India-US Trade Deal: କାହିଁକି ହୋଇପାରିଲାନି ଭାରତ-ଅମେରିକା ଟ୍ରେଡ୍ ଡିଲ୍ ?

Key Points
ଆମେରିକା ଚାହୁଁଥିଲା ତାର ସେଓ, ଡ୍ରାଏଫ୍ରୁଟସ୍, ଆଲମଣ୍ଡ, ୱାଲନଟ୍ ଆଦି ଉପରେ ଭାରତ ଟାରିଫ୍ କମ୍ କରୁ ।
ଭାରତର କହିବା ହେଲେ ଏପରି ହେଲେ ଆମ ଦେଶର କୃଷକ କ୍ଷତି ସହିବେ।
ଆମେରିକା ମଧ୍ୟରେ ଟ୍ରେଡ ଡିଲ କାହିଁକି ଚୂଡ଼ାନ୍ତ ହୋଇପାରିଲା ନାହିଁ । ଜାଣନ୍ତୁ ଏହା ପଛରେ ୫ଟି ପ୍ରମୁଖ କାରଣ ରହିଛି...
ଦୁଗ୍ଧ ଉଦ୍ୟୋଗ
ଆମେରିକା ଚାହୁଁଥିଲା ତାର ଦୁଗ୍ଧ କମ୍ପାନୀଙ୍କୁ ଭାରତରେ କାରବାର ପାଇଁ ଅନୁମତି ଦିଆଯାଉ। କିନ୍ତୁ ଭାରତ ଏଥିରେ ରାଜି ହେଲାନାହିଁ। କାରଣ ଆମେରିକାରେ ଗାଈଙ୍କୁ ନନଭେଜ୍ ଖାଇବାକୁ ଦିଆଯାଏ। ଯାହା ଭାରତର ଆସ୍ଥା ବିରୋଧୀ। ଆମେରିକାରେ ଗାଈ, ମଇଁଷି ଆଦିଙ୍କୁ ଯେଉଁ ଚାରା ଦିଆଯାଏ ସେଥିରେ ଚିକେନ୍, ମାଛ, ଘୁଷୁରୀ କୁକୁର ଆଦିଙ୍କ ଅବଶେଷ ମିଶିଥାଏ। ପ୍ରୋଟିନ୍ ମାତ୍ରା ବଢ଼ାଇବା ପାଇଁ ଏପରି କରାଯାଏ। ଆମେରିକାରେ ଏହି ଗାଈ ମଇଁଷିଙ୍କ କ୍ଷୀରକୁ ନନଭେଜିଟେରିଆନ୍ ମିଲ୍କ କୁହାଯାଏ। ସେହି କ୍ଷୀରକୁ ଆମେରିକା ଭାରତୀୟ ବଜାରରେ ବିକ୍ରି କରିବାକୁ ଚାହୁଁଥିଲା। କିନ୍ତୁ ଭାରତ ଏଥିପାଇଁ ରୋକଠୋକ୍ ମନା କରିଦେଲା। ଭାରତରେ ଗାଈକୁ ମା ବୋଲି କୁହାଯାଏ। ତେଣୁ ନନଭେଜ୍ କ୍ଷୀରକୁ ଭାରତୀୟ ସ୍ବୀକାର କରିବେ ନାହିଁ।
କୃଷକଙ୍କ ସ୍ୱାର୍ଥ ରକ୍ଷା
ଆମେରିକା ଚାହୁଁଥିଲା ତାର ସେଓ, ଡ୍ରାଏଫ୍ରୁଟସ୍, ଆଲମଣ୍ଡ, ୱାଲନଟ୍ ଆଦି ଉପରେ ଭାରତ ଟାରିଫ୍ କମ୍ କରୁ । କିନ୍ତୁ ଭାରତ ଏହାକୁ ମନା କରିଦେଲା। ଭାରତର କହିବା ହେଲେ ଏପରି ହେଲେ ଆମ ଦେଶର କୃଷକ କ୍ଷତି ସହିବେ। ଉଦାହରଣ ସ୍ବରୂପ ଯଦି ବଜାରରେ ୱାଶିଂଟନ୍ ଆପଲ କାଶ୍ମୀର ସେଓଠାରୁ ଶସ୍ତାରେ ମିଳିବ ଲେକେ ୱାଶିଂଟନ୍ ଆପଲ ହିଁ କିଣିବେ। ତେଣୁ କ୍ଷତି ସହିବେ କାଶ୍ମୀର କୃଷକ।
ଡାଟା ଲୋକାଲାଇଜେସନ୍
ଭାରତରେ କାମ କରୁଥିବା ସମସ୍ତ ଆମେରିକୀୟ କମ୍ପାନୀ ଭାରତର ଡାଟା ଭାରତ ବାହାରେ ଷ୍ଟୋର କରିବାକୁ ଚାହୁଁଛନ୍ତି। ଭାରତ ସରକାରଙ୍କ ଯୁକ୍ତି ହେଉଛି ଯଦି ଡାଟା ଭାରତୀୟଙ୍କର ତାହାଲେ ଭାରତରେ ହିଁ ଏହାକୁ ଷ୍ଟୋର କରିବାକୁ ହେବ। ଯାହାକି ଆମେରିକାକୁ ମଞ୍ଜୁର ହେଲା ନାହିଁ। ତେଣୁ ଡିଲ ହୋଇପାରିଲାନି।
ମେଡିକାଲ ଉପକରଣ
ଭାରତରେ ଆମେରିକାର ମେଡିକାଲ ଉପକରଣ ଉପରେ ଏକ କ୍ୟାପ୍ ବା ଲିମିଟ୍ ଲଗାଯାଇଛି। ଅର୍ଥାତ ଆମେରିକା ଏକ ନିର୍ଦ୍ଦିଷ୍ଟ ସୀମା ଯାଏ ତାର ମେଡିକାଲ ଉପକରଣ ଭାରତୀୟ ବଜାରରେ ବିକ୍ରି କରିପାରୁଛି । କିନ୍ତୁ ଆମେରିକା ଏହି ଲିମିଟକୁ ହଟାଇବାକୁ ଚାହୁଁଛି। ଯାହା ଉପରେ ଭାରତ ରାଜି ହେଲା ନାହିଁ ତେଣୁ ଡିଲ ଚୂଡ଼ାନ୍ତ ହୋଇପାରିଲାନି।
ବିଦେଶୀ ନିବେଶ
ଆମେରିକା ଚାହୁଁଥିଲା ତାଙ୍କ କମ୍ପନୀଗୁଡ଼ିକ ପାଇଁ ଭାରତରେ ପୁଞ୍ଜିନିବେଶ ସହଜ ହେଉ। ଭାରତ କହିବା କଥା ଆମେ ଏଥିପାଇଁ ରାଜି କିନ୍ତୁ ଏହାଦ୍ବାରା ଭାରତୀୟ ବଜାର, ବ୍ୟବସାୟୀଙ୍କ ସ୍ୱାର୍ଥକୁ ଯେପରି କ୍ଷତି ନପହଞ୍ଚେ। ଆର୍ଥାତ ମୋଦି ସରକାର ଆମେରିକାର ଚାପରେ ଦେଶର ସ୍ବାର୍ଥ ସହ ସାଲିସ କଲେ ନାହିଁ ସେଥିପାଇଁ ଟ୍ରମ୍ପ ସରକାର ଭାରତ ଉପରେ ଏହି ଟାରିଫ୍ ବୋଝ ଲଦିଦେଲେ ।