India vs South Africa / ଏବେ ଆଉ ଭାରତ ହାରିବାର ପ୍ରଶ୍ନ ଉଠୁନି, ଜିତିବ ନଚେତ ଡ୍ର' ହେବ

Key Points
ସବୁ ବିଗାଡ଼ି ଦେଲା ଘନ କୁହୁଡ଼ି । ପ୍ରବଳ କୁହୁଡ଼ି ଯୋଗୁଁ ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳା ଯିବାର ଥିଲା। ମାତ୍ର ମଇଦାନରେ ଘନ କୁହୁଡ଼ି କାରଣରୁ ମ୍ୟାଚ୍ ଆରମ୍ଭ ହେବା ତ ଦୂରର କଥା ଟସ୍ ବି ପଡ଼ିଲା ନାହିଁ। ଶେଷରେ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଛି।
ଆଉ ଦର୍ଶକଙ୍କୁ ନିରାଶର ସହ ଫେରିବାକୁ ପଡ଼ିଛି। ଟସ୍ ସନ୍ଧ୍ୟା ୬ଟା ୩୦ରେ ପଡ଼ିବାର ଥିଲା। ଆଉ ମ୍ୟାଚ୍ ୭ଟାରେ ଆରମ୍ଭ ହେବାର ଥିଲା। ମାତ୍ର ଷ୍ଟାଡିୟମରେ ଘନ କୁହୁଡ଼ିର ଚାଦର ହଟିବାର ନାଁ ନେଇ ନଥିଲା। ମ୍ୟାଚ୍ ଅଧିକାରୀ ପୂରା ଉଦ୍ୟମ କରିଥିଲେ। ଛଅ ଥର ଟସ୍ ସମୟ ଘୁଞ୍ଚାଗଲା, ତଥାପି ମ୍ୟାଚ୍ ଖେଳା ଯାଇ ପାରିଲା ନାହିଁ ।
ଷ୍ଟାଡିୟମ ଉପରେ ଛାଇ ରହିଥିବା କୁହୁଡିର ଆସ୍ତରଣ ହଟି ନଥିଲା। ଫଳରେ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅମ୍ପାୟର ମ୍ୟାଚ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍ ଡିସେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତିଲେ ଭାରତ ୩-୧ରେ ସିରିଜ୍ ଜିତିବ। ହାରିଲେ ସିରିଜ୍ ୨-୨ରେ ଡ୍ର ହେବ। ତେବେ ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ୍ ହେବା ଦର୍ଶକ ଓ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି୨୦ ସିରିଜ୍ ଖେଳାଯାଉଛି । ବୁଧବାର ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନରେ ଥିଲେ, ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ।
ସେହିଭଳି ଦକ୍ଷିଣ ଆଫ୍ରିକାର ସମ୍ଭାବ୍ୟ ଏକାଦଶ ଦଳ: ରେଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (ଓ୍ବିକେଟ କିପର), ଆଡେନ ମାର୍କ୍ରାମ (କ୍ୟାପଟେନ), ଡିୱାଲ୍ଡ ବ୍ରୁଇସ୍, ଡେଭିଡ ମିଲର, ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, କର୍ବିନ ବୋଶ, ଲୁଙ୍ଗି ଏନଗିଡି, ଓଟନିଲ ବାର୍ଟମ୍ୟାନ୍।
📱 Get Argus News App
✨Related Topics
Explore more stories