India vs Pakistan: ପାକିସ୍ତାନ ପାଇଁ ବଡ଼ ପ୍ଲାନ କରୁଛି ଭାରତ, ବିଶ୍ଵ ଦରବାରରେ ଦେଖାଇ ପାରିବନି ମୁହଁ

Key Points
ବିଶ୍ଵ ଦରବାରରେ ପାକିସ୍ତାନକୁ ଲଙ୍ଗଳା କରିକି ଛାଡିବ ଭାରତ |
ପାକିସ୍ତାନକୁ ଏତେ ସହଜରେ ଛାଡିବା ଚକ୍କରରେ ନାହିଁ ଭାରତ। ବିଶ୍ଵ ଦରବାରରେ ପାକିସ୍ତାନକୁ ଲଙ୍ଗଳା କରିକି ଛାଡିବ ଭାରତ। ଏବେ ଏମିତି କିଛି ପ୍ଲାନରେ କରୁଛନ୍ତି ମୋଦୀ ଆଣ୍ଡ ଟିମ। ପାକିସ୍ତାନ ଯେମିତି ଏବେ ବୁନ୍ଦେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛି ଠିକ ସେମିତି ଆଗକୁ ଦାନା ପାଇଁ ମାଟି କାମୁଡିବ। ଭାରତ ଏବେ ଏମିତି କିଛି କରିବାର ପ୍ଲାନ କରୁଥିବା ଜଣାପଡିଛି। ସାରା ବିଶ୍ବରେ କେଉଁଠି ବି ପାକିସ୍ତାନ ମୁହଁ ଦେଖାଇ ପାରିବ ନାହିଁ। ଯଦିଓ ପାକିସ୍ତାନ IMF ଠାରୁ ଋଣ ପାଇବାରେ ସଫଳ ହୋଇଛି, କିନ୍ତୁ ଆଗକୁ ପାକିସ୍ତାନର ଭାଙ୍ଗି ଯାଇଥିବା ଅଣ୍ଟା ଆହୁରି ଭାଙ୍ଗିବାକୁ ଯାଉଛି | ଆଜ୍ଞା ହଁ, ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନକୁ ପୁଣି ପାନେ ଦେବାକୁ ଭାରତ ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି।
ପାକିସ୍ତାନ FATFର ଗ୍ରେ
ତାଲିକାରେ ସାମିଲ କରିବାକୁ କାର୍ଡ ଖେଳିସାରିଛି ଭାରତ। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାର, ପାକିସ୍ତାନକୁ FATFର ଗ୍ରେ। ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ଚାପ ପକାଇବ। ପାକିସ୍ତାନକୁ ଗ୍ରେ ତାଲିକାରେ ରଖିବା ପାଇଁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) ନିକଟରେ ଆବେଦନ କରିବେ ଭାରତ ସରକାର । FATF ନିଷ୍ପତ୍ତି ପୂର୍ବରୁ ଭାରତ ସରକାର ସମ୍ପୃକ୍ତ ଲୋକଙ୍କ ସହ ଆଲୋଚନା କରିବେ। ଜୁନ୍ 2025ରେ FATF ର ପ୍ରସ୍ତାବିତ ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ଯାଉଛି ଭାରତ। ଭାରତ ଯୁକ୍ତି ରଖିବ ଯେ ପାକିସ୍ତାନ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ବନ୍ଦ କରୁନାହିଁ | କିମ୍ବା ଆବଶ୍ୟକ ପଦକ୍ଷେପ ନେଉ ନାହିଁ। ଏବେ ବି ବ୍ୟାନ ହୋଇଥିବା ଅନେକ ଆତଙ୍କବାଦୀ ସଂଗଠନକୁ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ସମର୍ଥନ କରୁଛି ପାକିସ୍ତାନ।
ଭାରତ କଣ କରିବ?
📱 Get Argus News App
✨ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଭଳି ସାମ୍ପ୍ରତିକ ଘଟଣା ଏବଂ ଡ୍ରୋନ ଯୋଗେ ସୀମା ପାର କରି ଅସ୍ତ୍ରଶସ୍ତ୍ର ପଠାଯିବା ଘଟଣାର ସବୁ ପ୍ରମାଣ ପତ୍ର ସଂଗ୍ରହ କରିସାରିଛି ଭାରତ। ଆଉ ସେହି ସବୁ ପ୍ରମାଣ ଗୁଡିକୁ FATF ନିକଟରେ ଦାଖଲ କରିବାକୁ ପ୍ରସ୍ତୁତି କରିଛି। ଭାରତର କହିବାନୁସାରେ, ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ଏବେ ବି ପାକିସ୍ତାନରେ ସକ୍ରିୟ ଅଛନ୍ତି। ସେଠାକାର ସରକାର ଏଭଳି ଆତଙ୍କି ସଂଗଠନଙ୍କୁ ରୋକିବାରେ ବିଫଳ ହୋଇଛନ୍ତି। FATFହେଉଛି ଏକ ବିଶ୍ୱସ୍ତରୀୟ ସଂଗଠନ ଯାହା ମନି ଲଣ୍ଡରିଂ ଏବଂ ଆତଙ୍କବାଦ ପାଣ୍ଠି ଉପରେ ନଜର ରଖେ।
ପାକିସ୍ତାନ ଗ୍ରେ ଲିଷ୍ଟରେ ଆସିଲେ କଣ ହେବ ? ପାକିସ୍ତାନ ପୂର୍ବରୁ ମଧ୍ୟ FATFର ଗ୍ରେ ତାଲିକାରେ ରହିସାରିଛି। ଯାହା ଫଳରେ ପାକିସ୍ତାନର ଅର୍ଥନୀତିକୁ ଏକ ବଡ଼ ଆଘାତ ଲାଗିଥିଲା। 2022ମସିହାରେ ପାକିସ୍ତାନ ପକ୍ଷରୁ କିଛି ପ୍ରତିଶ୍ରୁତି ଦେବା ପରେ ତାକୁ FATFର ଗ୍ରେ ତାଲିକାରୁ ବାହାର କରାଯାଇଥିଲା। କିନ୍ତୁ ଏବେ ଭାରତ ପୁଣି ଥରେ ଗ୍ରେ ତାଲିକାଭୁକ୍ତ କରିବା ପାଇଁ ଦାବି କରିବାକୁ ଯାଉଥିବାରୁ ପାକିସ୍ତାନର ସମସ୍ୟା ବଢ଼ିପାରେ। ଯଦି ଭାରତ ତା’ର ପ୍ରୟାସରେ ସଫଳ ହୁଏ, ତେବେ ପାକିସ୍ତାନକୁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା, ନିବେଶ ଏବଂ ବାଣିଜ୍ୟ କ୍ଷେତ୍ରରେ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ଏହାକୁ ଆତଙ୍କବାଦ ବିରୋଧରେ ଭାରତର ବିଶ୍ୱ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଉଛି।
କଣ ରହିଛି ଭାରତର ପ୍ଲାନ ? ପାକିସ୍ତାନକୁ FATFର ଗ୍ରେ ତାଲିକାରେ ପୁଣି ଅନ୍ତର୍ଭୁକ୍ତ କରିବାକୁ ଭାରତ ଦାବି କରୁଛି । ଭାରତ କହିଛି ଯେ ପାକିସ୍ତାନକୁ ମିଳୁଥିବା ଅନ୍ତର୍ଜାତୀୟ ସହାୟତା ଏବଂ ବହୁପକ୍ଷୀୟ ସଂସ୍ଥାରୁ ପାଉଥିବା ଆର୍ଥିକ ସହାୟତା, ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ ହେଉଛି | ପାକିସ୍ତାନ ବାହାରୁ ଟଙ୍କା ନେଇ ଆତଙ୍କବାଦୀ ସଂଗଠନ ଗୁଡିକୁ ଯୋଗାଉଛି, ଯାହା ଫଳରେ ଅଶାନ୍ତି ବଢୁଛି। ନିରୀହ ଲୋକଙ୍କ ଜୀବନ ଯାଉଛି। ଭାରତୀୟ ଅଧିକାରୀମାନେ ବିଶ୍ୱ ସମ୍ପ୍ରଦାୟକୁ ଅନେକ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନ ସହ ଯୋଡିଛନ୍ତି ଏବଂ ତାର ପ୍ରମାଣ ମଧ୍ୟ ରଖିଛନ୍ତି | ପାକିସ୍ତାନକୁ "ଆତଙ୍କବାଦୀ ସ୍କୁଲ" ଭାବରେ ପରିଚିତ କରିବାକୁ ଭାରତ ସବୁ ପ୍ରମାଣ ପତ୍ର ଯୋଗାଡ଼ କରିସାରିଛି। ଏଥିରେ ମସ୍କୋ ଥିଏଟର ବୋମା ବିସ୍ଫୋରଣ ଏବଂ ଲଣ୍ଡନ ବ୍ରିଜ୍ ଆକ୍ରମଣ ମଧ୍ୟ ଅନ୍ତର୍ଭୁକ୍ତ। ଶୀର୍ଷ ସୂତ୍ର ଅନୁଯାୟୀ, ଭାରତର ରାଜସ୍ୱ ବିଭାଗ ଏବେ ପାକିସ୍ତାନକୁ ପୁଣି ଥରେ ଗ୍ରେ ତାଲିକାରେ ସାମିଲ କରିବା ପାଇଁ ଏକ ନୂଆ ତରିକା ଆପଣାଇଛି।