ଭାରତ ପାଖରେ ଦୁନିଆର ଲୋକକଲ୍ୟାଣର ନେତୃତ୍ୱ ନେବା ପାଇଁ ଏକ ଅଭୁତପୂର୍ବ ସୁଯୋଗ ରହିଛି । ଏ ଦିଗରେ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ବଡ଼ ଦାୟିତ୍ୱ ନିର୍ବାହ କରିବେ ବୋଲି ଏହି ଶିକ୍ଷାନୁଷ୍ଠାନର ୧୩ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମାବର୍ତ୍ତନ ସମାରୋହ ଜୀବନର ଏକ ଅନନ୍ୟ ମୁହୂର୍ତ୍ତ । ବାରଣାସୀ ସ୍ଥିତ ଆଇଆଇଟି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ସାମିଲ ହେବା ସୌଭାଗ୍ୟର ବିଷୟ । ସମ୍ମାନ, ଡିଗ୍ରୀ ଏବଂ ପଦକଧାରୀ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ବହୁତ ଭାଗ୍ୟବାନ । ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ଏହି ପବିତ୍ର ସ୍ଥାନରୁ ଆରମ୍ଭ ହୋଇଥିବା ଶିକ୍ଷା ଯଜ୍ଞରୁ ଉତ୍ପନ୍ନ ହୋଇଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ ସଦୃଶ । କାଶୀ ଦୁନିଆର ସ୍ୱଳ୍ପ କିଛି ଜୀବନ୍ତ ସହର ମଧ୍ୟରୁ ଅନ୍ୟତମ । କାଶୀ ହେଉଛି ଭାରତର ଦର୍ଶନଶାସ୍ତ୍ର ତଥା ପାଲି, ପ୍ରାକୃତ, ସଂସ୍କୃତ ଏବଂ ତାମିଲ ଭଳି ପୁରାତନ ଭାଷାର ସଂଗମ ଅଟେ । କାଶୀ ଭଳି ଏକ ଜୀବନ୍ତ ସଭ୍ୟତା ସହ ଯୋଡ଼ି ହେବା ଏକ ବଡ଼ ସୌଭାଗ୍ୟର ବିଷୟ । 

ଅନେକ ମହାପୁରୁଷମାନେ କାଶୀକୁ ଆସିଛନ୍ତି । ଆଜି ମାନ୍ୟତା ହାସଲ କରିଥିବା ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସେହି ମହାପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହଁନ୍ତି । ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀମାନେ ଚାକିରି କରିବା ଅପେକ୍ଷା ଅନେକଙ୍କୁ ଚାକିରି ଦେବା ଦିଶାରେ କାର୍ଯ୍ୟ କରିବେ ବୋଲି ବିଶ୍ୱାସ ରହିଛି । ଆଗାମୀ ୨୫ ବର୍ଷ ଭାରତର ପ୍ରଗତିର ସୁବର୍ଣ୍ଣ ସମୟ ହେବ । ବିଶ୍ୱର ଏକ ନମ୍ବର ଅର୍ଥନୀତିରେ ପରିଣତ ହେବା ଆମ ଦେଶର ଭାଗ୍ୟରେ ଲେଖାଯାଇଛି । ସମଗ୍ର ବିଶ୍ୱ ଆଜି ଭାରତକୁ ବହୁତ ଆଶାର ସହ ଦେଖୁଛି । ସାରା ଦୁନିଆର ସମସ୍ୟାର ସମାଧାନର ସୂତ୍ର କାଶୀ ଓ ଆଇଆଇଟି ବିଏଚୟୁ ଭଳି ଅନୁଷ୍ଠାନ ପାଖରେ ରହିଛି । ନିଜର ବୌଦ୍ଧିକ ଦକ୍ଷତା ବଳରେ ଆମର ଛାତ୍ରଛାତ୍ରୀମାନେ ଭାରତ ଏବଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବାରଣାସୀ ଗସ୍ତ କାଳରେ ଶ୍ରୀ ପ୍ରଧାନ ବାବା ବିଶ୍ୱନାଥ ମନ୍ଦିର ଓ ବାବା କାଳ ଭୈରବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।
 

Raja Festival
Sponsored
India to lead world welfare in fourth industrial revolution - Dharmendra Pradhan | Argus News